ଚାଇନାରେ ଭୂସ୍ଖଳନ: ମାଟି ତଳେ ୪୪ରୁ ଅଧିକ ଲୋକ, ମାଟି ତଳୁ ଜୀବନ ଖୋଜା ଜାରି…
ବେଜିଂ,୨୨।୧ : ଚାଇନାର ପାର୍ବତ୍ୟ ଅଞ୍ଚଳ ୟୁନାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଭୂସ୍ଖଳନ ଯୋଗୁ ଆବର୍ଜନା ତଳେ ୪୪ ଜଣ ଲୋକ ପୋତି ହୋଇଥିବାର ଖବର ମିଳିଛି । ଘଟଣାସ୍ଥଳରୁ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୁନାନରେ ଘଟିଛି। ସୋମବାର ସକାଳ ପ୍ରାୟ ୬ଟାରେ ୟୂନାନର ଲିଆଙ୍ଗସୁଇ ଗ୍ରାମରେ ଏହି […] The post ଚାଇନାରେ ଭୂସ୍ଖଳନ: ମାଟି ତଳେ ୪୪ରୁ ଅଧିକ ଲୋକ, ମାଟି ତଳୁ ଜୀବନ ଖୋଜା ଜାରି… appeared first on Dharitri Odia News.
ବେଜିଂ,୨୨।୧ : ଚାଇନାର ପାର୍ବତ୍ୟ ଅଞ୍ଚଳ ୟୁନାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଭୂସ୍ଖଳନ ଯୋଗୁ ଆବର୍ଜନା ତଳେ ୪୪ ଜଣ ଲୋକ ପୋତି ହୋଇଥିବାର ଖବର ମିଳିଛି । ଘଟଣାସ୍ଥଳରୁ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୁନାନରେ ଘଟିଛି। ସୋମବାର ସକାଳ ପ୍ରାୟ ୬ଟାରେ ୟୂନାନର ଲିଆଙ୍ଗସୁଇ ଗ୍ରାମରେ ଏହି ଭୂସ୍ଖଳନ ଘଟିଛି।
ଏହି ଦୁର୍ଘଟଣା ଜେନଜିଆଙ୍ଗ ଜିଲାର ଟାଙ୍ଗଫାଙ୍ଗ ଅଞ୍ଚଳରେ ଘଟିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ଜୀବନ ଖୋଜିବା ଆରମ୍ଭ କରିଛନ୍ତି। ଖବର ମୁତାବକ, ଭୂସ୍ଖଳନରେ ୧୮ ଟି ଘର ଆବର୍ଜନା ତଳେ ପୋତି ହୋଇଯାଇଛି। ପ୍ରଭାବିତ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆବର୍ଜନା ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ମଧ୍ୟ ଉଦ୍ୟମ ଚାଲିଛି।
The post ଚାଇନାରେ ଭୂସ୍ଖଳନ: ମାଟି ତଳେ ୪୪ରୁ ଅଧିକ ଲୋକ, ମାଟି ତଳୁ ଜୀବନ ଖୋଜା ଜାରି… appeared first on Dharitri Odia News.