ଅତୁଲ ସୁଭାଷ ଲଗାଇଥିବା ନିର୍ଯାତନା ଅଭିଯୋଗ ଖଣ୍ଡନ କଲେ ନିକିତାଙ୍କ ମାଆ: କହିଲେ, ଏହା ତାଙ୍କର ହାତାଶା
ନୂଆଦିଲ୍ଲୀ: ବେଙ୍ଗାଲୁରୁ ସଫ୍ଟୱୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ପତ୍ନୀ ନିକିତାଙ୍କ ପରିବାରର ପ୍ରତିକ୍ରିୟା ମିଳିଛି। ନିକିତାଙ୍କ ମାଆ ମୃତ ଜ୍ୱାଇଁ ସୁଭାଷ ଲଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅତୁଲ ସୁବାଷ ନିଜର ସବୁ ହତାସା ଆମ ପରିବାର ଉପରେ ଉତାରିଛି ବୋଲି ନିକିତା ସିଂଘାନିଆଙ୍କ ମାଆ କହିଛନ୍ତି। ସୁଭାଷଙ୍କ ଶାଶୂ ଆହୁରି କହିଛନ୍ତି “ ସମସ୍ତ ଅଭିଯୋଗ ଭିତ୍ତିହୀନ। ମୁଁ ସାରା ବିଶ୍ୱ ଆଗରେ ସମସ୍ତ ପ୍ରମାଣ ରଖିବି। ମୋ ଝିଅ କେବେ କାହାକୁ ଆତ୍ମହତ୍ୟା କରିବାକୁ ଉସ୍କାଇ ପାରିବ ନାହିଁ।” ସେହିପରି ନିକିତାଙ୍କ ବଡ଼ ବାପା ସୁଶୀଲ କୁମାର ମଧ୍ୟ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି। ସୁଭାଷ ଲଗାଇଥିବା ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି। ନିକିତା ବର୍ତ୍ତମାନ ଏଠି ନାହିଁ ସେ ଫେରି ଆସିଲା ପରେ ସମସ୍ତ ପ୍ରଶ୍ନର ଉତ୍ତର ଦେବ ବୋଲି ସୁଶୀଲ କୁମାର ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ କହିଛନ୍ତି। ମୁଁ ଶୁଣିବାକୁ ପାଇଲି ଯେ ମାମଲାରେ ମୋ ନାଁ ସାମିଲ୍ କରାଯାଇଛି। ଏଥିରେ ମୋ କୌଣସି ସମ୍ପୃକ୍ତି ନାହିଁ। ମୁଁ ଆଉ ଏକ ଘରେ ରୁହେ। ମିଡିଆରୁ ଏକଥା ମୁଁ ଜାଣିବାକୁ ପାଇଲି। ତେବେ ମାମଲା କୋର୍ଟରେ ବିଚାରାଧୀନ ଅଛି। ଯାହା ନ୍ୟାୟ ଆସିବ ତାହା ଦେଖାଯିବ ବୋଲି ସୁଶୀଲ କହିଛନ୍ତି।ଅତୁଲ ସୁବାଷଙ୍କ ମାମଲାରେ ବେଙ୍ଗାଲୁରୁ ପୁଲିସ ମାମଲା ରୁଜୁ କରିଛି। ସୁବାଷଙ୍କ ପତ୍ନୀ ଏବଂ ତାଙ୍କ ପରିବାର ସଦ
ନୂଆଦିଲ୍ଲୀ: ବେଙ୍ଗାଲୁରୁ ସଫ୍ଟୱୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ପତ୍ନୀ ନିକିତାଙ୍କ ପରିବାରର ପ୍ରତିକ୍ରିୟା ମିଳିଛି। ନିକିତାଙ୍କ ମାଆ ମୃତ ଜ୍ୱାଇଁ ସୁଭାଷ ଲଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅତୁଲ ସୁବାଷ ନିଜର ସବୁ ହତାସା ଆମ ପରିବାର ଉପରେ ଉତାରିଛି ବୋଲି ନିକିତା ସିଂଘାନିଆଙ୍କ ମାଆ କହିଛନ୍ତି।
ସୁଭାଷଙ୍କ ଶାଶୂ ଆହୁରି କହିଛନ୍ତି “ ସମସ୍ତ ଅଭିଯୋଗ ଭିତ୍ତିହୀନ। ମୁଁ ସାରା ବିଶ୍ୱ ଆଗରେ ସମସ୍ତ ପ୍ରମାଣ ରଖିବି। ମୋ ଝିଅ କେବେ କାହାକୁ ଆତ୍ମହତ୍ୟା କରିବାକୁ ଉସ୍କାଇ ପାରିବ ନାହିଁ।”
ସେହିପରି ନିକିତାଙ୍କ ବଡ଼ ବାପା ସୁଶୀଲ କୁମାର ମଧ୍ୟ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି। ସୁଭାଷ ଲଗାଇଥିବା ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି। ନିକିତା ବର୍ତ୍ତମାନ ଏଠି ନାହିଁ ସେ ଫେରି ଆସିଲା ପରେ ସମସ୍ତ ପ୍ରଶ୍ନର ଉତ୍ତର ଦେବ ବୋଲି ସୁଶୀଲ କୁମାର ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ କହିଛନ୍ତି। ମୁଁ ଶୁଣିବାକୁ ପାଇଲି ଯେ ମାମଲାରେ ମୋ ନାଁ ସାମିଲ୍ କରାଯାଇଛି। ଏଥିରେ ମୋ କୌଣସି ସମ୍ପୃକ୍ତି ନାହିଁ। ମୁଁ ଆଉ ଏକ ଘରେ ରୁହେ। ମିଡିଆରୁ ଏକଥା ମୁଁ ଜାଣିବାକୁ ପାଇଲି। ତେବେ ମାମଲା କୋର୍ଟରେ ବିଚାରାଧୀନ ଅଛି। ଯାହା ନ୍ୟାୟ ଆସିବ ତାହା ଦେଖାଯିବ ବୋଲି ସୁଶୀଲ କହିଛନ୍ତି।
ଅତୁଲ ସୁବାଷଙ୍କ ମାମଲାରେ ବେଙ୍ଗାଲୁରୁ ପୁଲିସ ମାମଲା ରୁଜୁ କରିଛି। ସୁବାଷଙ୍କ ପତ୍ନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ହୋଇଛି। ବିଏନଏସ ଆକ୍ଟ ଧାରା ୧୦୮ ଏବଂ ୩(୩) ବିଏନଏସ ଆକ୍ଟର ୧୦୮ ଧାରା(ଆତ୍ମହତ୍ୟା କରିବାକୁ ଉସକାଇବା) ଜାମିନବିହୀନ ଧାରା ଲଗାଇଛି ବେଙ୍ଗାଲୁରୁ ପୁଲିସ। ଅତୁଲଙ୍କ ଭାଇଙ୍କର ଅଭିଯୋଗ କ୍ରମେ ପୁଲିସ ମାମଲା କରିଛି।