ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼
ବ୍ରିସବେନ୍,୧୫ା୧୨: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍ ହେଡ୍ ଓ ଷ୍ଟିଭେନ୍ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୭ ଉଇକେଟ ହରାଇ ୪୦୫ ରନ୍ ସଂଗ୍ରହ କରିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୧୩/୦ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ୭ ଉଇକେଟ ହରାଇ ୩୯୨ ରନ୍ ଯୋଡ଼ିବାରେ ସମର୍ଥ ହୋଇଥିଲା। ଦ୍ୱିତୀୟ ଦିନର ଖେଳ ଆରମ୍ଭରୁ ଭାରତୀୟ […] The post ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼ appeared first on Dharitri Odia News.
ବ୍ରିସବେନ୍,୧୫ା୧୨: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍ ହେଡ୍ ଓ ଷ୍ଟିଭେନ୍ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୭ ଉଇକେଟ ହରାଇ ୪୦୫ ରନ୍ ସଂଗ୍ରହ କରିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୧୩/୦ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ୭ ଉଇକେଟ ହରାଇ ୩୯୨ ରନ୍ ଯୋଡ଼ିବାରେ ସମର୍ଥ ହୋଇଥିଲା।
ଦ୍ୱିତୀୟ ଦିନର ଖେଳ ଆରମ୍ଭରୁ ଭାରତୀୟ ବୋଲର ପ୍ରଭାବୀ ବୋଲିଂ କରିଥିଲେ। ଯଶ୍ପ୍ରୀତ ବୁମ୍ରା ଉଭୟ ଓପନରଙ୍କୁ ଆଉଟ କରିଥିବା ବେଳେ ଅଷ୍ଟ୍ରେଲିଆ ୩୮ ରନ୍ରେ ୨ ଉଇକେଟ ହରାଇଥିଲା। ମାର୍ନସ ଲାବୁଶେନ୍ ୧୨ ରନ୍ କରିବା ସହିତ ତୃତୀୟ ଉଇକେଟରେ ଷ୍ଟିଭେନ୍ ସ୍ମିଥଙ୍କ ସହିତ ୩୭ ରନ୍ ଯୋଡ଼ିଥିଲେ। ଲାବୁଶେନଙ୍କୁ କୋହଲିଙ୍କ ହାତରେ କ୍ୟାଚ କରାଇ ନୀତୀଶ କୁମାର ରେଡ୍ଡୀ ଏହି ଯୋଡ଼ି ଭାଙ୍ଗିଥିଲେ। ୭୫ ରନ୍ରେ ତୃତୀୟ ଉଇକେଟର ପତନ ପରେ ୨୪୧ ରନ୍ ଯୋଡ଼ିଥିଲେ ଟ୍ରାଭିସ୍ ହେଡ୍ ଓ ଷ୍ଟିଭେନ୍ ସ୍ମିଥ୍।
ଦ୍ୱିତୀୟ ଟେଷ୍ଟରେ ଶତକ ସହ ପ୍ଲେୟର ଅଫ୍ ଦ ମ୍ୟାଚ୍ ରହିଥିବା ହେଡ୍ ପୁଣି ଥରେ ଭାରତୀୟ ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ। କାଉଣ୍ଟର ଆଟାକ କରି ଭାରତୀୟ ବୋଲରଙ୍କ ଲାଇନ୍ଲେନ୍ଥ ବିଗାଡ଼ି ଥିବା ବେଳେ ଫର୍ମକୁ ଫେରିଥିଲେ ଷ୍ଟିଭେନ୍ ସ୍ମିଥ୍। ଭାରତ ବିପକ୍ଷରେ କ୍ରମାଗତ ଶତକ ହାସଲ କରିଥିବା ହେଡ୍ ୧୬୦ ବଲ୍ ଖେଳି ୧୮ ଚୌକା ସହିତ ୧୫୨ ରନ୍ କରିଥିଲେ। ଅନ୍ୟପକ୍ଷରେ ଫର୍ମକୁ ଫେରିଥିବା ସ୍ମିଥ୍ ୧୯୦ ବଲ୍ ଖେଳି ୧୨ ଚୌକା ସହ ୧୦୧ ରନ୍ କରିଥିଲେ।
ଦଳୀୟ ସ୍କୋର ୩୧୬ରେ ସ୍ମିଥଙ୍କୁ ଆଉଟ କରି ବୁମ୍ରା ଏହି ଭାଗୀଦାରି ଶେଷ କରିଥିଲେ। ପରବର୍ତ୍ତୀ ୧୧ ରନ୍ ମଧ୍ୟରେ ମିଚେଲ୍ ମାର୍ଶ(୫) ଓ ଟ୍ରାଭିସ୍ ହେଡ୍ଙ୍କୁ ଆଉଟ କରି ୫ ଉଇକେଟ ସଫଳତା ପୂରଣ କରିଥିଲେ ବୁମ୍ରା। ଟେଷ୍ଟ କ୍ରିକେଟରେ ଏହା ତାଙ୍କର ୧୨ତମ ୫ ଉଇକେଟ ସଫଳତା। ପରେ ଉଇକେଟକିପର ଆଲେକ୍ସ କେରୀ(୪୫*) ଓ ଅଧିନାୟକ ପ୍ୟାଟ୍ କୁମିନ୍ସ(୨୦) ଅଷ୍ଟମ ଉଇକେଟରେ ୫୮ ରନ୍ ଯୋଡ଼ିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଆଲେକ୍ସ କେରୀ ୪୫ ଓ ମିଚେଲ ଷ୍ଟାର୍କ ୭ ରନ୍ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ଯଶ୍ପ୍ରୀତ ବୁମ୍ରା ୫, ନୀତୀଶ କୁମାର ରେଡ୍ଡୀ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
The post ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼ appeared first on Dharitri Odia News.