ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନର ଟାର୍ଗେଟ
ଡର୍ବାନ, ୮।୧୧: ସ୍ଥାନୀୟ କିଙ୍ଗ୍ସ ମିଡ୍ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର ସଞ୍ଜୁ ସାମସନ। ଶେଷଭାଗ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଭାରତ ଇନିଂସ ୨୦ ଓଭରରେ ୨୦୨ ରନରେ ସୀମିତ ରହିଥିଲା। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ମାତ୍ର ୨୪ ରନରେ ଓପନର ଅଭିଷେକ ଶର୍ମା (୭)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସାମସନ […] The post ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନର ଟାର୍ଗେଟ appeared first on Dharitri Odia News.
ଡର୍ବାନ, ୮।୧୧: ସ୍ଥାନୀୟ କିଙ୍ଗ୍ସ ମିଡ୍ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର ସଞ୍ଜୁ ସାମସନ। ଶେଷଭାଗ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଭାରତ ଇନିଂସ ୨୦ ଓଭରରେ ୨୦୨ ରନରେ ସୀମିତ ରହିଥିଲା।
ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ମାତ୍ର ୨୪ ରନରେ ଓପନର ଅଭିଷେକ ଶର୍ମା (୭)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସାମସନ ବିସ୍ଫୋରକ ବ୍ୟାଟିଂ କରି ଇନିଂସ ସମ୍ଭାଳି ନେଇଥିଲେ। ସେ ଦ୍ୱିତୀୟ ଉଇକେଟରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ୩୭ ବଲ୍ରୁ ୬୬ ଓ ତୃତୀୟ ଉଇକେଟରେ ତିଲକ ବର୍ମାଙ୍କ ସହ ୩୪ ବଲ୍ରୁ ୭୭ ରନର ମଲ୍ୟବାନ ଭାଗୀଦାରି ଗଢ଼ିଥିଲେ। ୪୭ ବଲ୍ରୁ ଶତକ ପୂରଣ କରିଥିବା ସାମସନ ୫୦ ବଲ୍ରୁ ୭ ଚୌକା ଓ ୧୦ ଛକା ସହାୟତାରେ ୧୦୭ ରନକରି ଆଉଟ ହୋଇଥିଲେ। ଏହାଥିଲା ତାଙ୍କ କ୍ୟାରିୟରର ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ଶତକ। ତାଙ୍କ ଆଉଟ ପରେ ଅପ୍ରତ୍ୟାଶିତଭାବେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଭାରତ ସ୍କୋର ୨୦୨ରେ ସୀମିତ ରହି ଯାଇଥିଲା।
ଶେଷ ୫ ଓଭରରେ ୫ ଉଇକେଟ ହରାଇ ଭାରତ ମାତ୍ର ୩୫ ରନ କରିବାକୁ ସକ୍ଷମ ହୋଇଥିଲା। ରିଙ୍କୁ ସିଂ ୧୧ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା (୨), ଅକ୍ଷର ପଟେଲ (୭) ଓ ରବି ବିଷ୍ଣୋଇ (୧) ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ମିଡିଲ ଅର୍ଡରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୧ ଓ ତିଲକ ବର୍ମା ୩୩ ରନର ଯୋଗଦାନ ଦେଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଜି ୩ଟି ଏବଂ କେଶବ ମହାରାଜ, ଏନ୍କାବେମୋଜି ପିଟର, ପ୍ୟାଟ୍ରକ କ୍ରୁଗର ଓ ମାର୍କୋ ଜାନସେନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ୨୧ ବର୍ଷୀୟ ଅଲ୍ରାଉଣ୍ଡର ଆଣ୍ଡିଲେ ସିମେଲାନେ ଟି୨୦ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।
The post ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନର ଟାର୍ଗେଟ appeared first on Dharitri Odia News.