ଅଟୋ ଚାଳକଙ୍କ ପାଇଁ ୧୦ ଲକ୍ଷର ଜୀବନ ବୀମା, ଝିଅ ବିବାହ ପାଇଁ ଦିଆଯିବ ଏକ ଲକ୍ଷ; କେଜ୍ରିଓ୍ଵାଲଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। କେଜ୍ରିଓ୍ଵାଲ ମଙ୍ଗଳବାର ଅଟୋ ଚାଳକଙ୍କ ପାଇଁ ବଡ଼ ଗ୍ୟାରେଣ୍ଟିର ଘୋଷଣା କରିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ ଅଟୋ ଚାଳକଙ୍କୁ ବୀମାଭୁକ୍ତ କରାଯିବ। ଦିଲ୍ଲୀ ସରକାର ଅଟୋ ଚାଳକଙ୍କ ପିଲାଙ୍କ କୋଚିଂ ଖର୍ଚ୍ଚ ବହନ କରିବେ। ସେମାନଙ୍କ ଝିଅଙ୍କ ବିବାହରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯିବ। କେବଳ ଏତିକି ନୁହେଁ ଚାଳକଙ୍କ ୟୁନିଫର୍ମ ପାଇଁ ବର୍ଷକୁ ଦୁଇ ଥର ଆକାଉଣ୍ଟକୁ ଟଙ୍କା ପଠାଯିବ।ଅରବିନ୍ଦ କେଜ୍ରିଓ୍ବାଲଙ୍କ ପକ୍ଷରୁ ଅଟୋ ଚାଳକଙ୍କ ପାଇଁ କରାଯାଇଥିବା ଘୋଷଣାକୁ ଆମ୍ ଆଦମୀ ପାର୍ଟି ଏକ୍ସରେ ପୋଷ୍ଟ କରିଛି। କେଜ୍ରିଓ୍ଵାଲଙ୍କ ଅଟୋ ଚାଳକଙ୍କ ପାଇଁ ଏହା ପ୍ରଥମ ଗ୍ୟାରେଣ୍ଟି ବୋଲି କହିଛି ଆପ୍। ଦିଲ୍ଲୀରେ ପୁଣି ଥରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହେଲେ ଅଟୋ ଭାଇମାନଙ୍କ ପାଇଁ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ୫ ବଡ଼ ଗ୍ୟାରେଣ୍ଟି। ଅଟୋ ଚାଳକଙ୍କ ପାଇଁ ୫ ବଡ଼ ଘୋଷଣା୧ – ଅଟୋ ଚାଳକଙ୍କ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଓ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯିବ।୨ – ଅଟୋ ଚାଳକଙ୍କ ଝିଅଙ୍କ ବିବାହରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ।୩ – ଅଟୋ ଚାଳକଙ୍କ ୟୁନିଫର୍ମ ପାଇଁ ବର୍ଷକୁ ଦୁଇ ଥର ୨୫ ଶହ ଟଙ୍କା ଲେ

ଅଟୋ ଚାଳକଙ୍କ ପାଇଁ ୧୦ ଲକ୍ଷର ଜୀବନ ବୀମା, ଝିଅ ବିବାହ ପାଇଁ ଦିଆଯିବ ଏକ ଲକ୍ଷ; କେଜ୍ରିଓ୍ଵାଲଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। କେଜ୍ରିଓ୍ଵାଲ ମଙ୍ଗଳବାର ଅଟୋ ଚାଳକଙ୍କ ପାଇଁ ବଡ଼ ଗ୍ୟାରେଣ୍ଟିର ଘୋଷଣା କରିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ ଅଟୋ ଚାଳକଙ୍କୁ ବୀମାଭୁକ୍ତ କରାଯିବ। ଦିଲ୍ଲୀ ସରକାର ଅଟୋ ଚାଳକଙ୍କ ପିଲାଙ୍କ କୋଚିଂ ଖର୍ଚ୍ଚ ବହନ କରିବେ। ସେମାନଙ୍କ ଝିଅଙ୍କ ବିବାହରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯିବ। କେବଳ ଏତିକି ନୁହେଁ ଚାଳକଙ୍କ ୟୁନିଫର୍ମ ପାଇଁ ବର୍ଷକୁ ଦୁଇ ଥର ଆକାଉଣ୍ଟକୁ ଟଙ୍କା ପଠାଯିବ।

ଅରବିନ୍ଦ କେଜ୍ରିଓ୍ବାଲଙ୍କ ପକ୍ଷରୁ ଅଟୋ ଚାଳକଙ୍କ ପାଇଁ କରାଯାଇଥିବା ଘୋଷଣାକୁ ଆମ୍ ଆଦମୀ ପାର୍ଟି ଏକ୍ସରେ ପୋଷ୍ଟ କରିଛି। କେଜ୍ରିଓ୍ଵାଲଙ୍କ ଅଟୋ ଚାଳକଙ୍କ ପାଇଁ ଏହା ପ୍ରଥମ ଗ୍ୟାରେଣ୍ଟି ବୋଲି କହିଛି ଆପ୍। ଦିଲ୍ଲୀରେ ପୁଣି ଥରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହେଲେ ଅଟୋ ଭାଇମାନଙ୍କ ପାଇଁ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ୫ ବଡ଼ ଗ୍ୟାରେଣ୍ଟି। 

ଅଟୋ ଚାଳକଙ୍କ ପାଇଁ ୫ ବଡ଼ ଘୋଷଣା

୧ – ଅଟୋ ଚାଳକଙ୍କ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଓ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯିବ।

୨ – ଅଟୋ ଚାଳକଙ୍କ ଝିଅଙ୍କ ବିବାହରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ।

୩ – ଅଟୋ ଚାଳକଙ୍କ ୟୁନିଫର୍ମ ପାଇଁ ବର୍ଷକୁ ଦୁଇ ଥର ୨୫ ଶହ ଟଙ୍କା ଲେଖାଏଁ ଟଙ୍କା ଦିଆଯିବ।

୪ – ଅଟୋ  ଚାଳକଙ୍କ ପିଲାଙ୍କ କୋଚିଂ ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ।

୫ – ‘ପୁଛୋ ଆପ୍’ ପୁଣି ଥରେ ଲାଗୁ ହେବ।

କେଜ୍ରିଓ୍ଵାଲ କହିଛନ୍ତି, ଆପ୍ ଦିଲ୍ଲୀରେ ପୁନର୍ବାର ସରକାର ଗଠନ କଲେ ଏହି ପାଞ୍ଚ ଗ୍ୟାରେଣ୍ଟି ଲାଗୁ କରାଯିବ। ଅଟୋ ଚାଳକମାନେ ବହୁତ ଗରିବ ଏବଂ ଝିଅର ବାହାଘର ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଆମ ସରକାର ଆସିଲେ ଅଟୋ ଚାଳକଙ୍କୁ ସେମାନଙ୍କ ଝିଅର ବିବାହ ପାଇଁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

କେଜ୍ରିଓ୍ଵାଲ ଏହା ମଧ୍ୟ କହିଛନ୍ତି, ସରକାର କହୁଛନ୍ତି ଅଟୋ ଚାଳକଙ୍କୁ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ। ଏମିତିରେ ସେମାନଙ୍କୁ ନିଜ ରୋଜଗାରରେ ୟୁନିଫର୍ମ ତିଆରି କରିବା ବଡ଼ ମୁସ୍କିଲ ହୋଇଥାଏ। ଆମ ପାର୍ଟି ପୁନର୍ବାର ସରକାରକୁ ଆସିଲେ ବର୍ଷକୁ ଦୁଇଥର ହୋଲି ଓ ଦୀପାବଳିରେ ୨୫୦୦ ଟଙ୍କା ଲେଖାଏଁ ଆକାଉଣ୍ଟକୁ ପଠାଯିବ। ପ୍ରତିଟି ଅଟୋ ଚାଳକଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଓ ପାଞ୍ଚ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯିବ।