ଆଉ ନାହାନ୍ତି ସ୍ୱରର ମଲ୍ଲିକା ଉମା ରମଣନ, ୩ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ କରୁଥିଲେ ରାଜ୍

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ନିଜ ସ୍ୱରର ଯାଦୁରେ ମତୁଆଲା କରିଥିବା ପ୍ରସିଦ୍ଧ ତାମିଲ ଗାୟକ ଉମା ରମଣନଙ୍କର ଦେହାନ୍ତ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗରେ ସଂଗୀତ ଜଗତ, ପ୍ରଶଂସକ ଏବଂ ତାମିଲ ଇଣ୍ଡଷ୍ଟ୍ରି ଶୋକ ପ୍ରକାଶ କରିଛି। ତାଙ୍କ ମୃତ୍ୟୁ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଉମା ଅନ୍ତିମ ସଂସ୍କାର ସମୟରେ ସ୍ୱାମୀ ଏ.ଭି ରମଣନ ଏବଂ ପୁଅ ବିଗ୍ନେଶ ଥିଲେ। ସ୍ୱର୍ଗତ ଗାୟକଙ୍କ ସ୍ୱାମୀ ମଧ୍ୟ ଜଣେ ଗାୟକ। ଉମାଙ୍କ ଦେହାନ୍ତ ଖବର ପାଇବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ କଳାକାର ଏବଂ ପ୍ରଶଂସକ ଦିବଂଗତ ଗାୟକଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।Woke up to the sad news of the death of my most fav singer,Uma Ramanan.Highly under-rated singer,she didn't get a fair share of her fame compared to her contemporaries.Every song of hers is a super hit,from 'Poongathave Thazthiravai...' Condolences to AV Ramanan sir. Om Shanthi!+ pic.twitter.com/5ahzsg9KYI— Ramesh रमेश ரமேஷ் (@Udumalai_Ramesh) May 2, 2024ଉମା ତିନି ଦଶନ୍ଧି ଧରି ସଂଗୀତ ଦୁନିଆରେ ବିରାଟ କ୍ୟାରିୟର ଗଢିଥିଲେ। ତାଙ୍କ ଯାତ୍ରା 1977 ମସିହାରେ ଶ୍ରୀ କୃଷ୍ଣ ଲୀଲା ଚଳଚ୍ଚିତ୍ର ପାଇଁ ଏସ.ଭି ଭେଙ୍କଟାରାମନଙ୍କ

ଆଉ ନାହାନ୍ତି ସ୍ୱରର ମଲ୍ଲିକା ଉମା ରମଣନ, ୩ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ କରୁଥିଲେ ରାଜ୍

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ନିଜ ସ୍ୱରର ଯାଦୁରେ ମତୁଆଲା କରିଥିବା ପ୍ରସିଦ୍ଧ ତାମିଲ ଗାୟକ ଉମା ରମଣନଙ୍କର ଦେହାନ୍ତ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗରେ ସଂଗୀତ ଜଗତ, ପ୍ରଶଂସକ ଏବଂ ତାମିଲ ଇଣ୍ଡଷ୍ଟ୍ରି ଶୋକ ପ୍ରକାଶ କରିଛି। ତାଙ୍କ ମୃତ୍ୟୁ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। 

ଉମା ଅନ୍ତିମ ସଂସ୍କାର ସମୟରେ ସ୍ୱାମୀ ଏ.ଭି ରମଣନ ଏବଂ ପୁଅ ବିଗ୍ନେଶ ଥିଲେ। ସ୍ୱର୍ଗତ ଗାୟକଙ୍କ ସ୍ୱାମୀ ମଧ୍ୟ ଜଣେ ଗାୟକ। ଉମାଙ୍କ ଦେହାନ୍ତ ଖବର ପାଇବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ କଳାକାର ଏବଂ ପ୍ରଶଂସକ ଦିବଂଗତ ଗାୟକଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।


ଉମା ତିନି ଦଶନ୍ଧି ଧରି ସଂଗୀତ ଦୁନିଆରେ ବିରାଟ କ୍ୟାରିୟର ଗଢିଥିଲେ। ତାଙ୍କ ଯାତ୍ରା 1977 ମସିହାରେ ଶ୍ରୀ କୃଷ୍ଣ ଲୀଲା ଚଳଚ୍ଚିତ୍ର ପାଇଁ ଏସ.ଭି ଭେଙ୍କଟାରାମନଙ୍କ ଦ୍ୱାରା ରଚିତ "ମୋହନନ କାନନ ମୁରଲୀ" ଗୀତରୁ ଆରମ୍ଭ ହୋଇଥିଲା। ଉମା ରମଣନ୍ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ଗାୟକ ଥିଲେ ଏବଂ 35 ବର୍ଷରେ 6,000 ରୁ ଅଧିକ ସଂଗୀତ କନ୍ସର୍ଟରେ ଦର୍ଶକଙ୍କୁ ମନମୁଗ୍ଧ କରାଇଥିଲେ।