ଅଦିନରେ ହ୍ୟୁଷ୍ଟନରେ ଗଡ଼ିଲା ନନ୍ଦିଘୋଷ ରଥ
ପୁରୀ/ଭୁବନେଶ୍ୱର, ୧୧ା୧୧ (ଅଜିତ୍ କୁମାର ମହାନ୍ତି/ ବନ୍ଦନା ସେଠୀ): ଆମେରିକାର ହ୍ୟୁଷ୍ଟନ ସହରରେ ନଭେମ୍ବର ୯ରେ ଅଦିନରେ ନନ୍ଦିଘୋଷ ରଥ ଗଡ଼ିଛି। ତେବେ ଉକ୍ତ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ନ ଥିବାବେଳେ ରାଧାକୃଷ୍ଣ ଏବଂ ନିତାଇଗୌରଙ୍କ ମୂର୍ତ୍ତି ବିରାଜମାନ କରିଥିବା ଦେଖିବାକୁ ମିଳିଛି। ତେବେ ନନ୍ଦିଘୋଷ ରଥ ପରି ଇସ୍କନର ଏହି ରଥ ପ୍ରତୀୟମାନ ହେଉଥିବାରୁ ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ ଥିଲା, ବରଂ ଗୌର […] The post ଅଦିନରେ ହ୍ୟୁଷ୍ଟନରେ ଗଡ଼ିଲା ନନ୍ଦିଘୋଷ ରଥ appeared first on Dharitri Odia News.
ପୁରୀ/ଭୁବନେଶ୍ୱର, ୧୧ା୧୧ (ଅଜିତ୍ କୁମାର ମହାନ୍ତି/ ବନ୍ଦନା ସେଠୀ): ଆମେରିକାର ହ୍ୟୁଷ୍ଟନ ସହରରେ ନଭେମ୍ବର ୯ରେ ଅଦିନରେ ନନ୍ଦିଘୋଷ ରଥ ଗଡ଼ିଛି। ତେବେ ଉକ୍ତ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ନ ଥିବାବେଳେ ରାଧାକୃଷ୍ଣ ଏବଂ ନିତାଇଗୌରଙ୍କ ମୂର୍ତ୍ତି ବିରାଜମାନ କରିଥିବା ଦେଖିବାକୁ ମିଳିଛି। ତେବେ ନନ୍ଦିଘୋଷ ରଥ ପରି ଇସ୍କନର ଏହି ରଥ ପ୍ରତୀୟମାନ ହେଉଥିବାରୁ ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ ଥିଲା, ବରଂ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ଥିଲା ବୋଲି ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଇସ୍କନ ପକ୍ଷରୁ ହ୍ୟୁଷ୍ଟନରେ ନଭେମ୍ବର ୩ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ କରାଯିବାକୁ ଯୋଜନା ହୋଇଥିଲା। ଏ ନେଇ ସୋସିଆଲ ମିଡିଆରେ ଇସ୍କନ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଥିଲା। ଏହାକୁ ଜଗନ୍ନାଥପ୍ରେମୀ, ସେବାୟତଙ୍କ ସମେତ ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ତୀବ୍ର ବିରୋଧ କରିଥିଲେ। ଗଜପତି ମହାରାଜା ଇସ୍କନକୁ ଚିଠି ଲେଖି ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରା ବନ୍ଦ କରିବା ନିମନ୍ତେ ଅନୁରୋଧ କରିବା ସହ ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଅଦିନିଆ ରଥଯାତ୍ରାକୁ ବିରୋଧ କରିଥିଲେ। ଫଳରେ ଇସ୍କନ ବାଧ୍ୟହୋଇ ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ରଥଯାତ୍ରା ବଦଳରେ ଉକ୍ତ ଦିନ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯିବ ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏଥିରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ନନ୍ଦିଘୋଷ ରଙ୍ଗ ପରି ହଳଦିଆ ଓ ନାଲି ରଙ୍ଗରେ ସଜ୍ଜିତ ରଥରେ କୃଷ୍ଣ, ବଳରାମ ଓ ନିତାଇଗୌରଙ୍କୁ ବସାଇ ଯାତ୍ରା ଆୟୋଜନ କରିଛି। ଏନେଇ ଶ୍ରୀମନ୍ଦିରର ବରିଷ୍ଠ ସେବକ ଗୌରହରି ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ରଥ ପରି ରଥ କରି ଅଦିନିଆ ରଥଯାତ୍ରା କରିବା ଗ୍ରହଣଯୋଗ୍ୟ ନୁହେଁ। ମୂଳ ପୀଠର ପରମ୍ପରା ଓ ସଂସ୍କତିକୁ ଅବମାନନା କରି ଏକ ଚକ୍ରାନ୍ତ କରାଯାଉଛି। ଚକ୍ରାନ୍ତର ଶିକାର ହେବାକୁ ଦିଆଯିବ ନାହିଁ। ଅନ୍ୟପକ୍ଷରେ ଏ ସମସ୍ତ ଅଭିଯୋଗକୁ ଇସ୍କନ ପକ୍ଷରୁ ଖଣ୍ଡନ କରାଯାଇଛି। ଏନେଇ ଭୁବନେଶ୍ୱର ଇସ୍କନର ଭାଇସ୍ ପ୍ରେସିଡେଣ୍ଟ ତୁକାରାମ ଦାସ କହିଛନ୍ତି, ଆମେ ପୂର୍ବରୁ କହିଥିଲୁ ଯେ, ଜଗନ୍ନାଥ ରଥଯାତ୍ରା କରିବୁ ନାହିଁ। ରଥରେ ଶ୍ରୀଜଗନ୍ନାଥ ନ ଥିଲେ। ଯେ କୌଣସି ରଥକୁ ନନ୍ଦିଘୋଷ କୁହାଯାଏ ନାହିଁ, ଯେଉଁ ରଥ ଉପରେ ଜଗନ୍ନାଥ ସ୍ବୟଂ ବିରାଜନ୍ତି ତାହାକୁ ନନ୍ଦିଘୋଷ କୁହାଯାଏ। ସମୟ ଅଭାବରୁ ପୂର୍ବରୁ ପ୍ରସ୍ତୁତ ରଥରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯାଇଥିଲା।
The post ଅଦିନରେ ହ୍ୟୁଷ୍ଟନରେ ଗଡ଼ିଲା ନନ୍ଦିଘୋଷ ରଥ appeared first on Dharitri Odia News.