ଶିଶୁପୁତ୍ରର ବେକରେ ଭୁଜାଲି ରଖି ଲୁଟିନେଲେ ଟଙ୍କା, ଅଳଙ୍କାର

ପାରଳାଖେମୁଣ୍ଡି,୩୦ା୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ବନାଥନଗରରେ ଗୁରୁବାର ଏକ ବଡ଼ ଧରଣର ଲୁଟପାଟ୍‌ ଘଟିଛି। ୪ଜଣ ଲୁଟେରା ଜଣେ ଶିଶୁପୁତ୍ରର ବେକରେ ଭୁଜାଲି ରଖି ପରିବାର ଲୋକଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ୪ଜଣ ଦୁର୍ବୃତ୍ତ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଘରେ ପଶି ତାଙ୍କ ଶିଶୁ ପୁତ୍ରର ବେକରେ ଭୁଜାଲି ରଖି ୩ ଲକ୍ଷ ଟଙ୍କା ସହ ପ୍ରାୟ ୫ ତୋଳା ସୁନା ଅଳଙ୍କାର ଲୁଟି […] The post ଶିଶୁପୁତ୍ରର ବେକରେ ଭୁଜାଲି ରଖି ଲୁଟିନେଲେ ଟଙ୍କା, ଅଳଙ୍କାର appeared first on Dharitri Odia News.

ଶିଶୁପୁତ୍ରର ବେକରେ ଭୁଜାଲି ରଖି ଲୁଟିନେଲେ ଟଙ୍କା, ଅଳଙ୍କାର

ପାରଳାଖେମୁଣ୍ଡି,୩୦ା୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ବନାଥନଗରରେ ଗୁରୁବାର ଏକ ବଡ଼ ଧରଣର ଲୁଟପାଟ୍‌ ଘଟିଛି। ୪ଜଣ ଲୁଟେରା ଜଣେ ଶିଶୁପୁତ୍ରର ବେକରେ ଭୁଜାଲି ରଖି ପରିବାର ଲୋକଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

୪ଜଣ ଦୁର୍ବୃତ୍ତ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଘରେ ପଶି ତାଙ୍କ ଶିଶୁ ପୁତ୍ରର ବେକରେ ଭୁଜାଲି ରଖି ୩ ଲକ୍ଷ ଟଙ୍କା ସହ ପ୍ରାୟ ୫ ତୋଳା ସୁନା ଅଳଙ୍କାର ଲୁଟି ନେଇଛନ୍ତି। ରାଜସ୍ବ ବିଭାଗରେ କାର୍ଯ୍ୟରତ ଶ୍ୟାମସୁନ୍ଦର ଅଫିସକୁ ଯିବା ପରେ ଘରେ ତାଙ୍କ ସ୍ତ୍ରୀ ସସ୍ମିତା ଏବଂ ୧୧ ବର୍ଷର ଶିଶୁପୁତ୍ର ସୌମ୍ୟଜିତ ଥିଲେ। ଦୁର୍ବୃତ୍ତମାନେ ବାରିପଟ କବାଟ ଠେଲି ଘର ଭିତରକୁ ପ୍ରବେଶ କରିଥିଲେ।

ଇତି ମଧ୍ୟରେ ସସ୍ମିତା ଆଲମିରା ବାହାର କରୁଥିଲେ ଏବଂ ତାଙ୍କ ପୁତ୍ର ସୌମ୍ୟଜିତ ଟିଭି ଦେଖୁଥିଲେ। ଏହି ସମୟରେ ଜଣେ ଦୁର୍ବୁତ୍ତ ସୌମ୍ୟଜିତଙ୍କ ତଣ୍ଟିରେ ଭୁଜାଲି ରଖିଥିବା ବେଳେ ଅନ୍ୟ ୩ଜଣ ତାଙ୍କ ମା’ଙ୍କୁ ଧମକାଇ ଆଲମିରାରୁ ୩ ଲକ୍ଷ ଟଙ୍କା ଏବଂ ପ୍ରାୟ ୫ ତୋଳା ସୁନା ଧରି ଚମ୍ପଟ ମାରିଥିଲେ। ଗଲାବେଳେ ଘର ସାରା ପାଣି ପକାଇଦେଇ ଚାଲିଯାଇଥିଲେ।

ଖବର ପାଇ ପାରଳାଖେମୁଣ୍ଡି ଏସ୍‌ଡିପିଓ ମାଧବାନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଡଗ୍‌ ସ୍କାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ବିଶ୍ବନାଥନଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

The post ଶିଶୁପୁତ୍ରର ବେକରେ ଭୁଜାଲି ରଖି ଲୁଟିନେଲେ ଟଙ୍କା, ଅଳଙ୍କାର appeared first on Dharitri Odia News.