ଅଡୁଆରେ ବାବା ରାମଦେବ, ପତଞ୍ଜଳି ଟୁଥପେଷ୍ଟରେ ମିଶୁଛି ଆମିଷ

ନୂଆଦିଲ୍ଲୀ,୩୧।୮: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବ। ନିଜ ପତଞ୍ଜଳି କମ୍ପାନୀରେ ନିରାମିଶ ପ୍ରଡକ୍ଟରେ ବିକ୍ରି କରୁଛନ୍ତି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶିଥିବା ଅଭିଯୋଗ ହୋଇଛି। ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି ପତଞ୍ଜଳି। ଏନେଇ ଆବେଦନ ପରେ ଆକ୍ସନ ମୁଡରେ ଆସିଛନ୍ତି ଦିଲ୍ଲୀ ହାଇକୋର୍ଟ। ବାବା ରାମଦେବ ଓ ପତଞ୍ଜଳିକୁ ନୋଟିସ ଜାରି ହୋଇଛି। ଅଭିଯୋଗ ମୁତାବକ, ଶାକାହାରୀ ବ୍ରାଣ୍ଡ ଭାବରେ ବଜାରରେ ବିକ୍ରି ହେଉଥିବା ପତଞ୍ଜଳିର […] The post ଅଡୁଆରେ ବାବା ରାମଦେବ, ପତଞ୍ଜଳି ଟୁଥପେଷ୍ଟରେ ମିଶୁଛି ଆମିଷ appeared first on Dharitri Odia News.

ଅଡୁଆରେ ବାବା ରାମଦେବ, ପତଞ୍ଜଳି ଟୁଥପେଷ୍ଟରେ ମିଶୁଛି ଆମିଷ

ନୂଆଦିଲ୍ଲୀ,୩୧।୮: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବ। ନିଜ ପତଞ୍ଜଳି କମ୍ପାନୀରେ ନିରାମିଶ ପ୍ରଡକ୍ଟରେ ବିକ୍ରି କରୁଛନ୍ତି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶିଥିବା ଅଭିଯୋଗ ହୋଇଛି। ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି ପତଞ୍ଜଳି। ଏନେଇ ଆବେଦନ ପରେ ଆକ୍ସନ ମୁଡରେ ଆସିଛନ୍ତି ଦିଲ୍ଲୀ ହାଇକୋର୍ଟ। ବାବା ରାମଦେବ ଓ ପତଞ୍ଜଳିକୁ ନୋଟିସ ଜାରି ହୋଇଛି।

ଅଭିଯୋଗ ମୁତାବକ, ଶାକାହାରୀ ବ୍ରାଣ୍ଡ ଭାବରେ ବଜାରରେ ବିକ୍ରି ହେଉଥିବା ପତଞ୍ଜଳିର ଦିବ୍ୟ ଟୁଥପେଷ୍ଟ ତଥା ଦନ୍ତ ମଞ୍ଜନରେ ରହିଛି ମାଛର ଅଂଶ ବା ଉପାଦାନ। ଯାହା ନିରାମିଷ ନୁହେଁ। ବଜାରରେ ଏହି ଟୁଥପେଷ୍ଟକୁ ସବୁଜ ବିନ୍ଦୁ (ଗ୍ରୀନ ଡଟ) ସହ ବିକ୍ରି କରାଯାଉଛି। ଯାହା ନିରାମିଷ ବୋଲି ଦର୍ଶାଉଛି। କିନ୍ତୁ ପତଞ୍ଜଳିର ଏହି ପ୍ରଡକ୍ଟରେ ମାଛର ଅଂଶ ମିଶିଥିବା ଆବେଦନକାରୀ ହାଇକୋର୍ଟରେ ଦାବି କରିଛନ୍ତି।

ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର, ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI), ପତଞ୍ଜଳି, ଦିବ୍ୟା ଫାର୍ମାସି, ଯୋଗଗୁରୁ ରାମଦେବ ଏବଂ ଅନ୍ୟ ସଂପୃକ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ କୌଣସି ଔଷଧକୁ ନିରାମିଷ କିମ୍ବା ଆମିଷ ବୋଲି ଘୋଷଣା କରିବାର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଦିବ୍ୟ ମଞ୍ଜନର ପ୍ୟାକେଜିଂରେ ଭୁଲ ଭାବରେ ଗ୍ରୀନ ଡଟ୍‌ ଦର୍ଶାଯାଇଛି। ଯାହା ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ଅନୁଯାୟୀ ଭୁଲ ଅଟେ।

ଆବେଦନକାରୀଙ୍କ କହିବା ମୁତାବକ, ଦିବ୍ୟ ଦନ୍ତ ମଞ୍ଜନରେ (Sepia officinalis) ଥିବା ଜଣାପଡିଛି। ଯାହା ମାଛର ଅଂଶ ବା ଉପାଦାନରୁ ଉତ୍ପନ୍ନ। ଏହା ତାଙ୍କ ଏବଂ ତାଙ୍କ ପରିବାର ପାଇଁ ଦୁଃଖର ବିଷୟ, ଯେଉଁମାନେ ଧାର୍ମିକ ବିଶ୍ୱାସ ଏବଂ ଆସ୍ଥା ପାଇଁ କେବଳ ନିରାମିଷ ଉପାଦାନ / ଉତ୍ପାଦ ଖାଉଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ରେ ହେବ।

The post ଅଡୁଆରେ ବାବା ରାମଦେବ, ପତଞ୍ଜଳି ଟୁଥପେଷ୍ଟରେ ମିଶୁଛି ଆମିଷ appeared first on Dharitri Odia News.