ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକୋ
ତୁମୁଡ଼ିବନ୍ଧ,୫ା୨(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି। ତୁମୁଡିବନ୍ଧସ୍ଥିତ ବୁଡ଼ାପଡ଼ା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଜଣେ ଯୁବକ ଆମ୍ବେଦକର ଛକ ଅଭିମୁଖେ ଯାଉଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ ମେଡିକାଲ ଛକ ମଧ୍ୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ସମ୍ମୁଖ ୫ ନମ୍ବର ରାଜ୍ୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାଦେଇ ଚାଲିଯାଇଥିଲା। ସୂର୍ଯ୍ୟଙ୍କର ମୁଣ୍ଡରେ ଶକ୍ତ ମାଡ଼ ହୋଇଥିବାରୁ ପ୍ରଥମେ ତୁମୁଡ଼ିବନ୍ଧ […] The post ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକୋ appeared first on Dharitri Odia News.
ତୁମୁଡ଼ିବନ୍ଧ,୫ା୨(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି। ତୁମୁଡିବନ୍ଧସ୍ଥିତ ବୁଡ଼ାପଡ଼ା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଜଣେ ଯୁବକ ଆମ୍ବେଦକର ଛକ ଅଭିମୁଖେ ଯାଉଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ ମେଡିକାଲ ଛକ ମଧ୍ୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ସମ୍ମୁଖ ୫ ନମ୍ବର ରାଜ୍ୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାଦେଇ ଚାଲିଯାଇଥିଲା। ସୂର୍ଯ୍ୟଙ୍କର ମୁଣ୍ଡରେ ଶକ୍ତ ମାଡ଼ ହୋଇଥିବାରୁ ପ୍ରଥମେ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ସ୍ବାସ୍ଥ୍ୟାବସ୍ଥା ଯୋଗୁ ବାଲିଗୁଡ଼ାରୁ ପୁଣି ଫୁଲବାଣୀସ୍ଥିତ ଜିଲା ସଦରମହକୁମା ସ୍ବାସ୍ଥ୍ୟକେନ୍ଦ୍ରକୁ ଉନ୍ନତ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଅପରାହ୍ନରେ ସୂର୍ଯ୍ୟ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ତୁମୁଡିବନ୍ଧ ବୁଡ଼ାପଡ଼ା ଗ୍ରାମର ଗ୍ରାମବାସୀ ଉତ୍ତେଜିତ ହୋଇ ତୁମୁଡିବନ୍ଧଠାରୁ ମୁନିଗୁଡ଼ା ସଂଯୋଗ କରୁଥିବା ୫ ନମ୍ବର ରାଜ୍ୟ ରାଜପଥର ବୁଡାପଡ଼ା ଛକଠାରେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଉଭୟ ପାଶର୍ବରେ ଶତାଧିକ ଯାନବାହନ ଅଟକ ରହିଥିବା ବେଳେ ତୁମୁଡ଼ିବନ୍ଧ ପୋଲିସ ବ୍ୟତୀତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି।
The post ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକୋ appeared first on Dharitri Odia News.