ଅଧରାତିରେ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ, ଘରୁ ଭୟରେ ଦୌଡିଲେ ଲୋକ

ଅଧରାତିରେ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନରେ । ଆଫଗାନର ରାଜଧାନୀ କାବୁଲରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୪.୯ ରହିତିଲା । ରାତିଅଧରେ ଭୂକମ୍ପ ଯୋଗୁଁ ଲୋକମାନେ ଶୋଇଥିବା ଅବସ୍ଥାରେ ଘରୁ ଦୌଡିଥିଲେ । ତେବେ କୌଣସି ଜନହାନୀ ହୋଇନାହିଁ ବୋଲି ଖବର ମିଳିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ, ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଆଫଗାନିସ୍ତାନରେ ଏକ ଭୂକମ୍ପ ଘଟିଛି । ଏହାର ତୀବ୍ରତା […] The post ଅଧରାତିରେ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ, ଘରୁ ଭୟରେ ଦୌଡିଲେ ଲୋକ appeared first on KNews Odisha.

ଅଧରାତିରେ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ, ଘରୁ ଭୟରେ ଦୌଡିଲେ ଲୋକ
rearthquake

ଅଧରାତିରେ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନରେ । ଆଫଗାନର ରାଜଧାନୀ କାବୁଲରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୪.୯ ରହିତିଲା । ରାତିଅଧରେ ଭୂକମ୍ପ ଯୋଗୁଁ ଲୋକମାନେ ଶୋଇଥିବା ଅବସ୍ଥାରେ ଘରୁ ଦୌଡିଥିଲେ । ତେବେ କୌଣସି ଜନହାନୀ ହୋଇନାହିଁ ବୋଲି ଖବର ମିଳିଛି ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ, ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଆଫଗାନିସ୍ତାନରେ ଏକ ଭୂକମ୍ପ ଘଟିଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ରେକର୍ଡ କରାଯାଇଥିଲା । ଭୂକମ୍ପ ୧୬୦ କିଲୋମିଟର ଗଭୀରତାରେ ହୋଇଥିଲା । ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ନାହିଁ ।

ଏହାପୂର୍ବରୁ ମାର୍ଚ୍ଚରେ ୪.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏନସିଏସ୍ ଅନୁଯାୟୀ, ଗଭୀର ଭୂକମ୍ପ ଅପେକ୍ଷା ଅଳ୍ପ ଭୂକମ୍ପ ଅଧିକ ବିପଜ୍ଜନକ। ଆଫଗାନିସ୍ତାନ ଏକ ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳ ।

ଏହାପୂର୍ବରୁ ଭାରତର ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୫ ରହିଥିଲା । ମେଘାଳୟରେ ସନ୍ଧ୍ୟା ୫ଟା ୪୧ ମିନିଟରେ ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ମେଘାଳୟର ପୂର୍ବ ଗୋରା ହିଲ୍ସ ଠାରୁ ୧୦ କିମି ଗଭୀରତାରେ ବୋଲି ଜଣାପଡିଥିଲା । ସେହିପରି ୧୮ ମାର୍ଚ୍ଚରେ ମଣିପୁରରେ ଅଧରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୩.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ଆଫଗାନିସ୍ତାନରେ ଅନେକ ବଡ଼ ଭୂକମ୍ପ ଘଟିଥିଲା । ଭୂକମ୍ପରେ ପ୍ରାୟ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ୯ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ୧୩ ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା । ସେହି ସମୟରେ ଭୂକମ୍ପର ତୀବ୍ରତା ୬.୩ ରେ ମାପ କରାଯାଇଥିଲା ।

Also Read : ଗାଜାରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ୩୦୦ରୁ ଅଧିକ ମୃତ

 

The post ଅଧରାତିରେ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ, ଘରୁ ଭୟରେ ଦୌଡିଲେ ଲୋକ appeared first on KNews Odisha.