ଅଜାଣତରେ ପାସ୍ ହୋଇଛି ଟେଣ୍ଡର, ଧାରଣାରେ ବସିଲେ କାଉନସିଲରଙ୍କ ସହ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ
ଭଦ୍ରକ ୧୭।୮: ସଫେଇ କାର୍ଯ୍ୟ ପାଇଁ ସଂସ୍ଥାକୁ ଦାୟିତ୍ୱ ମିଳିଲା । କେତେକ ପୁରୁଣା କର୍ମଚାରୀଙ୍କୁ ବାହାର କରି ନୂଆ ନିଯୁକ୍ତି ମିଳିଲା । କିନ୍ତୁ କେତେକ ନିର୍ଦ୍ଧିଷ୍ଟ କାଉନସିଲରଙ୍କ ସହ ଅଧ୍ୟକ୍ଷା ଓ ଉପଧ୍ୟକ୍ଷା ମଧ୍ୟ ଜାଣିନାହାନ୍ତି ଯେ କେଉଁ ସଂସ୍ଥା ଦାୟିତ୍ୱ ନେଇଛି ଓ କେମିତି ନିଯୁକ୍ତି ମିଳିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଏନଏସିର କାଉନସିଲରଙ୍କ ସହ ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ସେକ୍ ନୁରାନୀ, ୧୧ ନମ୍ବର ୱାର୍ଡ କାଉନସିଲର ସୁବାସିନୀ କରଙ୍କ ସହ ୭ ଜଣ କାଉନସିଲର ଏନଏସି ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଭିଯୋଗ ଅନୁଯାୟୀ ଧାମନଗର ଏନଏସିରେ ୨୩ ହଜାର ବାସିନ୍ଦା ଥିବାବେଳେ ନୂଆ ସଫେଇ ସଂସ୍ଥା ପ୍ରତ୍ୟୁଷ ସାନିଟେସନ ନୂଆ ସଫେଇ ଦାୟିତ୍ୱ ଗ୍ରହଣ କରିଛି । କିଛି ପୁରୁଣା ସଫେଇ କର୍ମୀଙ୍କୁ ବାହାର କରି ନୂଆ କର୍ମଚାରୀ ନିଯୁକ୍ତି ଦେଇଛନ୍ତି । କିନ୍ତୁ କାଉନସିଲରଙ୍କ ସହ ଏନଏସି ଅଧକ୍ଷା ଓ ଉପାଧ୍ୟକ୍ଷ ଘଟଣା ବିଷୟରେ କୌଣସି ଖବର ପାଇନଥିବା କହିଛନ୍ତି । ଶେଷରେ ବାଧ୍ୟ ହୋଇ ଲୋକ ପ୍ରତିନିଧି ହିସାବରେ ଧାରଣାରେ ବସିଛନ୍ତି ।You Can Read:ମରାମତି ପାଇଁ ଗ୍ୟାରେଜ ଆସିଥିଲା ଆମ୍ବୁଲାନ୍ସ, ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ଭଦ୍ରକ ୧୭।୮: ସଫେଇ କାର୍ଯ୍ୟ ପାଇଁ ସଂସ୍ଥାକୁ ଦାୟିତ୍ୱ ମିଳିଲା । କେତେକ ପୁରୁଣା କର୍ମଚାରୀଙ୍କୁ ବାହାର କରି ନୂଆ ନିଯୁକ୍ତି ମିଳିଲା । କିନ୍ତୁ କେତେକ ନିର୍ଦ୍ଧିଷ୍ଟ କାଉନସିଲରଙ୍କ ସହ ଅଧ୍ୟକ୍ଷା ଓ ଉପଧ୍ୟକ୍ଷା ମଧ୍ୟ ଜାଣିନାହାନ୍ତି ଯେ କେଉଁ ସଂସ୍ଥା ଦାୟିତ୍ୱ ନେଇଛି ଓ କେମିତି ନିଯୁକ୍ତି ମିଳିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଏନଏସିର କାଉନସିଲରଙ୍କ ସହ ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ସେକ୍ ନୁରାନୀ, ୧୧ ନମ୍ବର ୱାର୍ଡ କାଉନସିଲର ସୁବାସିନୀ କରଙ୍କ ସହ ୭ ଜଣ କାଉନସିଲର ଏନଏସି ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଭିଯୋଗ ଅନୁଯାୟୀ ଧାମନଗର ଏନଏସିରେ ୨୩ ହଜାର ବାସିନ୍ଦା ଥିବାବେଳେ ନୂଆ ସଫେଇ ସଂସ୍ଥା ପ୍ରତ୍ୟୁଷ ସାନିଟେସନ ନୂଆ ସଫେଇ ଦାୟିତ୍ୱ ଗ୍ରହଣ କରିଛି । କିଛି ପୁରୁଣା ସଫେଇ କର୍ମୀଙ୍କୁ ବାହାର କରି ନୂଆ କର୍ମଚାରୀ ନିଯୁକ୍ତି ଦେଇଛନ୍ତି । କିନ୍ତୁ କାଉନସିଲରଙ୍କ ସହ ଏନଏସି ଅଧକ୍ଷା ଓ ଉପାଧ୍ୟକ୍ଷ ଘଟଣା ବିଷୟରେ କୌଣସି ଖବର ପାଇନଥିବା କହିଛନ୍ତି । ଶେଷରେ ବାଧ୍ୟ ହୋଇ ଲୋକ ପ୍ରତିନିଧି ହିସାବରେ ଧାରଣାରେ ବସିଛନ୍ତି ।
You Can Read:
ମରାମତି ପାଇଁ ଗ୍ୟାରେଜ ଆସିଥିଲା ଆମ୍ବୁଲାନ୍ସ, ନିଆଁ ଲଗାଇଦେଲେ ଦୁର୍ବୃତ୍ତ