ରାହୁଲଙ୍କୁ ଟାର୍ଗେଟ କରୁକରୁ ହଠାତ୍‌ ପାଣି ପିଇଲେ ମୋଦି, ବିରୋଧୀ କହିଲେ…

ନୂଆଦିଲ୍ଲୀ,୨।୭: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ନିଶାଣ କରିଛନ୍ତି। ମୋଦି ରାହୁଲଙ୍କୁ ବାଳକବୁଦ୍ଧି ବୋଲି କହିବା ସହ ଗୃହରେ କପଟୀ ବୋଲି ଅଭିହିତ କରିଛନ୍ତି। ଏହି ସମୟରେ ବିରୋଧୀ ଯେତେ ହୋ ହୋଲ୍ଲା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜଣେ ଛୋଟ ପିଲା ସ୍କୁଲରୁ ଆସି ତାଙ୍କ ମାଆଙ୍କ ପାଖରେ ବଡ଼ ପାଟିରେ କାନ୍ଦିବାକୁ ଲାଗୁଛି। ପୁଅ ଏପରି କାନ୍ଦୁଥିବା ଦେଖି […] The post ରାହୁଲଙ୍କୁ ଟାର୍ଗେଟ କରୁକରୁ ହଠାତ୍‌ ପାଣି ପିଇଲେ ମୋଦି, ବିରୋଧୀ କହିଲେ… appeared first on Dharitri Odia News.

ରାହୁଲଙ୍କୁ ଟାର୍ଗେଟ କରୁକରୁ ହଠାତ୍‌ ପାଣି ପିଇଲେ ମୋଦି, ବିରୋଧୀ କହିଲେ…

ନୂଆଦିଲ୍ଲୀ,୨।୭: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ନିଶାଣ କରିଛନ୍ତି। ମୋଦି ରାହୁଲଙ୍କୁ ବାଳକବୁଦ୍ଧି ବୋଲି କହିବା ସହ ଗୃହରେ କପଟୀ ବୋଲି ଅଭିହିତ କରିଛନ୍ତି। ଏହି ସମୟରେ ବିରୋଧୀ ଯେତେ ହୋ ହୋଲ୍ଲା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜଣେ ଛୋଟ ପିଲା ସ୍କୁଲରୁ ଆସି ତାଙ୍କ ମାଆଙ୍କ ପାଖରେ ବଡ଼ ପାଟିରେ କାନ୍ଦିବାକୁ ଲାଗୁଛି। ପୁଅ ଏପରି କାନ୍ଦୁଥିବା ଦେଖି ତାଙ୍କ ମା ମଧ୍ୟ ଭୟଭୀତ ହେଉଛନ୍ତି। ପିଲାଟି ମା’ଙ୍କୁ କହିଛନ୍ତି , ମୋତେ ସ୍କୁଲରେ ମାଡ ମରାଯାଇଛି।

ତେବେ କେଉଁଥିପାଇଁ ମାଡ଼ ହୋଇଛି ବୋଲି ପଚାରିବାରୁ ପିଳାଟି କହିପାରୁ ନାହିଁ କିନ୍ତୁ ଜୋରେ ଜୋରେ କାନ୍ଦିବାକୁ ଲାଗୁଛି। ମୋଦି ଆହୁରି କହୁଛନ୍ତି, ପିଲାଟି ସ୍କୁଲରେ ଦୁର୍ବ୍ୟବହାର କରିଛି କିମ୍ବାକିଛି ଶିଶୁଙ୍କ ବହି ଚିରି ଦେଇଛି। କିନ୍ତୁ ଏକଥା ସେ ତା’ ମାଆଙ୍କୁ ଜରାଉ ନାହିଁ। ଏଥିସହ ସବୁଠାରୁ ବଡ଼ କଥା ହେଉଛି ପିଲାଟି ଶିକ୍ଷକଙ୍କୁ ଚୋର ବୋଲି କହିଛି। ଗତକାଲି ଆମେ ଏହଭଳି ବାଳକ ବୁଦ୍ଧିକୁ ଗୃହରେ ଦେଖିଥିଲୁ ବୋଲି ମୋଦି କଟାକ୍ଷ କରିଛନ୍ତି। ମୋଦିଙ୍କ ଭାଷଣ ସମୟରେ ମଝିରେ ମଝିରେ ପାଣି ପିଉଥିଲେ। ଅଭିଭାଷଣ ସମୟରେ ବିରୋଧୀ ଆସନରେ ଠିଆ ହୋଇ ଓ ଗୃହ ମଝିକୁ ଆସି ହୋ ହଲ୍ଲା ଜାରି ରଖିଥିଲେ।

The post ରାହୁଲଙ୍କୁ ଟାର୍ଗେଟ କରୁକରୁ ହଠାତ୍‌ ପାଣି ପିଇଲେ ମୋଦି, ବିରୋଧୀ କହିଲେ… appeared first on Dharitri Odia News.