ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଭଟଲି ମାର୍କେଟ ୟାର୍ଡ ପରିଦର୍ଶନ

ସମ୍ବଲପୁର :ନଭେମ୍ବର ୨୦ ତାରିଖରୁ ପ୍ରାୟ ସବୁଆଡେ ମଣ୍ଡି ଖୋଲିଥିଲେ ହେଁ ୨୯ ତାରିଖ ଆନୁଷ୍ଠାନିକ ଭାବେ ଧାନ କ୍ରୟର ଶୁଭାରମ୍ଭ କରାଯାଇଥିଲା। ଶନିବାର ସକାଳୁ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଧାନ ସ୍ଥିତି ଅନୁଧ୍ୟାନ କରିବା ପାଇଁ ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଭଟଲି ତଥା ଆଖପାଖର ବଜାର ପ୍ରାଙ୍ଗଣକୁ ଆଜି ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ପରିଦର୍ଶନ କରିଥିଲେ। ଭଟଲି ବ୍ଲକରେ ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ଭଟଲି, କେଲେଣ୍ଡାପାଲି ଏବଂ […] The post ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଭଟଲି ମାର୍କେଟ ୟାର୍ଡ ପରିଦର୍ଶନ appeared first on Odisha.News.

ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଭଟଲି ମାର୍କେଟ ୟାର୍ଡ ପରିଦର୍ଶନ

ସମ୍ବଲପୁର :ନଭେମ୍ବର ୨୦ ତାରିଖରୁ ପ୍ରାୟ ସବୁଆଡେ ମଣ୍ଡି ଖୋଲିଥିଲେ ହେଁ ୨୯ ତାରିଖ ଆନୁଷ୍ଠାନିକ ଭାବେ ଧାନ କ୍ରୟର ଶୁଭାରମ୍ଭ କରାଯାଇଥିଲା। ଶନିବାର ସକାଳୁ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଧାନ ସ୍ଥିତି ଅନୁଧ୍ୟାନ କରିବା ପାଇଁ ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଭଟଲି ତଥା ଆଖପାଖର ବଜାର ପ୍ରାଙ୍ଗଣକୁ ଆଜି ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ପରିଦର୍ଶନ କରିଥିଲେ। ଭଟଲି ବ୍ଲକରେ ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ଭଟଲି, କେଲେଣ୍ଡାପାଲି ଏବଂ ଉର୍ଦୁନା ଠାରେ ସ୍ଥାୟୀ ବଜାର ପ୍ରାଙ୍ଗଣ ରହିଛି। ସେହିପରି ବିଶାଲପାଲି, ଚଢ଼େଇଗାଁ, ଜଡ଼ା, କମଗାଁ, ସୁଲସୁଲିଆ, ନାରଙ୍ଗପୁର, ହାତୀସର, ହାଲୁପାଲି ଏବଂ ତେଜାଗୋଲା ଠାରେ ଅସ୍ଥାୟୀ ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି। ଶ୍ରୀମତୀ ସାହୁ ବଜାର ପ୍ରାଙ୍ଗଣରେ ଥିବା ଯନ୍ତ୍ରପାତି ଓ ଆନୁଷଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ଯଥା ଗୋଦାମ ଗୃହ, ଓଜନ ମାପ ଯନ୍ତ୍ର, ଡିଜିଟାଲ ଓଜନ ମାପ ଯନ୍ତ୍ର, ଆର୍ଦ୍ରତା ପରୀକ୍ଷଣ ଯନ୍ତ୍ର, ତାରପୋଲିନ୍, ମିନି ଗ୍ରେଡର ଇତ୍ୟାଦି ତନଖି ଥିଲେ। ଧାନ ଯେପରି ବର୍ଷା ପାଣିରେ ଭିଜି ନଷ୍ଟ ନ ହେଉ ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ବେଳେ ଅତିରିକ୍ତ ତହସିଲଦାର ଅଭିରାମ ସେଠ୍, ରାଜସ୍ବ ନିରୀକ୍ଷକ ପଞ୍ଚାନନ ବିଶ୍ଵାଳ, ମାର୍କେଟ ୟାର୍ଡ ଅଧିକାରୀ ହିମାଂଶୁ ପ୍ରଧାନ, ଚମତ୍କାର ପଧାନ ପ୍ରମୁଖ ଉପସ୍ଥିତ ଥିଲେ।

The post ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଭଟଲି ମାର୍କେଟ ୟାର୍ଡ ପରିଦର୍ଶନ appeared first on Odisha.News.