ଅଡୁଆରେ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀ, ଅଭିନେତ୍ରୀଙ୍କୁ ମିଳିଲା ଦୁଷ୍କର୍ମ ଧମକ

ନୂଆଦିଲ୍ଲୀ ୨୧।୦୮: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଡାକ୍ତରଙ୍କ ବିରୋଧ ଜାରି ରହିଛି। ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ ଚାଲିଛି। ଏସବୁ ମଧ୍ୟରେ ପୂର୍ବ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଏକ ପୋଷ୍ଟ ସେୟାର କରିଥିଲେ । ଯାହା ପରେ ସେ ଅଡୁଆରେ ଫଶିଛନ୍ତି। କୋଲକାତା ମାମଲା ବିଷୟରେ ପୋଷ୍ଟ କରିବା ପରେ ତାଙ୍କୁ ଦୁଷ୍କର୍ମ ଧମକ ଏବଂ ଅଶ୍ଳୀଳ ବାର୍ତ୍ତା ପଠାଯାଉଛି। ମିମି ଏ ବିଷୟରେ X ରେ ଏକ ପୋଷ୍ଟ କରି କୋଲକାତା ପୋଲିସର ସାଇବର ସେଲ ବିଭାଗକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।AND WE ARE DEMANDING JUSTICE FOR WOMEN RIGHT????These are just few of them.Where rape threats has been normalised by venomous men masking themselves in the crowd saying they stand by women.What upbringing nd education permits this????@DCCyberKP pic.twitter.com/lsU1dUOuIs— Mimi chakraborty (@mimichakraborty) August 20, 2024ମିମି ଲେଖିଛନ୍ତି, “ଆମେ ମହିଳାଙ୍କ ପାଇଁ ନ୍ୟାୟ ଦାବି କରୁଛୁ, ଠିକ୍‌ ତ? ଏମାନେ ସେହିମାନଙ୍କ ମଧ୍ୟରୁ କିଛି ଜଣ; ଯିଏ ନିଜର ମୁହଁ ଲୁଚାଇ ଦୁଷ୍କର୍ମ ଧମକର ଭିଡ଼ ଭିତରେ ମହିଳାଙ୍କ ସହ ଛିଡ଼ା ହୋଇଥିବା କଥା କୁହନ୍ତି। କେଉଁ ପ୍ରକାରର  ଲାଳନପାଳନ ଏବଂ ଶିକ୍ଷା ଏହା ଅନୁମତି ଦିଏ?’’କହିବାକୁ ଗଲେ ମିମି ଚକ୍ରବର

ଅଡୁଆରେ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀ, ଅଭିନେତ୍ରୀଙ୍କୁ ମିଳିଲା ଦୁଷ୍କର୍ମ ଧମକ

ନୂଆଦିଲ୍ଲୀ ୨୧।୦୮: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଡାକ୍ତରଙ୍କ ବିରୋଧ ଜାରି ରହିଛି। ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ ଚାଲିଛି। ଏସବୁ ମଧ୍ୟରେ ପୂର୍ବ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଏକ ପୋଷ୍ଟ ସେୟାର କରିଥିଲେ । ଯାହା ପରେ ସେ ଅଡୁଆରେ ଫଶିଛନ୍ତି। କୋଲକାତା ମାମଲା ବିଷୟରେ ପୋଷ୍ଟ କରିବା ପରେ ତାଙ୍କୁ ଦୁଷ୍କର୍ମ ଧମକ ଏବଂ ଅଶ୍ଳୀଳ ବାର୍ତ୍ତା ପଠାଯାଉଛି। ମିମି ଏ ବିଷୟରେ X ରେ ଏକ ପୋଷ୍ଟ କରି କୋଲକାତା ପୋଲିସର ସାଇବର ସେଲ ବିଭାଗକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।


ମିମି ଲେଖିଛନ୍ତି, “ଆମେ ମହିଳାଙ୍କ ପାଇଁ ନ୍ୟାୟ ଦାବି କରୁଛୁ, ଠିକ୍‌ ତ? ଏମାନେ ସେହିମାନଙ୍କ ମଧ୍ୟରୁ କିଛି ଜଣ; ଯିଏ ନିଜର ମୁହଁ ଲୁଚାଇ ଦୁଷ୍କର୍ମ ଧମକର ଭିଡ଼ ଭିତରେ ମହିଳାଙ୍କ ସହ ଛିଡ଼ା ହୋଇଥିବା କଥା କୁହନ୍ତି। କେଉଁ ପ୍ରକାରର  ଲାଳନପାଳନ ଏବଂ ଶିକ୍ଷା ଏହା ଅନୁମତି ଦିଏ?’’

କହିବାକୁ ଗଲେ ମିମି ଚକ୍ରବର୍ତ୍ତୀ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଯାଦବପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଥିଲେ। କୋଲକାତାରେ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ଏହି ଅଭିନେତ୍ରୀ ବ୍ୟକ୍ତିଗତଏକ ପ୍ରତିବାଦରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଅଭିନେତ୍ରୀ। ମିମିଙ୍କ ବ୍ୟତୀତ ରିଧି ସେନ୍, ଅରିନ୍ଦମ୍ ସିଲ୍, ଏବଂ ମଧୁମିତା ସରକାର ଭଳି କଳାକାରମାନେ ମଧ୍ୟ ଅଗଷ୍ଟ ୧୪ ତାରିଖ ରାତିରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଭାଗ ନେଇଥିଲେ।