ଅଜନ୍ତା ଶୁଜ୍ର ସମ୍ପ୍ରସାରଣ ୟୁନିଟ୍ ଉଦ୍ଘାଟିତ
ଭୁବନେଶ୍ୱର,୬।୪ (ଅଭୟ ଦାଶ): ଅଜନ୍ତା ଶୁଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ବା ଅଜନ୍ତା ଫୁଟ୍କେୟାରର ସମ୍ପ୍ରସାରଣ ୟୁନିଟ୍ ଶୁକ୍ରବାର ଭୁବନେଶ୍ୱରର ଅଶୋକନଗର ଜନପଥଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଜନ୍ତା ଶୁଜ୍ସର ଆର୍ଏମ୍ ଓଡ଼ିଶା ସୁବାସ ପଣ୍ଡାଙ୍କ ସମେତ ମ୍ୟାନେଜର (ମାର୍କେଟିଂ) ମଦନ ଜାନା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ,୧୦୦୦ବର୍ଗଫୁଟରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବ୍ରାଣ୍ଡ୍ର ସ୍ବତନ୍ତ୍ର ସ୍ପୋଟର୍ସ ସେଗ୍ମେଣ୍ଟ ଓ ଇମ୍ପାକ୍ଟୋ ଏବଂ ଇମ୍ପେରିଓ ଭଳି ଅନେକ ଭେରାଇଟ ଓ ଡିଜାଇନର ବ୍ୟାପକ ରେଞ୍ଜ ଉପଲବ୍ଧ। […] The post ଅଜନ୍ତା ଶୁଜ୍ର ସମ୍ପ୍ରସାରଣ ୟୁନିଟ୍ ଉଦ୍ଘାଟିତ appeared first on Dharitri Odia News.
ଭୁବନେଶ୍ୱର,୬।୪ (ଅଭୟ ଦାଶ): ଅଜନ୍ତା ଶୁଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ବା ଅଜନ୍ତା ଫୁଟ୍କେୟାରର ସମ୍ପ୍ରସାରଣ ୟୁନିଟ୍ ଶୁକ୍ରବାର ଭୁବନେଶ୍ୱରର ଅଶୋକନଗର ଜନପଥଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଜନ୍ତା ଶୁଜ୍ସର ଆର୍ଏମ୍ ଓଡ଼ିଶା ସୁବାସ ପଣ୍ଡାଙ୍କ ସମେତ ମ୍ୟାନେଜର (ମାର୍କେଟିଂ) ମଦନ ଜାନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ,୧୦୦୦ବର୍ଗଫୁଟରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବ୍ରାଣ୍ଡ୍ର ସ୍ବତନ୍ତ୍ର ସ୍ପୋଟର୍ସ ସେଗ୍ମେଣ୍ଟ ଓ ଇମ୍ପାକ୍ଟୋ ଏବଂ ଇମ୍ପେରିଓ ଭଳି ଅନେକ ଭେରାଇଟ ଓ ଡିଜାଇନର ବ୍ୟାପକ ରେଞ୍ଜ ଉପଲବ୍ଧ। ସେହିଭଳି ଏଠାରେ ବ୍ରାଣ୍ଡ୍ର ସମସ୍ତ ଉତ୍ପାଦ ସହ ଇମ୍ପାକ୍ଟୋ ସ୍ପୋଟର୍ସ ଶୁଜ୍ର ବ୍ୟାପକ ସମ୍ଭାର ଉପଲବ୍ଧ ରହିଛି। ଅପରପକ୍ଷରେ ଗ୍ରାହକଙ୍କ ଚାହିଦା ଓ ବଜାର ଆବଶ୍ୟକତା ପୂରଣକୁ ପ୍ରାଥମିକତା ଦେବା ସହ ଗୁଣାତ୍ମକ ସେବା ଓ ଉତ୍ପାଦ ଯୋଗାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ବୋଲି ଷ୍ଟୋର ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିପରି ରାଜ୍ୟର ୩ୟ ପ୍ରିମିୟମ ଷ୍ଟୋର (ଭୁବନେଶ୍ୱର, ଅଶୋକ ନଗର) ହୋଇଥିଲା ବେଳେ ଇଷ୍ଟ ଇଣ୍ଡିଆରେ ଏହା ୧୫୨ତମ ଷ୍ଟୋର ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
The post ଅଜନ୍ତା ଶୁଜ୍ର ସମ୍ପ୍ରସାରଣ ୟୁନିଟ୍ ଉଦ୍ଘାଟିତ appeared first on Dharitri Odia News.