ସମୁଦ୍ରରେ ବୁଡିଯାଇଥିଲା ଜାହାଜ, ୧୨ ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ ସେନା
ଇସଲାମବାଦ,୫।୧୨: ଏକ ଭାରତୀୟ ମାଲବାହୀ ଜାହାଜ ବୁଡିବା ପରେ ପାକିସ୍ତାନୀ ସେନା ଜାହାଜର କର୍ମଚାରୀଙ୍କ ଜୀବନ ରକ୍ଷା କରିଛନ୍ତି। ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) ବୁଧବାର ଭାରତୀୟଙ୍କୁ ଏପରି ବିପଦରୁ ଉଦ୍ଧାର କରିଛି। ଭାରତୀୟ କାର୍ଗୋ ଜାହାଜ ଏମଏସଭି ଏଏଲ ପିରାନପିର ବୁଡ଼ିଯିବା ପରେ ୧୨ ଜଣ କର୍ମଚାରୀଙ୍କୁ ପାକିସ୍ତାନୀ ସେନା ଜୀବନ୍ତ ଉଦ୍ଧାର କରିଛନ୍ତି। ବୁଧବାର ଜାରି ଏକ ବିବୃତିରେ ପିଏମଏସଏ କହିଛି ଯେ, ଭାରତର ମୁମ୍ବାଇର ସାମୁଦ୍ରିକ ଉଦ୍ଧାର ସମନ୍ବୟ କେନ୍ଦ୍ର(ଏମଆରସିସି)ରୁ ଏକ […] The post ସମୁଦ୍ରରେ ବୁଡିଯାଇଥିଲା ଜାହାଜ, ୧୨ ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ ସେନା appeared first on Dharitri Odia News.
ଇସଲାମବାଦ,୫।୧୨: ଏକ ଭାରତୀୟ ମାଲବାହୀ ଜାହାଜ ବୁଡିବା ପରେ ପାକିସ୍ତାନୀ ସେନା ଜାହାଜର କର୍ମଚାରୀଙ୍କ ଜୀବନ ରକ୍ଷା କରିଛନ୍ତି। ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) ବୁଧବାର ଭାରତୀୟଙ୍କୁ ଏପରି ବିପଦରୁ ଉଦ୍ଧାର କରିଛି। ଭାରତୀୟ କାର୍ଗୋ ଜାହାଜ ଏମଏସଭି ଏଏଲ ପିରାନପିର ବୁଡ଼ିଯିବା ପରେ ୧୨ ଜଣ କର୍ମଚାରୀଙ୍କୁ ପାକିସ୍ତାନୀ ସେନା ଜୀବନ୍ତ ଉଦ୍ଧାର କରିଛନ୍ତି।
ବୁଧବାର ଜାରି ଏକ ବିବୃତିରେ ପିଏମଏସଏ କହିଛି ଯେ, ଭାରତର ମୁମ୍ବାଇର ସାମୁଦ୍ରିକ ଉଦ୍ଧାର ସମନ୍ବୟ କେନ୍ଦ୍ର(ଏମଆରସିସି)ରୁ ଏକ ଇ-ମେଲ ମିଳିଥିଲା। ବୁଡ଼ି ଯାଇଥିବା ଜାହାଜର ଲୋକଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏଥିଲେ ସହାୟତା ଲୋଡା ଯାଇଥିଲା। ସୂଚନା ଅନୁଯାୟୀ ଏହି ଜାହାଜ ପାକିସ୍ତାନର ଏକ୍ସକ୍ଲୁସିଭ ଇକୋନୋମିକ ଜୋନରେ ବୁଡ଼ି ଯାଇଥିଲା ଏବଂ ଏହାର ୧୨ ଜଣ କ୍ରୁ ସଦସ୍ୟ ସମୁଦ୍ରରେ ଫସି ରହିଥିଲେ। ଇ-ମେଲ ପାଇବା ପରେ ପାକିସ୍ତାନ ସାମୁଦ୍ରିକ ଏଜେନ୍ସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ତୁରନ୍ତ ଏକ ପିଏମଏସଏ ଜାହାଜକୁ ଦାୟିତ୍ୱ ଦିଆଯାଇଥିଲା।
The post ସମୁଦ୍ରରେ ବୁଡିଯାଇଥିଲା ଜାହାଜ, ୧୨ ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ ସେନା appeared first on Dharitri Odia News.