ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା
ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଓଡ଼ିଆ ଫିଲ୍ମ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ରୋଡ୍ ଶୋ’ କରି ନିର୍ବାଚନ ପ୍ରଚାର କରିଛନ୍ତି । ପଦାସାହିଠାରୁ ଏକ ଖୋଲା ଜିପ୍ରେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ ଜିଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ସହ ସବ୍ୟସାଚୀ ଓ ଅର୍ଚ୍ଚିତା ପ୍ରଚାର ଆରମ୍ଭ କରିଥିଲେ। ଏହି ଶୋଭାଯାତ୍ରା […] The post ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା appeared first on Dharitri Odia News.
ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଓଡ଼ିଆ ଫିଲ୍ମ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ରୋଡ୍ ଶୋ’ କରି ନିର୍ବାଚନ ପ୍ରଚାର କରିଛନ୍ତି । ପଦାସାହିଠାରୁ ଏକ ଖୋଲା ଜିପ୍ରେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ ଜିଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ସହ ସବ୍ୟସାଚୀ ଓ ଅର୍ଚ୍ଚିତା ପ୍ରଚାର ଆରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଓ ବାଇକ ରାଲିରେ ଜି ଉଦୟଗିରି ଏନ୍ଏ ସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବ୍ଲକ ଅଧକ୍ଷା ସୁଷମା ପ୍ରଧାନ,ଉପାଧ୍ୟକ୍ଷ ଏନ ଲୁକ , ବି ଜେ ଡି ନଗର ସଭାପତି ପି ସଞ୍ଜୀବ କୁମାର ପାତ୍ର , କାର୍ଯ୍ୟକାରୀ ସଭାପତି ଅନୀଲ ଦଳବେହେରା, ବ୍ଲକ ସଭାପତି ଲିଙ୍ଗରାଜ କହଁର, କାର୍ଯ୍ୟକାରୀ ସଭାପତି ଉଦୟ ନାୟକଙ୍କ ସମେତ ଶହ ଶହ ବିଜୁ ଜନତା ଦଳର ନେତା କର୍ମୀ ରୋଡ୍ ଶୋ’ ଓ ଏକ ବିରାଟ ବାଇକ୍ ରାଲିରେ ଜି ଉଦୟଗିରି ସହରରେ ଗାନ୍ଧି ଛକ, ବନ୍ଧ ଛକ ଓ କନବାଗିରିଠାରେ ଭୋଟ୍ ପ୍ରଚାର କରିଥିଲେ। ସବ୍ୟସାଚୀ ଓ ଅର୍ଚ୍ଚିତା ଜି ଉଦୟଗିରି ବିଧାୟକ ପ୍ରାର୍ଥୀ ଓ ଏମ ପି ପ୍ରାର୍ଥୀ ଙ୍କୁ ବିପୁଳ ପରିମାଣର ଭୋଟ ଦେଇ ନିର୍ବାଚିତ କରିବାକୁ ଅନୁରୋଧ କରିଥିଲେ। ଲିଙ୍ଗାଗଡ଼ ଠାରେ ବିଧାୟକ ସାଲୁଗା ପ୍ରଧାନ, ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ଫିଲ୍ମ ଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ରୋଡ ଶୋ’ ବେଳେ ଏକ ମିଶ୍ରଣ ପର୍ବ ହୋଇଥିଲା ବୋଲି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ କହିଛନ୍ତି।
The post ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା appeared first on Dharitri Odia News.