ଅଧିକ ଫୋନ ବ୍ୟବହାର କରିବା ଦ୍ୱାରା ହୋଇଥାଏ ହୃଦଘାତ ? ଏଠାରେ ଜାଣନ୍ତୁ ସମ୍ପୂର୍ଣ୍ଣ ସତ…

ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି, ଅଧିକାଂଶ ଲୋକ ଅଛନ୍ତି ଯେଉଁ ମାନେ କି ମୋବାଇଲ ଠାରୁ ଦୂରେଇ ରହି ପ୍ରଂଫ୍ଟି ନାହିଁ । କିଛି ଲୋକଙ୍କର ପ୍ରତି ମିନିଟରେ ଫୋନ ଯାଞ୍ଚ କରିବାର ଅଭ୍ୟାସ ଅଛି ଏବଂ ଅନ୍ୟ କିଛି ଲୋକଙ୍କ ବାରମ୍ବାର ଫୋନକୁ ଦେଖିବାର ଅଭ୍ୟାସ ଅଛି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ? ଲୋକଙ୍କ ମଧ୍ୟରେ ମୋବାଇଲ ଫୋନ […]

ଅଧିକ ଫୋନ ବ୍ୟବହାର କରିବା ଦ୍ୱାରା ହୋଇଥାଏ ହୃଦଘାତ ? ଏଠାରେ ଜାଣନ୍ତୁ ସମ୍ପୂର୍ଣ୍ଣ ସତ…

ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି, ଅଧିକାଂଶ ଲୋକ ଅଛନ୍ତି ଯେଉଁ ମାନେ କି ମୋବାଇଲ ଠାରୁ ଦୂରେଇ ରହି ପ୍ରଂଫ୍ଟି ନାହିଁ । କିଛି ଲୋକଙ୍କର ପ୍ରତି ମିନିଟରେ ଫୋନ ଯାଞ୍ଚ କରିବାର ଅଭ୍ୟାସ ଅଛି ଏବଂ ଅନ୍ୟ କିଛି ଲୋକଙ୍କ ବାରମ୍ବାର ଫୋନକୁ ଦେଖିବାର ଅଭ୍ୟାସ ଅଛି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ? ଲୋକଙ୍କ ମଧ୍ୟରେ ମୋବାଇଲ ଫୋନ ବ୍ୟବହାର କରିବାର ଅଭ୍ୟାସ ଦ୍ରୁତ ଗତିରେ ବଢିବାରେ ଲାଗିଛି, ଯାହା କି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ ଅଟେ । ବର୍ତ୍ତମାନ ପିଲାମାନଙ୍କ ଉପରେ ବି ମୋବାଇଲର ପ୍ରଭାବ ପଡ଼ିଲାଣି, ପିଲାମାନଙ୍କର ସ୍କ୍ରିନ ଟାଇମିଂର ପ୍ରଭାବ ଜାଣିବା ପାଇଁ ଅନେକ ଗବେଷଣା କରାଯାଉଛି ଏବଂ ଅନୁସନ୍ଧାନର ଫଳାଫଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ ।

ପିଲାମାନଙ୍କର ସ୍କ୍ରିନ ସମୟ ବୃଦ୍ଧି ହେତୁ ଏହା ମସ୍ତିଷ୍କ ଏବଂ କାର୍ଯ୍ୟକଳାପର ବୃଦ୍ଧି ଉପରେ ଗଭୀର ପ୍ରଭାବ ପକାଉଛି । ୟୁରୋପୀୟ ସୋସାଇଟି ଅଫ କାର୍ଡିଓଲୋଜି କଂଗ୍ରେସ ୨୦୨୩ର ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ପିଲାମାନେ ମୋବାଇଲ ସ୍କ୍ରିନରେ ଦୀର୍ଘ ସମୟ ଧରି ଖେଳନ୍ତି କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରନ୍ତି, ତେବେ ସେମାନଙ୍କୁ ଯୁବାବସ୍ଥାର ଆରମ୍ଭରୁ ହୃଦଘାତ ହେବାର ଆଶଙ୍କା ବହୁଗୁଣିତ ହୁଏ । ଅନୁସନ୍ଧାନର ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଯେଉଁ ପିଲାମାନେ ଅଳ୍ପ ବୟସରେ ବାହାରେ ସାଙ୍ଗମାନଙ୍କ ସହିତ ଖେଳିବା ପରିବର୍ତ୍ତେ ମୋବାଇଲରେ ଅଧିକ ସମୟ ବିତାଉଛନ୍ତି, ସେହି ପିଲାମାନଙ୍କୁ ଅଳ୍ପ ବୟସରେ ହୃଦଘାତ କିମ୍ବା ଷ୍ଟ୍ରୋକ ହେବାର ଆଶଙ୍କା ରହିଛି।

ପିଲାମାନଙ୍କଠାରେ ହୃଦଘାତର ଆଶଙ୍କା କମାଇବା ପାଇଁ ପିତାମାତାଙ୍କୁ ପିଲାମାନଙ୍କ ମୋବାଇଲର ସ୍କ୍ରିନ୍ ସମୟ ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଯେ, ଆପଣଙ୍କ ପିଲାଙ୍କ ସ୍କ୍ରିନ ସମୟ ହ୍ରାସ ହେଉ, ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କର ସ୍କ୍ରିନ୍ ସମୟ ମଧ୍ୟ ହ୍ରାସ କରିବାକୁ ପଡିବ । ଅଧିକ ମୋବାଇଲ ବ୍ୟବହାର କରୁଥିବା ଲୋକେ ସ୍କ୍ରିନ ସମୟ ହ୍ରାସ କରିବା ଉଚିତ ଏବଂ ପିଲାମାନଙ୍କ ସହ ସମୟ ବିତାଇବା ଉଚିତ ଯାହା ଦ୍ୱାରା ପିଲାମାନେ ଅଧିକ ମୋବାଇଲ ବ୍ୟବହାର କରିପାରିବେ ନାହିଁ ।