ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ ଡକାଇଛନ୍ତି। ଖଲିସ୍ତାନ ସମର୍ଥକ ସଂଗଠନ ଶିଖ ଫର ଜଷ୍ଟିସ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ସଂପର୍କରେ ତାଙ୍କୁ ସମନ ଜାରି କରାଯାଇଛି। ଏକ ଆମେରିକୀୟ ଅଦାଲତ ଭାରତ ସରକାର ଏବଂ ବରିଷ୍ଠ ଅଧିକାରୀଙ୍କୁ ଡକାଇବା ଉପରେ କେନ୍ଦ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି […] The post ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ? appeared first on Dharitri Odia News.

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ ଡକାଇଛନ୍ତି। ଖଲିସ୍ତାନ ସମର୍ଥକ ସଂଗଠନ ଶିଖ ଫର ଜଷ୍ଟିସ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ସଂପର୍କରେ ତାଙ୍କୁ ସମନ ଜାରି କରାଯାଇଛି। ଏକ ଆମେରିକୀୟ ଅଦାଲତ ଭାରତ ସରକାର ଏବଂ ବରିଷ୍ଠ ଅଧିକାରୀଙ୍କୁ ଡକାଇବା ଉପରେ କେନ୍ଦ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ଯେପରି ପୂର୍ବରୁ କହିଛୁ, ଏହା ସମ୍ପୂର୍ଣ୍ଣ ଅନ୍ୟାୟ ଏବଂ ଭିତ୍ତିହୀନ ଅଭିଯୋଗ। ବର୍ତ୍ତମାନ ଯେହେତୁ ଏହି ନିର୍ଦ୍ଦିଷ୍ଟ ମାମଲା ପଞ୍ଜୀକୃତ ହୋଇଛି, ମୁଁ କେବଳ ଏହି ନିର୍ଦ୍ଦିଷ୍ଟ ମାମଲା ପଛରେ ଥିବା ବ୍ୟକ୍ତିଙ୍କ ପ୍ରତି ଦୃଷ୍ଟି ଦେବାକୁ ଚାହୁଁଛି, ଯାହାର ଇତିହାସ ସମସ୍ତଙ୍କୁ ଜଣା।

ସେ କହିଛନ୍ତି, ’ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ ଏହି ବ୍ୟକ୍ତି ପ୍ରତିନିଧିତ୍ୱ କରୁଥିବା ସଂଗଠନ ଏକ ବେଆଇନ ସଂଗଠନ। ଯାହା ୧୯୬୭ର ବେଆଇନ କାର୍ଯ୍ୟକଳାପ ନିବାରଣ ଅଧିନିୟମ ଅନୁଯାୟୀ ଘୋଷିତ ହୋଇଛି। ଭାରତର ସାବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଜାତୀୟ ବିରୋଧୀ ତଥା ବିଦ୍ରୋହୀ କାର୍ଯ୍ୟକଳାପରେ ଜଡିତ ଥିବାରୁ ଏହା କରାଯାଇଛି।
ସୂଚନାଯୋଗ୍ୟ, ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ଆରଏଚ ମୁଖ୍ୟ ସାମନ୍ତ ଗୋୟଲଙ୍କୁ ଡକାଇଥିଲେ। ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ନିଖିଲ ଗୁପ୍ତା ଏବଂ ବିକ୍ରମ ଯାଦବଙ୍କୁ ମଧ୍ୟ ସମନ ପଠାଯାଇଛି। ନ୍ୟୁୟର୍କରେ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବାରୁ ଆମେରିକା ସରକାରଙ୍କ ଅନୁରୋଧ କ୍ରମେ ନିଖିଲ ଗୁପ୍ତା ଗତ ବର୍ଷ ଚେକ ଗଣତନ୍ତ୍ରରେ ଗିରଫ ହୋଇଥିଲେ। ତାଙ୍କୁ ଚଳିତ ବର୍ଷ ଜୁନରେ ଚେକ ରିପବ୍ଲିକରୁ ଆମେରିକାରେ ପ୍ରତ୍ୟର୍ପଣ କରାଯାଇଥିଲା।

The post ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ? appeared first on Dharitri Odia News.