‘ଶିକ୍ଷା ବିନା ଜୀବନର ମୂଲ୍ୟ କିଛି ନାହିଁ, ମା’ମାନେ ଶିକ୍ଷିତ ହେବା ଜରୁରୀ’

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଉତ୍ସବକୁ ଦାରିଙ୍ଗବାଡି ତହସିଲଦାର ଶରତ ଶବର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୋନାଲି ପୃଷ୍ଟି ଓ ସମ୍ମାନିତ ଅତିଥିଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର […] The post ‘ଶିକ୍ଷା ବିନା ଜୀବନର ମୂଲ୍ୟ କିଛି ନାହିଁ, ମା’ମାନେ ଶିକ୍ଷିତ ହେବା ଜରୁରୀ’ appeared first on Dharitri Odia News.

‘ଶିକ୍ଷା ବିନା ଜୀବନର ମୂଲ୍ୟ କିଛି ନାହିଁ, ମା’ମାନେ ଶିକ୍ଷିତ ହେବା ଜରୁରୀ’

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଉତ୍ସବକୁ ଦାରିଙ୍ଗବାଡି ତହସିଲଦାର ଶରତ ଶବର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୋନାଲି ପୃଷ୍ଟି ଓ ସମ୍ମାନିତ ଅତିଥିଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ବେହେରା, ବିଇଓ କାର୍ଯ୍ୟାଳୟର ସ୍ଥାପନ ଅଧିକାରୀ ଅଶୋକ ସାହୁ, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଗ୍ରେସିୟସ ଦାସ ମଞ୍ଚ ପରିଚାଳନା ଓ ଅତିଥି ସ୍ବାଗତ ଭାଷଣ ଦେଇଥିଲେ। ଉକ୍ତ ଉତ୍ସବକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ଜେନା କର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ରହିଥିବା ବିଦ୍ୟାଳୟରେ ବିଭିନ୍ନ ସୁବିଧା ପାଠପଢ଼ା ବ୍ୟବସ୍ଥା ସମେତ ଛାତ୍ରୀମାନଙ୍କ ପାଇଁ ବିଶେଷ କରି ଅନ୍ତେବାସିନୀଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ କୁହାଯାଇଥିଲା। ବିଦ୍ୟାଳୟରେ ଛାତ୍ରୀମାନଙ୍କ ଶିକ୍ଷା ସମେତ ସେମାନଙ୍କୁ କୌଶଳ ବିଦ୍ୟା ସହ ଇକୋ କ୍ଲବର ଶିକ୍ଷା ବ୍ୟବସ୍ଥା ଭଳି ସୁବିଧା ଆଦି ପ୍ରଧାନ ଶିକ୍ଷକ କହିଥିଲେ।

ମୁଖ୍ୟ ଅତିଥି ଛାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ପାଠ ବିନା ଭବିଷ୍ୟତ ଅନ୍ଧାର। ନାରୀ ହେଲେ ପାଠୋଇ ଦେଶ ଯିବ ଆଗେଇ। ତେଣୁ ଭବିଷ୍ୟତ ଗଢ଼ିବାକୁ ପାଠ ପଢ଼ିବା ଜରୁରୀ ଆଉ ସବୁଠାରୁ ଭଲ ମଣିଷ ହେବାକୁ ସଦାବେଳେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ ପାଠପଢ଼ା ସହ ଘର କାର୍ଯ୍ୟରେ ବାପା ଓ ମା’ଙ୍କୁ ସହଯୋଗ କରିବ ଏଥିସହ ପାଠପଢ଼ାକୁ ଅଭ୍ୟାସ କରିବ ପଢିବା ଓ ଲେଖିବାକୁ ସଦାବେଳେ ଅଭ୍ୟାସ କରିବାକୁ ସେ ପରାମର୍ଶ ଦେଇଥିଲେ ଚଳିତ ମାଟ୍ରିକ ପରୀକ୍ଷାରେ ସମସ୍ତେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବାକୁ ଉତ୍ସାହିତ କରିଥିଲେ। ଦାରିଙ୍ଗବାଡ଼ି ଅଞ୍ଚଳରେ ଛାତ୍ରୀମାନେ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଡାକ୍ତରୀ ଛାତ୍ରୀ ମଧ୍ୟ ହୋଇପାରିଥିବା ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶିକ୍ଷକ ତଥା ବିଦୁଭୂଷଣ ପାତ୍ର, ଶାନ୍ତନୁ କୁମାର ମହାରଣା, ଦୀପାଞ୍ଜଳି ମନ୍ଦର, ଚନ୍ଦ୍ରରେଖା ପ୍ରଧାନ, ସୁରଜ କୁମାର ସାହୁ, ଅନିତା ପ୍ରଧାନ, ଚାନ୍ଦିନୀ ସାହୁ, ସୋନାଲି ଅଧିକାରୀ, ତାପସ ପ୍ରଧାନ, ମିଲନ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ‘ଶିକ୍ଷା ବିନା ଜୀବନର ମୂଲ୍ୟ କିଛି ନାହିଁ, ମା’ମାନେ ଶିକ୍ଷିତ ହେବା ଜରୁରୀ’ appeared first on Dharitri Odia News.