ଅଣ୍ଡର ୧୯ ବିଶ୍ୱକପ; ଫାଇନାଲରେ ଭାରତ
ଗତକାଲି ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ମାତ ଦେଇ ଭାରତ ନବମ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି।
ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ଭାରତ। ଗତକାଲି ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ମାତ ଦେଇ ଭାରତ ନବମ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ୨ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୪୪ ରନ କରିଥିଲା। ୨୪୫ ରନର ଟାର୍ଗେଟ ପାଇଥିବା ଭାରତ ୭ ବଲ ପୂର୍ବରୁ ବିଜୟ ହାସଲ କରିଛି।