ଅଧିକ ଦାମ୍ ଯୋଗୁଁ ଏବର୍ଷ ସୁନା ବେପାର ମାନ୍ଦା, ରୁପା ଉପରେ ମାଡ଼
ଭୁବନେଶ୍ୱର: ସୁନା ଦର ଉପର ମୁହାଁ। ଚଳିତ ବର୍ଷ ଧନତେରାସରେ ସୁନା ଠାରୁ ରୂପାର ଚାହିଦା ଅଧିକ ରହିଥିଲା। ପୌରାଣିକ ପରମ୍ପରା ଅନୁଯାୟୀ ଧାତୁ ଘରକୁ ନେଲେ ଲକ୍ଷ୍ମୀଙ୍କ କୃପା ରହେ ଧନ ବର୍ଷା ହୁଏ। ତେଣୁ ଧନତେରାସରେ ଚଳିତ ବର୍ଷ ସୁନା ଦେ।କାନରେ ଦେଖିବାକୁ ମିଳିନି ସେତେ ଭିଡ। ଇସ୍ରାଏଲ ଯୁଦ୍ଧକୁ ନେଇ ଏବେ ସୁନା ଦର ଉପରମୁହାଁ। ଚଳିତ ବର୍ଷ ଦୁଇଦିନିଆ ଧନତେରାସ ପଡିଥିବାରୁ ବିକ୍ରି ସେତେ ଭଲ ହୋଇନାହିଁ ବୋଲି କହିଛନ୍ତି ସୁନା ବ୍ୟବସାୟୀ ।ଏହା ସହ ସୁନା ରେଟ ୨୨ କ୍ୟାରେଟ ଦାମ ୭୩ ହଜାର ହୋଇଥିବାବେଳେ ୨୪ କ୍ୟାରେଟ ସୁନା ଦର ପାଖାପାଖି ୭୮ ହଜାର। ତେଣୁ ଗ୍ରାହକ ସୁନା ଅପେକ୍ଷା ରୂପା ବେଶି କିଣିଛନ୍ତି। ଖାଲି ସେତିକି ନୁହେଁ ବେପାର ନ ହେବା ଆଉ ଏକ ପ୍ରମୁଖ କାରଣ ହେଲା ହାଲକା ଓଜନର ଲୋକେ ସୁନା କିଣିଛନ୍ତି। ସୁନା ପ୍ରତି ଲୋକଙ୍କ ଆକୃଷ୍ଟ ଥିଲେ ମଧ୍ୟ ସୁନା ଦର ଲୋକଙ୍କୁ ସୁହାଇନି।୧୦ ବର୍ଷର ରେକର୍ଡକୁ ଦେଖିଲେ ଜଣାଯାଏ ଦୀପାବଳି ସାଧାରଣତଃ ସୁନା ରେଟ କମିଯାଏ ପୁରି ଦୀପାବଳି ପରେ ରେଟ ବଢେ କିନ୍ତୁ ଏଇ ବର୍ଷ ଏଭଳି ହୋଇନାହିଁ ଯାହା ରେଟ ଦୁଇଦିନ ତଳେ ଥିଲା ତା ହାରୁ ବଜି ୯୦୦ ଟଙ୍କା ଅଧିକ ହୋଇଛି।ଆଗବର୍ଷ ତୁଳନା ରେ ଚଳିତ ବର୍ଷ ଗ୍ରାହକ କମ ସୁନା ଓ ରୂପା ଅଧିକ କିଣିଛନ୍ତି ।
ଭୁବନେଶ୍ୱର: ସୁନା ଦର ଉପର ମୁହାଁ। ଚଳିତ ବର୍ଷ ଧନତେରାସରେ ସୁନା ଠାରୁ ରୂପାର ଚାହିଦା ଅଧିକ ରହିଥିଲା। ପୌରାଣିକ ପରମ୍ପରା ଅନୁଯାୟୀ ଧାତୁ ଘରକୁ ନେଲେ ଲକ୍ଷ୍ମୀଙ୍କ କୃପା ରହେ ଧନ ବର୍ଷା ହୁଏ। ତେଣୁ ଧନତେରାସରେ ଚଳିତ ବର୍ଷ ସୁନା ଦେ।କାନରେ ଦେଖିବାକୁ ମିଳିନି ସେତେ ଭିଡ। ଇସ୍ରାଏଲ ଯୁଦ୍ଧକୁ ନେଇ ଏବେ ସୁନା ଦର ଉପରମୁହାଁ। ଚଳିତ ବର୍ଷ ଦୁଇଦିନିଆ ଧନତେରାସ ପଡିଥିବାରୁ ବିକ୍ରି ସେତେ ଭଲ ହୋଇନାହିଁ ବୋଲି କହିଛନ୍ତି ସୁନା ବ୍ୟବସାୟୀ ।
ଏହା ସହ ସୁନା ରେଟ ୨୨ କ୍ୟାରେଟ ଦାମ ୭୩ ହଜାର ହୋଇଥିବାବେଳେ ୨୪ କ୍ୟାରେଟ ସୁନା ଦର ପାଖାପାଖି ୭୮ ହଜାର। ତେଣୁ ଗ୍ରାହକ ସୁନା ଅପେକ୍ଷା ରୂପା ବେଶି କିଣିଛନ୍ତି। ଖାଲି ସେତିକି ନୁହେଁ ବେପାର ନ ହେବା ଆଉ ଏକ ପ୍ରମୁଖ କାରଣ ହେଲା ହାଲକା ଓଜନର ଲୋକେ ସୁନା କିଣିଛନ୍ତି। ସୁନା ପ୍ରତି ଲୋକଙ୍କ ଆକୃଷ୍ଟ ଥିଲେ ମଧ୍ୟ ସୁନା ଦର ଲୋକଙ୍କୁ ସୁହାଇନି।
୧୦ ବର୍ଷର ରେକର୍ଡକୁ ଦେଖିଲେ ଜଣାଯାଏ ଦୀପାବଳି ସାଧାରଣତଃ ସୁନା ରେଟ କମିଯାଏ ପୁରି ଦୀପାବଳି ପରେ ରେଟ ବଢେ କିନ୍ତୁ ଏଇ ବର୍ଷ ଏଭଳି ହୋଇନାହିଁ ଯାହା ରେଟ ଦୁଇଦିନ ତଳେ ଥିଲା ତା ହାରୁ ବଜି ୯୦୦ ଟଙ୍କା ଅଧିକ ହୋଇଛି।ଆଗବର୍ଷ ତୁଳନା ରେ ଚଳିତ ବର୍ଷ ଗ୍ରାହକ କମ ସୁନା ଓ ରୂପା ଅଧିକ କିଣିଛନ୍ତି ।