ଅଙ୍ଗନୱାଡି କର୍ମୀଙ୍କୁ କୋର୍ଟ ଚାଲାଣ
ବୁଗୁଡ଼ା,୨୬।୮(କାଳିଚରଣ ଦାଶ):କୋର୍ଟରେ ଜୁନିୟର୍ ଟାଇପିଷ୍ଟ ପଦ ପାଇଁ ନକଲି ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଠକାମୀର ଶିକାର ହୋଇଥିବା ଯୁବକ ସମେତ ୩ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ରବିବାର ଜଣେ ଅଙ୍ଗନୱାଡି କର୍ମୀକୁ ବୁଗୁଡ଼ା ପୋଲିସ କୋର୍ଟ ଚାଲାଣ କରିଛି। ସେ ହେଲେ ଭଞ୍ଜନଗର ଥାନା ସାନ ତୁଳସୀପଲ୍ଲୀ ଗ୍ରାମର ଅଙ୍ଗନୱାଡି କର୍ମୀ ଏ. ଦେବକୀ ପାତ୍ର। ତାଙ୍କଠାରୁ ଡାଏରୀ, […] The post ଅଙ୍ଗନୱାଡି କର୍ମୀଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.
ବୁଗୁଡ଼ା,୨୬।୮(କାଳିଚରଣ ଦାଶ):କୋର୍ଟରେ ଜୁନିୟର୍ ଟାଇପିଷ୍ଟ ପଦ ପାଇଁ ନକଲି ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଠକାମୀର ଶିକାର ହୋଇଥିବା ଯୁବକ ସମେତ ୩ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ରବିବାର ଜଣେ ଅଙ୍ଗନୱାଡି କର୍ମୀକୁ ବୁଗୁଡ଼ା ପୋଲିସ କୋର୍ଟ ଚାଲାଣ କରିଛି। ସେ ହେଲେ ଭଞ୍ଜନଗର ଥାନା ସାନ ତୁଳସୀପଲ୍ଲୀ ଗ୍ରାମର ଅଙ୍ଗନୱାଡି କର୍ମୀ ଏ. ଦେବକୀ ପାତ୍ର। ତାଙ୍କଠାରୁ ଡାଏରୀ, ମୋବାଇଲ ଫୋନ ଜବତ ହୋଇଛି। ଦେବକୀ ଚାକିରି ଆଶାୟୀମାନଙ୍କ ସହ ଡିଲ୍ କରି ଅଗ୍ରୀମ ଟଙ୍କା ନେଉଥିଲେ ଏବଂ ସେଥିରୁ ତାଙ୍କ କମିଶନ ରଖି ବାକି ଟଙ୍କା ଅଭିଯୁକ୍ତ ଟୁଲୁ ପାଣିଗ୍ରାହୀକୁ ଦେଉଥିଲେ ବୋଲି ପୋଲିସ କହିଛି।
ପ୍ରଭାତ କୁମାର ପାତ୍ର ବିଟେକ ପଢା ସାରି ଚାକିରି ଅନ୍ବେଷଣରେ ଥିବା ବେଳେ ସେ ଗତ ବର୍ଷ ଜୁଲାଇ ମାସରେ ସମ୍ପର୍କୀୟ ରମେଶ ପାତ୍ରଙ୍କ ଜରିଆରେ ଟୁଲୁ ପାଣିଗ୍ରାହୀକୁ ଯୋଗାଯୋଗ କରିଥିଲେ ଏବଂ ଟୁଲୁ ଚାକିରି କରାଇଦେବ କହି ୬ ଲକ୍ଷ ଟଙ୍କାର ଡିଲ୍ କରିଥିଲେ। ଚାକିରି ଆଶାରେ ପ୍ରଭାତ ଟୁଲୁଙ୍କୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ବଳକା ଟଙ୍କା ଚାକିରି ହେବା ପରେ ଦେବେ ବୋଲି କଥା ଛିଣ୍ଡିଥିଲା। ଗତ ଜୁଲାଇ ୯ ତାରିଖରେ ବୁଗୁଡ଼ା ଅଦାଲତରେ ଟାଇପିଷ୍ଟ ପଦବିରେ ଚାକିରି ପାଇଥିବା ଏବଂ ଚଳିତ ଅଗଷ୍ଟ ୭ ତାରିଖରେ ବୁଗୁଡ଼ା ଅଦାଲତରେ ଆବଶକ ପ୍ରମାଣପତ୍ର ଦାଖଲ କରି ଚାକିରିରେ ଯୋଗ ଦେବାକୁ ରେଜିଷ୍ଟ୍ ପୋଷ୍ଟରେ ନିଯୁକ୍ତି ପତ୍ର ପାଇବା ପରେ ଆଉ ୨ ଲକ୍ଷ ୭୧ ହଜାର ଟଙ୍କା ଟୁଲୁଙ୍କ ବ୍ୟାଙ୍କ ଅରକାଉଣ୍ଟକୁ ପ୍ରଭାତ ପଠାଇବା ସହ ଖୁସିରେ ପୂଜାପାଠ କରି ସାହି ପଡୋଶୀଙ୍କୁ ମିଠା ବାଣ୍ଟି ୭ ତାରିଖରେ ନିଯୁକ୍ତି ପତ୍ରକୁ ଧରି ବୁଗୁଡ଼ା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପହଞ୍ଚିଥିଲେ। ଯାଞ୍ଚ ବେଳେ କୋର୍ଟର କର୍ମଚାରୀମାନେ ନିଯୁକ୍ତି ପତ୍ରକୁ ନକଲି ବୋଲି କହିଥିଲେ। ବୁଗୁଡ଼ା ଜେଏମ୍ଏଫସି ମାଜିଷ୍ଟ୍ରେଟ ଏହି ନିଯୁକ୍ତି ପତ୍ର ନକଲି ହୋଇଥିବା ଜାଣି ବୁଗୁଡ଼ା ଥାନାକୁ ଜଣାଇଥିଲେ। ଏ ନେଇ ପୋଲିସ ନଂ ୩୯୮/୨୪ରେ ଏକ ମାମଲା ରୁଜୁ ହୋଇ ପୂର୍ବରୁ ଠକେଇ ଗ୍ୟାଙ୍ଗର ରମେଶ ପାତ୍ର, ଟୁଲୁ ପାଣିଗ୍ରାହୀ ଓ ପ୍ରଭାତ କୁମାର ପାତ୍ରକୁ ଗିରଫ କରିଥିବା ବେଳେ ରବିବାର ଦେବକୀଙ୍କୁ ଗିରଫ କରିଥିଲା।
The post ଅଙ୍ଗନୱାଡି କର୍ମୀଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.