ଅଟିଜିମ୍‌ : କାରଣ, ପ୍ରତିକାର

ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ନୁହେଁ ଅଟିଜିମ୍‌ ହେବାରେ ଜିନ୍‌ଗତ ପ୍ରଭାବକୁ ଅସ୍ବୀକାର କରାଯାଇପାରିବନି। ବରଂ ଜିନ୍‌ଗତ ଓ ପରିବେଶଗତ ମିଳିତ ପ୍ରଭାବ ଏଥିପାଇଁ ଦାୟୀ। ତେବେ ସନ୍ତାନଟି ପରେ ଯେ ପ୍ରକୃତରେ ଅଟିଜମ୍‌ ସମସ୍ୟା ରହିଛି-ଏକଥାକୁ ନେଇ ପ୍ରଥମରୁ ହିଁ ନିଶ୍ଚିତ ହୋଇଯିବା ଦରକାର। ତେଣୁ ଏ ନେଇ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଦରକାର। ଶୁଶ୍ରୂଷା ପଦ୍ଧତି : ଆରଚଣରେ ପରିବର୍ତ୍ତନ: ଯେହେତୁ ରୋଗୀଠାରେ ପୁନରାବୃତ୍ତି କାର୍ଯ୍ୟକଳାପ ହିଁ ସମାଜ ସହ ସମ୍ପର୍କ ରକ୍ଷାରେ […] The post ଅଟିଜିମ୍‌ : କାରଣ, ପ୍ରତିକାର appeared first on Dharitri Odia News.

ଅଟିଜିମ୍‌ : କାରଣ, ପ୍ରତିକାର

ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ନୁହେଁ ଅଟିଜିମ୍‌ ହେବାରେ ଜିନ୍‌ଗତ ପ୍ରଭାବକୁ ଅସ୍ବୀକାର କରାଯାଇପାରିବନି। ବରଂ ଜିନ୍‌ଗତ ଓ ପରିବେଶଗତ ମିଳିତ ପ୍ରଭାବ ଏଥିପାଇଁ ଦାୟୀ। ତେବେ ସନ୍ତାନଟି ପରେ ଯେ ପ୍ରକୃତରେ ଅଟିଜମ୍‌ ସମସ୍ୟା ରହିଛି-ଏକଥାକୁ ନେଇ ପ୍ରଥମରୁ ହିଁ ନିଶ୍ଚିତ ହୋଇଯିବା ଦରକାର। ତେଣୁ ଏ ନେଇ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଦରକାର।
ଶୁଶ୍ରୂଷା ପଦ୍ଧତି : ଆରଚଣରେ ପରିବର୍ତ୍ତନ: ଯେହେତୁ ରୋଗୀଠାରେ ପୁନରାବୃତ୍ତି କାର୍ଯ୍ୟକଳାପ ହିଁ ସମାଜ ସହ ସମ୍ପର୍କ ରକ୍ଷାରେ ପ୍ରଧାନ ବାଧକ, ତେଣୁ ସାମାଜିକ ଭାବେ ଗ୍ରହଣଯୋଗ୍ୟ କାର୍ଯ୍ୟକଳାପଗୁଡିକୁ କେଉଁ ପ୍ରକାରରେ ସମ୍ପାଦନ କରାଯାଇପାରିବ ତାହା ତାକୁ ଶିଖେଇବାକୁ ହେବ।
ସ୍ବତନ୍ତ୍ର ଶିକ୍ଷା (ସ୍ପେଶାଲ ଏଜୁକେଶନ) ଅଟିଜିମ୍‌ ରୋଗାକ୍ରାନ୍ତ ପିଲାମାନେ ଅନେକ ସମୟରେ ସାଧାରଣ ଶିକ୍ଷା ବ୍ୟବସ୍ଥାର ପାଠ୍ୟକ୍ରମକୁ ଗ୍ରହଣ କରିପାରନ୍ତି ନାହିଁ। ସେଥିପାଇଁ ଏମାନଙ୍କ ଲାଗି ଲୋଡା ସ୍ବତନ୍ତ୍ର ଧରଣର ପଢ଼ାଶୁଣା ବ୍ୟବସ୍ଥା।
ଖେଳ ମାଧ୍ୟମରେ ଚିକିତ୍ସା (ପ୍ଲେ ଥେରାପି) : ଅଟିଜିମ୍‌ ରୋଗୀମାନଙ୍କୁ ଖେଳାଖେଳି ମାଧ୍ୟମରେ ଶିଖାଇବା ଓ ପଢ଼େଇବା ଦ୍ୱାରା ସେମାନେ ଅନ୍ୟମାନଙ୍କ ସହ ମିଳାମିଶା କରିବାର ସୁଯୋଗ ପାଆନ୍ତି। ଫଳରେ ସେମାନଙ୍କଠାରେ ଏ ଧରଣର ସମସ୍ୟାର ଉପଶମ ହୋଇଯାଏ।
ବାକ୍‌ ଚିକିତ୍ସା (ସ୍ପିଚ୍‌ ଥେରାପି): ଅଟିଜିମ୍‌ ରୋଗୀମାନଙ୍କଠାରେ କଥାବାର୍ତ୍ତା କରିବାର ବାଧାକୁ ଦୂର କରିପାରିଲେ ସେମାନଙ୍କ ପାଇଁ ବାହାର ଦୁନିଆ ସହ ଯୋଗାଯୋଗ କରିବାର କାର୍ଯ୍ୟ ସହଜ ହୋଇଯାଏ।
ମାତା-ପିତା-ସନ୍ତାନଙ୍କଠାରେ ପାରସ୍ପରିକ ଭାବ ଆଦାନ ପ୍ରଦାନ ଚିକିତ୍ସା (ପ୍ୟାରେଣ୍ଟ-ଚାଇଲ୍ଡ ଇଣ୍ଟରଆକ୍ସନ ଥେରାପି): ବାହାରର ପରିବେଶ ସ୍ବାଭାବିକ ରହିଥିଲେ ମଧ୍ୟ ଘରେ ଅଟିଜମ୍‌ ପିଲାଟିଏ ହଠାତ୍‌ ହିଂସ୍ର ହୋଇଉଠିବା କିଛି ଅସ୍ବାଭାବିକ ନୁହେଁ। କିନ୍ତୁ ସୁଚିନ୍ତିତ ପରିକଳ୍ପନା ଅନୁଯାୟୀ ସନ୍ତାନଟିଏ ମାତାପିତାଙ୍କ ମେଳରେ ଆହୁରି ଅଧିକ ସମୟ ବିତେଇ ପାରିଲେ ଏହି ସମସ୍ୟା ଅନେକାଂଶରେ ନିରାମୟ ହୋଇପାରେ। ଉପରୋକ୍ତ ଚିକିତ୍ସା ପଦ୍ଧତିଗୁଡିକୁ କୁହାଯାଏ ‘ଆପ୍ଲାଏଡ୍‌ ବିହେଭିୟେରାଲ ଥେରାପି (ଏବିଟି) ବା ପ୍ରୟୋଗାତ୍ମକ ଆଚରଣଗତ ଚିକିତ୍ସା ବା ଆପ୍ଲାଏଡ୍‌ ବିହେଭିୟେରାଲ ଆନାଲିସିସ୍‌ (ଏବିଏ)। ଏହାରି ମାଧ୍ୟମରେ ଏହି ଅଭିନବ ପଦ୍ଧତିଗୁଡିକ ପ୍ରସ୍ତୁତ ହୋଇଥାଏ। ଏ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପଦ୍ଧତି ଅବଲମ୍ବନରେ ଧୀରେ ଧୀରେ ନୂତନତା ସହ ଅଟିଷ୍ଟିକ୍‌ ପିଲାକୁ ପରିଚିତ କରାଯାଇଥାଏ। କେତେବେଳେ କେମିତି ମଧ୍ୟ ତାକୁ ଉଦ୍‌ବୁଦ୍ଧ କରାଇବାକୁ ଦିଆଯାଇଥାଏ କିଛି କିଛି ସାମଗ୍ରୀ।
କ’ଣ ଏହି ଅସ୍ଥିରତାର ଉପଶମ ପାଇଁ ଆଦୌ କୌଣସି ଔଷଧ ବ୍ୟବହାର ହୋଇ ନ ଥାଏ ? ମାତ୍ର ଏପରି ଭାବିବା ଉଚିତ ନୁହେଁ। ପ୍ରଧାନ ପ୍ରଧାନ ଲକ୍ଷଣଗୁଡିକର ଉପଶମ ପାଇଁ ଚିକିତ୍ସା ହିଁ କାମ କରେ। କିଛି ପ୍ରତିବନ୍ଧକ ଉପୁଜିଲେ ଦରକାର ପଡେ ଔଷଧ। ହେଲେ ଏସବୁ ବାଦ୍‌ ଦେଲେ ଏକ୍ଷେତ୍ରରେ ମାତା-ପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ନିଜର ଅଟିଜମ୍‌ ପିଲମାନଙ୍କୁ ସାରା ଜୀବନ ନଜରରେ ରଖିବାକୁ ପଡ଼ିବ। ଏହା ହେଉଛି ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ। (ଶେଷ ଭାଗ)
-ଡା. ନିତ୍ୟାନନ୍ଦ ସ୍ବାଇଁ, ‘ଅଭୀପ୍‌ସା’ ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ
ମୋ: ୯୪୩୭୭୬୬୧୧୭

The post ଅଟିଜିମ୍‌ : କାରଣ, ପ୍ରତିକାର appeared first on Dharitri Odia News.