ଅଜିତ ପାୱାରଙ୍କ ପକ୍ଷରୁ ୧୦-୧୫ ବିଧାୟକ ଶରଦ ପାୱାରଙ୍କ ସମ୍ପର୍କରେ ଥିବା ଖବରକୁ ମିଛ ବୋଲି କହିଲା ଏନ୍‌ସିପି

ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ଏନ୍‌ସିପିର ୧୦-୧୫ ବିଧାୟକ ଶରଦ ପାୱାରଙ୍କ ପକ୍ଷକୁ ଆସି ପାରନ୍ତି। ଏନେଇ ଏହି ବିଧାୟକମାନେ ଶରଦ ପାୱାରଙ୍କ ସମ୍ପର୍କର ଅଛନ୍ତି ବୋଲି ଖବର ପ୍ରକାଶ ପାଉଛି। ହେଲେ ଅଜିତ ପାୱାରଙ୍କ ଏନ୍‌ସିପି କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ଏହା ଏକ ଗୁଜବ  ଖବର ବୋଲି ଏନ୍‌ସିପି କହିଛି। ୨୦୨୪ ଲୋକସଭା ନିର୍ବାଚନ ପାଣିପାଗ ବଦଳାଇ ଦେଇଛି। ବିଜେପିର ୪୦୦ ପାର୍ ନାରା ଫେଲ୍ ମାରିବା ପରେ ଏବେ ହାୱା ଇଣ୍ଡିଆ ମେଣ୍ଟ ଆଡ଼କୁ ବହୁଥିବା କୁହାଯାଉଛି। ଏଭଳି ସ୍ଥିତିରେ ନାନା ଖବର ଶୁଣିବାକୁ ମିଳୁଛି। ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ତାଙ୍କ କ୍ୟାବିନେଟ୍‌ ଅଦଳବଦଳ କରିବାର ଥିବା ବେଳେ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ହୋଇଥିବା ଶୁଣିବାକୁ ମିଳୁଛି। ଶରଦ ପାୱାରଙ୍କ ଏନ୍‌ସିପି ରାଜ୍ୟ ଅଧ୍ୟକ୍ଷ ଜୟନ୍ତ ପାଟିଲ ଦାବି କରିଥିଲେ ଯେ ଅଜିତ ପାୱାରଙ୍କ ପକ୍ଷରୁ ୧୦-୧୫ ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି। ଜୁନ ୯-୧୦ ତାରିଖରେ ଏ ବିଷୟରେ ବିଚାର କରାଯିବ। ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ଏବେ ଅଜିତ ପାୱାରଙ୍କ ଏନ୍‌ସିପି ପକ୍ଷରୁ ଏନେଇ ପ୍ରତିକ୍ରିୟା ଆସିଛି। ଖବର ସମ୍ପୂର୍ଣ୍ଣ ମିଛ ଖବର ବୋଲି ଅଜିତ ପାୱାର ଏନ୍‌ସିପି କହିଛି।ଆଜି ଏହା ପୂର୍ବରୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିର୍ବାଚନରେ ଖରାପ ପ୍ରଦର୍ଶନ ନେଇ ଦଳୀୟ ନେତାଙ୍କ ବୈଠକ ଡକାଇଥିଲେ। କାରଣ ୨୦୨୪ ନିର୍ବାଚନରେ ତାଙ୍

ଅଜିତ ପାୱାରଙ୍କ ପକ୍ଷରୁ ୧୦-୧୫ ବିଧାୟକ ଶରଦ ପାୱାରଙ୍କ ସମ୍ପର୍କରେ ଥିବା ଖବରକୁ ମିଛ ବୋଲି କହିଲା ଏନ୍‌ସିପି

ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ଏନ୍‌ସିପିର ୧୦-୧୫ ବିଧାୟକ ଶରଦ ପାୱାରଙ୍କ ପକ୍ଷକୁ ଆସି ପାରନ୍ତି। ଏନେଇ ଏହି ବିଧାୟକମାନେ ଶରଦ ପାୱାରଙ୍କ ସମ୍ପର୍କର ଅଛନ୍ତି ବୋଲି ଖବର ପ୍ରକାଶ ପାଉଛି। ହେଲେ ଅଜିତ ପାୱାରଙ୍କ ଏନ୍‌ସିପି କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ଏହା ଏକ ଗୁଜବ  ଖବର ବୋଲି ଏନ୍‌ସିପି କହିଛି। 

୨୦୨୪ ଲୋକସଭା ନିର୍ବାଚନ ପାଣିପାଗ ବଦଳାଇ ଦେଇଛି। ବିଜେପିର ୪୦୦ ପାର୍ ନାରା ଫେଲ୍ ମାରିବା ପରେ ଏବେ ହାୱା ଇଣ୍ଡିଆ ମେଣ୍ଟ ଆଡ଼କୁ ବହୁଥିବା କୁହାଯାଉଛି। ଏଭଳି ସ୍ଥିତିରେ ନାନା ଖବର ଶୁଣିବାକୁ ମିଳୁଛି। ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ତାଙ୍କ କ୍ୟାବିନେଟ୍‌ ଅଦଳବଦଳ କରିବାର ଥିବା ବେଳେ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ହୋଇଥିବା ଶୁଣିବାକୁ ମିଳୁଛି। 

ଶରଦ ପାୱାରଙ୍କ ଏନ୍‌ସିପି ରାଜ୍ୟ ଅଧ୍ୟକ୍ଷ ଜୟନ୍ତ ପାଟିଲ ଦାବି କରିଥିଲେ ଯେ ଅଜିତ ପାୱାରଙ୍କ ପକ୍ଷରୁ ୧୦-୧୫ ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି। ଜୁନ ୯-୧୦ ତାରିଖରେ ଏ ବିଷୟରେ ବିଚାର କରାଯିବ। ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ଏବେ ଅଜିତ ପାୱାରଙ୍କ ଏନ୍‌ସିପି ପକ୍ଷରୁ ଏନେଇ ପ୍ରତିକ୍ରିୟା ଆସିଛି। ଖବର ସମ୍ପୂର୍ଣ୍ଣ ମିଛ ଖବର ବୋଲି ଅଜିତ ପାୱାର ଏନ୍‌ସିପି କହିଛି।

ଆଜି ଏହା ପୂର୍ବରୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିର୍ବାଚନରେ ଖରାପ ପ୍ରଦର୍ଶନ ନେଇ ଦଳୀୟ ନେତାଙ୍କ ବୈଠକ ଡକାଇଥିଲେ। କାରଣ ୨୦୨୪ ନିର୍ବାଚନରେ ତାଙ୍କ ଦଳ ୪ ଆସନରେ ପ୍ରାର୍ଥୀ ଦେଇଥିଲା। ହେଲେ ମାତ୍ର ଗୋଟିଏ ଆସନ(ରାୟଗଡ଼) ଜିତିଥିଲା। ସବୁଠାରୁ ବଡ଼ କଥା ହେଲା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମଧ୍ୟ ପରାସ୍ତ ହୋଇଛନ୍ତି। ଶରଦ ପାୱାରଙ୍କ ଏନ୍‌ସିପି ପ୍ରାର୍ଥୀ ତଥା ତାଙ୍କ ଭଉଣୀ ସୁପ୍ରିୟାଙ୍କ ଠାରୁ ସେ ଦେଢ଼ ଲକ୍ଷରୁ ଅଧିକ ଭୋଟ୍‌ରେ ହାରିଯାଇଥିଲେ।      

୨୦୨୪ ଲୋକସଭା ନିର୍ବାଚନରେ ସିନ୍ଦେ ଶିବସେନା, ଅଜିତ ପାୱାରଙ୍କ ଏନ୍‌ସିପି ଓ ବିଜେପିର ମହାୟୁତି ମେଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି। ମୋଟ ୪୮ ଆସନରୁ ମେଣ୍ଟକୁ ମାତ୍ର ୧୭ ଆସନ ମିଳିଛି। ଅନ୍ୟପଟେ ମହାବିକାଶ ଅଘାଡ଼ି ଦଳକୁ ୩୦ ଆସନ ମିଳିଛି। କଂଗ୍ରେସ ୧୩ଟି ଆସନ ଜିତିଥିବା ବେଳେ ଶିବସେନା ୟୁବିଟି ୯ଟି ଆସନ ହାତେଇଛି। ଏବଂ ଶରଦ ପାୱାରଙ୍କ ଏନ୍‌ସିପିକୁ ୮ଟି ଆସନ ମିଳିଛି। 

ତେବେ ଲୋକସଭା ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନର ଦାୟିତ୍ୱ ନେଇ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡ଼ନାଭିସ୍। ହେଲେ ତାଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ ବୋଲି ସୂଚନା ମିଳିଛି।