ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା ଦେଇଛି। ପିଲାଟିକୁ ଗୁରୁତର ଅବସ୍ଥାରେ ପ୍ରଥମେ ଧରାକୋଟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସାର୍ଥକ ନାୟକ ନାମକ ଜଣେ ଛାତ୍ର ଅଙ୍ଗବାଡିରୁ ଜାତୀୟ ରାଜପଥ ୫୯କୁ ଅତିକ୍ରମ କରି ଘରକୁ ଫେରୁଥିବାେବେଳ ଦାରିଙ୍ଗବାଡି ପଟରୁ ଆସୁଥିବା ଏକ ବାଇକ୍‌(ଓଡି୦୭ଏଡି୨୬୭୭)ତାଙ୍କୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା। ଫଳରେ ବାଳକଟି ଗୁରୁତର […] The post ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ… appeared first on Dharitri Odia News.

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା ଦେଇଛି। ପିଲାଟିକୁ ଗୁରୁତର ଅବସ୍ଥାରେ ପ୍ରଥମେ ଧରାକୋଟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ସାର୍ଥକ ନାୟକ ନାମକ ଜଣେ ଛାତ୍ର ଅଙ୍ଗବାଡିରୁ ଜାତୀୟ ରାଜପଥ ୫୯କୁ ଅତିକ୍ରମ କରି ଘରକୁ ଫେରୁଥିବାେବେଳ ଦାରିଙ୍ଗବାଡି ପଟରୁ ଆସୁଥିବା ଏକ ବାଇକ୍‌(ଓଡି୦୭ଏଡି୨୬୭୭)ତାଙ୍କୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା। ଫଳରେ ବାଳକଟି ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ଧରାକୋଟ ମେଡିକାଲ୍‌ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ପଠାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

The post ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ… appeared first on Dharitri Odia News.