ଆଜି ପାକିସ୍ତାନରେ ମତଦାନ, ଚତୁର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନଓ୍ବାଜ ଶରିଫ?
ଇସଲାମାବାଦ,୮।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ଲାଗି ଗୁରୁବାର ମତଦାନ ହେଉଛି। ଏମିତିରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗର ପ୍ରାର୍ଥୀ ନୱାଜ ଶରିଫଙ୍କୁ ସେନାର ସମର୍ଥନ ରହିଛି। ଏଣୁ ଏଥର ପୁଣି ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ତେହରିକ ଏ ଇନସାଫର ପ୍ରାର୍ଥୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଜେଲରେ ଥିବା କାରଣରୁ ଶରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ବାଜ୍(ପିଏମ୍ଏଲ୍-ଏନ୍) […] The post ଆଜି ପାକିସ୍ତାନରେ ମତଦାନ, ଚତୁର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନଓ୍ବାଜ ଶରିଫ? appeared first on Dharitri Odia News.
ଇସଲାମାବାଦ,୮।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ଲାଗି ଗୁରୁବାର ମତଦାନ ହେଉଛି। ଏମିତିରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗର ପ୍ରାର୍ଥୀ ନୱାଜ ଶରିଫଙ୍କୁ ସେନାର ସମର୍ଥନ ରହିଛି। ଏଣୁ ଏଥର ପୁଣି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।
ତେହରିକ ଏ ଇନସାଫର ପ୍ରାର୍ଥୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଜେଲରେ ଥିବା କାରଣରୁ ଶରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ବାଜ୍(ପିଏମ୍ଏଲ୍-ଏନ୍) ଦଳ ସବୁଠାରୁ ବଡ଼ ଦଳରେ ପରିଣତ ହୋଇପାରେ। କାରଣ ବିପକ୍ଷରେ ଥବା ତେହରକ ଇ ଇନସାଫର ପ୍ରାର୍ଥୀ କେବଳ ନାମକୁ ମାତ୍ର ନିର୍ବାଚନ ଲଢ଼ୁଛନ୍ତି ।
ଏଣୁ ଗୁରୁବାର ହେବାକୁ ଥିବା ମତଦାନରେ ୭୪ ବର୍ଷୀୟ ଶରିଫଙ୍କ ନଜର ରେକର୍ଡ ୪ର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଉପରେ ରହିବ। ଏହି ନିର୍ବାଚନରେ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀ ମଧ୍ୟ ପ୍ରାର୍ଥୀ ଅଛନ୍ତି। ହେଲେ ସେ ଏତେଟା ଉତ୍ସାହିତ ନାହାନ୍ତି । ସେନାର ଅଦୃଶ୍ୟ ସମର୍ଥନ ଶ ରିଫଙ୍କ ସହ ରହିଛି। ନୱାଜଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଓ ମାମଲା ହଠାତ୍ ଗତବର୍ଷ ଉଭେଇ ବି ଯାଇଛି। ତେଣୁ ନୱାଜ ସରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଏକରକମ ହେବା ନିଶ୍ଚିତ ବୋଲି କୁହାଯାଉଛି।
The post ଆଜି ପାକିସ୍ତାନରେ ମତଦାନ, ଚତୁର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନଓ୍ବାଜ ଶରିଫ? appeared first on Dharitri Odia News.