ପୁଟିନଙ୍କୁ ବଡ଼ କଥା କହିଦେଲେ ମୋଦି, ବିଶ୍ୱକୁ ଦେଲେ ଏଭଳି ବାର୍ତ୍ତା

ମସ୍କୋ,୯।୭: ରୁଷିଆ ଗସ୍ତର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ୟୁକ୍ରେନ୍‌ ସହ ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି। ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧରେ ନିର୍ଦ୍ଦୋଷ ଶିଶୁଙ୍କ ମୃତ୍ୟୁ ହେବା ଯନ୍ତ୍ରଣାଦାୟକ ବୋଲି ମୋଦି ପୁଟିନଙ୍କ ସହ ଦ୍ୱିପାକ୍ଷୀୟ ବୈଠକରେ କହିଛନ୍ତି। ମୋଦି କହିଛନ୍ତି, ଯୁଦ୍ଧ ହେଉ କିମ୍ବା ସଂଘର୍ଷ ଅଥବା ଆତଙ୍କବାଦୀ ଆକ୍ରମଣ, ଯେତେବେଳେ ଲୋକଙ୍କ ମୃତ୍ୟୁ ହୋଇଥାଏ ତେବେ ମାନବତା ଉପରେ ବିଶ୍ୱାସ କରୁଥିବା […] The post ପୁଟିନଙ୍କୁ ବଡ଼ କଥା କହିଦେଲେ ମୋଦି, ବିଶ୍ୱକୁ ଦେଲେ ଏଭଳି ବାର୍ତ୍ତା appeared first on Dharitri Odia News.

ପୁଟିନଙ୍କୁ ବଡ଼ କଥା କହିଦେଲେ ମୋଦି, ବିଶ୍ୱକୁ ଦେଲେ ଏଭଳି ବାର୍ତ୍ତା

ମସ୍କୋ,୯।୭: ରୁଷିଆ ଗସ୍ତର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ୟୁକ୍ରେନ୍‌ ସହ ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି। ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧରେ ନିର୍ଦ୍ଦୋଷ ଶିଶୁଙ୍କ ମୃତ୍ୟୁ ହେବା ଯନ୍ତ୍ରଣାଦାୟକ ବୋଲି ମୋଦି ପୁଟିନଙ୍କ ସହ ଦ୍ୱିପାକ୍ଷୀୟ ବୈଠକରେ କହିଛନ୍ତି।

ମୋଦି କହିଛନ୍ତି, ଯୁଦ୍ଧ ହେଉ କିମ୍ବା ସଂଘର୍ଷ ଅଥବା ଆତଙ୍କବାଦୀ ଆକ୍ରମଣ, ଯେତେବେଳେ ଲୋକଙ୍କ ମୃତ୍ୟୁ ହୋଇଥାଏ ତେବେ ମାନବତା ଉପରେ ବିଶ୍ୱାସ କରୁଥିବା ଲୋକଙ୍କୁ ଯନ୍ତ୍ରଣା ହୋଇଥାଏ। ଯେତେବେଳେ ନିର୍ଦ୍ଦୋଷ ଶିଶୁଙ୍କ ହତ୍ୟା କରାଯାଏ ସେତେବେଳେ ହୃଦୟ କାନ୍ଦିଥାଏ। ମୁଁ ଆପଣଙ୍କ ସହ ଏନେଇ କଥା ହୋଇଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ଲାଗି ଭାରତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ମୁଁ ଆପଣଙ୍କ ସହ ବିଶ୍ୱ ସମୁଦାୟକୁ ବିଶ୍ୱାସ ଦେଉଛି ଯେ ଭାରତ ଶାନ୍ତି ପକ୍ଷରେ ଅଛି। ମୋ ବନ୍ଧୁ ପୁଟିନ କାଲି ଶାନ୍ତି ବିଷୟରେ କଥା ହେଲେ, ତାଙ୍କ କଥା ମୋତେ ବିଶ୍ୱାସ ଦେଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୁଁ ବନ୍ଧୁ ପୁଟିନଙ୍କୁ ଅନେକ ଥର କହିଛି ଯେ ଶାନ୍ତି ସବୁଠାରୁ ବଡ଼ କଥା। ସମସ୍ୟାର ସମାଧାନ ଯୁଦ୍ଧ ମଇଦାନରେ ହୋଇପାରିବ ନାହିଁ। ବୋମା, ବନ୍ଧୁକ, ଗୁଳି ମଧ୍ୟରେ ସମାଧାନ ଏବଂ ଶାନ୍ତି ବାର୍ତ୍ତା ସଫଳ ହେବ ନାହିଁ। ଆମେ କେବଳ ଆଲୋଚନା ଜରିଆରେ ଶାନ୍ତି ରାସ୍ତାରେ ଆଗକୁ ବଢ଼ିପାରିବା।

The post ପୁଟିନଙ୍କୁ ବଡ଼ କଥା କହିଦେଲେ ମୋଦି, ବିଶ୍ୱକୁ ଦେଲେ ଏଭଳି ବାର୍ତ୍ତା appeared first on Dharitri Odia News.