ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଏନ୍‌ଏସି ଅଧ୍ୟକ୍ଷ

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଶନିବାର ଅଚାନକ ସ୍ଥାନୀୟ ଆହାର କେନ୍ଦ୍ର ବୁଲି ଦେଖିଥିଲେ। ସେଠାରେ କିଭଳି ଖାଦ୍ୟ ମିଳୁଛି ସେ ନେଇ ଲୋକଙ୍କୁ ପଚାରିଥିଲେ। ଏଥିସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଭଞ୍ଜନଗର ଆହାର କେନ୍ଦ୍ରରେ ଦିନରେ ୫୦୦ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ହେଉଥିବା ବେଳେ ରାତିରେ ୧୦୦ ଲୋକଙ୍କ ପାଇଁ ଖାଦ୍ୟ ହେଉଛି। ବିଭିନ୍ନ ସମୟରେ ଆହାର କେନ୍ଦ୍ର ଉପରେ ଲୋକଙ୍କ ଭିନ୍ନ ଭିନ୍ନ ଅଭିଯୋଗ ଆସୁଥିବା ବେଳେ […] The post ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଏନ୍‌ଏସି ଅଧ୍ୟକ୍ଷ appeared first on Dharitri Odia News.

ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଏନ୍‌ଏସି ଅଧ୍ୟକ୍ଷ

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଶନିବାର ଅଚାନକ ସ୍ଥାନୀୟ ଆହାର କେନ୍ଦ୍ର ବୁଲି ଦେଖିଥିଲେ। ସେଠାରେ କିଭଳି ଖାଦ୍ୟ ମିଳୁଛି ସେ ନେଇ ଲୋକଙ୍କୁ ପଚାରିଥିଲେ। ଏଥିସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଭଞ୍ଜନଗର ଆହାର କେନ୍ଦ୍ରରେ ଦିନରେ ୫୦୦ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ହେଉଥିବା ବେଳେ ରାତିରେ ୧୦୦ ଲୋକଙ୍କ ପାଇଁ ଖାଦ୍ୟ ହେଉଛି। ବିଭିନ୍ନ ସମୟରେ ଆହାର କେନ୍ଦ୍ର ଉପରେ ଲୋକଙ୍କ ଭିନ୍ନ ଭିନ୍ନ ଅଭିଯୋଗ ଆସୁଥିବା ବେଳେ ଅଧ୍ୟକ୍ଷ ହଠାତ୍‌ ଗସ୍ତ କରି ବିଭିନ୍ନ ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏହାପରେ ଅଧ୍ୟକ୍ଷ ଆହାର କେନ୍ଦ୍ର ଚତୁପାର୍ଶ୍ୱରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେଠାରୁ ଆର୍‌ଏମସି ନିକଟରେ ହେବାକୁ ଥିବା ଫାଷ୍ଟ ଫୁଡ ଷ୍ଟଲ ଅଞ୍ଚଳ ବୁଲି ଦେଖିଥିଲେ। ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଏନ ଏସି ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଯନ୍ତ୍ରୀ ଦିଲ୍ଲୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

The post ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଏନ୍‌ଏସି ଅଧ୍ୟକ୍ଷ appeared first on Dharitri Odia News.