ଅଚାନକ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ପହଞ୍ଚିଲେ ମନ୍ତ୍ରୀ, ଆସିଥିଲା ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୨୭।୭: ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ନିମାପଡା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଗୋପସ୍ଥିତ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ଅଚାନକ ପରିଦର୍ଶନ କରିବା ସହ ମନ୍ତ୍ରୀ ପାତ୍ର ଏଠାରେ ବ୍ୟବହୃତ କ୍ଷୀରର ମାନ ଯାଞ୍ଚ କରିଛନ୍ତି। କ୍ଷୀର ଓ ଏଥିରୁ ପ୍ରସ୍ତୁତ ଉତ୍ପାଦର ଗୁଣବତ୍ତା ଓ ନିର୍ଦ୍ଧାରିତ ମୂଲ୍ୟ ଦେବାରେ ଅନିୟମିତତା ସମ୍ପର୍କରେ କୃଷକ ସମାଜର ପ୍ରତିନିଧି, କ୍ଷୀର ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ […] The post ଅଚାନକ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ପହଞ୍ଚିଲେ ମନ୍ତ୍ରୀ, ଆସିଥିଲା ଅନିୟମିତତା ଅଭିଯୋଗ appeared first on Dharitri Odia News.

ଅଚାନକ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ପହଞ୍ଚିଲେ ମନ୍ତ୍ରୀ, ଆସିଥିଲା ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୨୭।୭: ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ନିମାପଡା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଗୋପସ୍ଥିତ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ଅଚାନକ ପରିଦର୍ଶନ କରିବା ସହ ମନ୍ତ୍ରୀ ପାତ୍ର ଏଠାରେ ବ୍ୟବହୃତ କ୍ଷୀରର ମାନ ଯାଞ୍ଚ କରିଛନ୍ତି।

କ୍ଷୀର ଓ ଏଥିରୁ ପ୍ରସ୍ତୁତ ଉତ୍ପାଦର ଗୁଣବତ୍ତା ଓ ନିର୍ଦ୍ଧାରିତ ମୂଲ୍ୟ ଦେବାରେ ଅନିୟମିତତା ସମ୍ପର୍କରେ କୃଷକ ସମାଜର ପ୍ରତିନିଧି, କ୍ଷୀର ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀ ଶ୍ରୀ ପାତ୍ର ଏହି ପ୍ଲାଣ୍ଟକୁ ଅଚାନକ ପରିଦର୍ଶନ କରିଛନ୍ତି । ଏଥିସହ ପ୍ଲାଣ୍ଟ ପରିସରରେ ସ୍ୱଚ୍ଛତା ଓ ଗୁଣବତ୍ତା ଭଳି ଆବଶ୍ୟକୀୟ ମାନଦଣ୍ଡ ଅନୁସରଣରେ ବିଭିନ୍ନ କ୍ଷୀର ଉତ୍ପାଦ ପ୍ରସ୍ତୁତି ହେଉଛି ନା ନାହିଁ ଏସମ୍ପର୍କରେ ମଧ୍ୟ ସେ ଯାଞ୍ଚ କରିଥିଲେ । ନିଜ ସହ ଥିବା ବିଭାଗୀୟ ଅଧିକାରୀ ପ୍ରମୁଖ ମନ୍ତ୍ରୀଙ୍କୁ ସହଯୋଗ କରିବା ସହିତ ପ୍ଲାଣ୍ଟ ପରିସରସ୍ଥିତ କାର୍ଯ୍ୟାଳୟରେ ବିଭିନ୍ନ ରେକର୍ଡ ପତ୍ର ମଧ୍ୟ ଦେଖିଥିଲେ ।

ସୂଚନା ଯୋଗ୍ୟ, ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି ରୋକିବା ସହ କଳାବଜାରୀ ବିରୁଦ୍ଧରେ ଦୃଢ଼
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ପାତ୍ର ନିଜ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ନିଜେ ମଧ୍ୟ ରାଜ୍ୟର ବିଭିନ୍ନ
ଶୀତଳ ଭଣ୍ଡାର ଅଚାନକ ପରିଦର୍ଶନ କରିବା ସହ ସମ୍ପୃକ୍ତ ସାମଗ୍ରୀର ଗଛିତ ପରିମାଣ ଯାଞ୍ଚ କରୁଛନ୍ତି । ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ, ଯୋଗାଣ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ତ୍ୱରାନ୍ୱିତ କରିବା ସହ ଖାଉଟିମାନଙ୍କ ସ୍ୱାର୍ଥ ରକ୍ଷା ଉପରେ ମନ୍ତ୍ରୀ ପାତ୍ର ଗୁରୁତ୍ୱ ଦେଇ ଆସୁଛନ୍ତି । ଏତଦ୍‌ବ୍ୟତୀତ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ଯୋଗାଣ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛନ୍ତି । ରାଜ୍ୟର ଆଳୁ, ପିଆଜ, ଖାଇବା ତେଲ ଏବଂ ଡାଲି ମହଜୁଦ ଥିବା ବିଭିନ୍ନ ଗୋଦାମରେ ଚଢ଼ଉ କରାଯାଉଛି ।

The post ଅଚାନକ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ପହଞ୍ଚିଲେ ମନ୍ତ୍ରୀ, ଆସିଥିଲା ଅନିୟମିତତା ଅଭିଯୋଗ appeared first on Dharitri Odia News.