ଅଧା ବାଟରେ ଛାଡି ଚାଲିଯାଇଥିଲା ସକ୍ଷୀ ଗାଡ଼ି: ରାସ୍ତା କଡ଼ରେ ସନ୍ତାନ ଜନ୍ମଦେଲେ ମାନସିକ ବିକାରଗସ୍ତ ଯୁବତୀ
ତୁମୁଡିବନ୍ଧ, ୧୧।୭(ଦୀପକ କୁମାର ପରାସେଠ): ରାସ୍ତା କଡ଼ରେ ଜଣେ ମାନସିକ ବିକାରଗସ୍ତ ଯୁବତୀ ଜିଲା ସାମାଜିକ ସୁରକ୍ଷା କେନ୍ଦ୍ରରୁ ସକ୍ଷୀ ପରିବହନରେ ଘରକୁ ଆସିିବା ସମୟରେ ବାଟରେ ସନ୍ତାନ ପ୍ରସବ କରିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଗୁମା ଅଞ୍ଚଳରେ ଶୁକ୍ରବାର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁମା ପଞ୍ଚାୟତ ଅଞ୍ଚଳର ଜଣେ ୨୨ ବର୍ଷୀୟା ମାନସିକ ବିକାରଗସ୍ତ ଯୁବତୀ ଗର୍ଭବତୀ ଥିବା ନେଇ ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ, ସୁପରଭାଇଜର ନିରୁପମା […] The post ଅଧା ବାଟରେ ଛାଡି ଚାଲିଯାଇଥିଲା ସକ୍ଷୀ ଗାଡ଼ି: ରାସ୍ତା କଡ଼ରେ ସନ୍ତାନ ଜନ୍ମଦେଲେ ମାନସିକ ବିକାରଗସ୍ତ ଯୁବତୀ appeared first on Dharitri Odia News.
ତୁମୁଡିବନ୍ଧ, ୧୧।୭(ଦୀପକ କୁମାର ପରାସେଠ): ରାସ୍ତା କଡ଼ରେ ଜଣେ ମାନସିକ ବିକାରଗସ୍ତ ଯୁବତୀ ଜିଲା ସାମାଜିକ ସୁରକ୍ଷା କେନ୍ଦ୍ରରୁ ସକ୍ଷୀ ପରିବହନରେ ଘରକୁ ଆସିିବା ସମୟରେ ବାଟରେ ସନ୍ତାନ ପ୍ରସବ କରିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଗୁମା ଅଞ୍ଚଳରେ ଶୁକ୍ରବାର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁମା ପଞ୍ଚାୟତ ଅଞ୍ଚଳର ଜଣେ ୨୨ ବର୍ଷୀୟା ମାନସିକ ବିକାରଗସ୍ତ ଯୁବତୀ ଗର୍ଭବତୀ ଥିବା ନେଇ ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ, ସୁପରଭାଇଜର ନିରୁପମା ଶତପଥୀ ଓ ଅଙ୍ଗନଓ୍ବାଡ଼ି କର୍ମୀ ନାମିତ ବଡ଼ସେଠ ଖବର ପାଇ ତାଙ୍କୁ ଗତ ଜୁନ ୯ରେ ଜିଲା ସାମାଜିକ ସୁରକ୍ଷା କେନ୍ଦ୍ରକୁ ଆଣି ଛାଡିଥିଲେ। ସେଠାରେ ସେ ଅନ୍ୟମାନଙ୍କୁ କାମୁଡା କାମୁଡ଼ି କରୁଛନ୍ତି, ତାଙ୍କୁ ଫେରାଇ ନେବାକୁ ଅଙ୍ଗନଓ୍ବାଡି କର୍ମୀଙ୍କୁ ଫୋନ ଦ୍ୱାରା ଖବର ଆସିଥିଲା। ଯୁବତୀଙ୍କ ପରିବାର ଲୋକଙ୍କ ସହ ଅଙ୍ଗନଓ୍ବାଡ଼ି କର୍ମୀ ସେଠାରେ ପହଞ୍ଚି ସେଠାରୁ ତାଙ୍କୁ ସକ୍ଷୀ ଗାଡ଼ିରେ ନିଜ ଗାଁକୁ ନେଉଥିଲେ। ତେବେ ବାଟରେ ଗୁଚୁକା ଛକଠାରେ ପରିସ୍ରା ଯିବି କହି ଯୁବତୀ ଜଣକ ଗାଡ଼ି ଅଟକାଇଥିଲେ। ଗାଡ଼ିରୁ ଓହ୍ଲାଇ ତଳକୁ ଆସିବା ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମାତ୍ର ସେହି ସ୍ଥାନରେ ସଖୀ ଗାଡିଟି ମା’ ଓ ଶିଶୁକୁ ସଙ୍କଟପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଫୁଲବାଣୀ ଚାଲିଯାଇଥିଲା। ପରେ ସଙ୍ଗେସଙ୍ଗେ ଅଙ୍ଗନଓ୍ବାଡି କର୍ମୀ ନମିତା ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ୍ଙ୍କୁ ଫୋନ କରି ଜଣାଇଥିଲେ। ସିଡିପିଓ ଦିଗାଲ ଏନେଇ ବେଲଘର ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣାଇବା ସହିତ ନିଜେ ସେଠାରେ ପହଞ୍ଚତ୍ଥିଲେ। ଖବର ପାଇ ଡାକ୍ତର ବିଜୟ ଭୋଇ ଓ ସ୍ବାସ୍ଥ୍ୟ ସେବିକା କରିସ୍ମା ନାୟକ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଓ ତାଙ୍କ ଶିଶୁକନ୍ୟାଙ୍କ ପ୍ରାଥମିକ ଚିକିତ୍ସା କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଉଭୟ ମା’ ଓ ଶିଶୁ ସୁସ୍ଥ ଓ ସୁରକ୍ଷିତ ଥିବା ସିଡିପିଓ କହିଛନ୍ତି।
The post ଅଧା ବାଟରେ ଛାଡି ଚାଲିଯାଇଥିଲା ସକ୍ଷୀ ଗାଡ଼ି: ରାସ୍ତା କଡ଼ରେ ସନ୍ତାନ ଜନ୍ମଦେଲେ ମାନସିକ ବିକାରଗସ୍ତ ଯୁବତୀ appeared first on Dharitri Odia News.