ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ

ଭୁବନେଶ୍ୱର,୧୫ା୪: ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉଚ୍ଚ ରହିବାରୁ ଉଭୟ ଖାଉଟି ଓ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ବିଶେଷକରି ଘରୋଇ ବଜାରରେ ପରିବାଠାରୁ ଆରମ୍ଭକରି ଖାଇବା ତେଲ ଦର ଆକାଶଛୁଆଁ ରହିଛି। ଫଳରେ ଖାଉଟି ଅତିରିକ୍ତ ଖର୍ଚ୍ଚାନ୍ତରେ ଆଉଟୁପାଉଟୁ ହେଉଛନ୍ତି। ଗତ ସପ୍ତାହ ମଧ୍ୟରେ ଆଳୁଠାରୁ ଆରମ୍ଭକରି ଚାଉଳ, ଖାଇବା ତେଲଠାରୁ ଆରମ୍ଭକରି ମସଲା ପର୍ଯ୍ୟନ୍ତ ସବୁଥିରେ ଦର ୧୦ରୁ ୨୦ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ଘରୋଇ ବଜାରରେ ଖାଇବା ତେଲ, ଡାଲି, ରସୁଣ, […] The post ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ appeared first on Dharitri Odia News.

ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ

ଭୁବନେଶ୍ୱର,୧୫ା୪: ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉଚ୍ଚ ରହିବାରୁ ଉଭୟ ଖାଉଟି ଓ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ବିଶେଷକରି ଘରୋଇ ବଜାରରେ ପରିବାଠାରୁ ଆରମ୍ଭକରି ଖାଇବା ତେଲ ଦର ଆକାଶଛୁଆଁ ରହିଛି। ଫଳରେ ଖାଉଟି ଅତିରିକ୍ତ ଖର୍ଚ୍ଚାନ୍ତରେ ଆଉଟୁପାଉଟୁ ହେଉଛନ୍ତି। ଗତ ସପ୍ତାହ ମଧ୍ୟରେ ଆଳୁଠାରୁ ଆରମ୍ଭକରି ଚାଉଳ, ଖାଇବା ତେଲଠାରୁ ଆରମ୍ଭକରି ମସଲା ପର୍ଯ୍ୟନ୍ତ ସବୁଥିରେ ଦର ୧୦ରୁ ୨୦ ଟଙ୍କା ବୃଦ୍ଧି ପାଇଛି।

ସେହିଭଳି ଘରୋଇ ବଜାରରେ ଖାଇବା ତେଲ, ଡାଲି, ରସୁଣ, ପିଆଜ, ଅଟା ଭଳି ପ୍ରମୁଖ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ ଆଳୁ କୁଇଣ୍ଟାଲ ୨୨୦୦ରୁ ୨୫୦୦ଟଙ୍କାରେ ବିକ୍ରି ହେଉଥିଲାବେଳେ ଡାଲି ଜାତୀୟ ସାମଗ୍ରୀର ଦର ମଧ୍ୟ ୩୫୦୦ରୁ ୭୦୦୦ ଟଙ୍କା, ଖାଇବା ତେଲ ଟିଣ ପିଛା ୧୮୦୦ରୁ ୨,୦୦୦ଟଙ୍କା, ରସୁଣ କୁଇଣ୍ଟାଲ ୨୪,୦୦୦ରୁ ୨୮,୦୦୦ ଟଙ୍କା ଥିଲାବେଳେ ପିଆଜ ମଧ୍ୟ ୩,୦୦୦ରୁ ୫୦୦୦ ଟଙ୍କାରେ କାରବାର ହେଉଛି। ସେହିପରି ପନିପରିବା ଦର ପ୍ରତି ସପ୍ତାହରେ ପରିବର୍ତ୍ତନ ହେଉଥିଲାବେଳେ ଚାଉଳ, ଗ୍ୟାସ ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶଛୁଆଁ ରହିଛି।

The post ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ appeared first on Dharitri Odia News.