ଟଙ୍କା ପାଇଁ ବାପାଙ୍କୁ ନିଆଁରେ ପୋଡିଥିଲା, ଅଭିଯୁକ୍ତକୁ ଆଜୀବନ ଜେଲ୍‌

କଟକ ୨୬/୬: ଟଙ୍କା ପାଇଁ ବାପାଙ୍କୁ ନିଆଁରେ ପୋଡି ମାରିଥିଲା । ହତ୍ୟାକାରୀ ପୁଅକୁ ଆଜୀବନ ସଜ୍ଜା ସହ ୧୦ ହଜାର ଟଙ୍କା ଜରିମାନା ପାଇଁ ଆଦେଶ ଦେଇଛନ୍ତି କଟକ ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଜରିମାନା ଅନାଦେୟରେ ଅଧିକ ଏକ ବର୍ଷ ଜେଲ୍‌ଦଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି ।  ୨୦୧୮,ଅଗଷ୍ଟ ୧୮ରେ ଘଟିଥିଲା ହତ୍ୟାକାଣ୍ଡ । ହାଇକୋର୍ଟ କର୍ମଚାରୀ ମୁରଲୀଧର ସାହୁଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିଲା ପୁଅ ସନ୍ତୋଷ ସାହୁ । ୨୪ଟି ଦସ୍ତାବିଜ ଓ ୨୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଦଣ୍ଡାଦେଶ ହୋଇଛି 