ଅଧିକ ସନ୍ତାନ ଜନ୍ମ କରନ୍ତୁ, ଚିନ୍ତା ନାହିଁ ଘର ଯୋଗାଇବେ ମୋଦି: ଭାଜପା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ଉଦୟପୁର,୧୦।୧ : ରାଜସ୍ଥାନ ସରକାରଙ୍କ ମନ୍ତ୍ରୀ ବାବୁଲାଲ ଖରାଡି ଲୋକମାନଙ୍କୁ କହିଛନ୍ତି ସେମାନେ ଅନେକ ସନ୍ତାନ ଜନ୍ମ କରିବା ଉଚିତ। ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘର ଯୋଗାଇ ଦିଆଯିବ ଏବଂ ଶସ୍ତା ଦରରେ ଗ୍ୟାସ ମଧ୍ୟ ଉପଲବ୍ଧ ହେବ। ଉଦୟପୁର ଜିଲାର ଜାଡୋଲ ସିଟରୁ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିବା ବାବୁଲାଲ ଖରାଡିଙ୍କର ଦୁଇ ଜଣ ସ୍ତ୍ରୀ ଏବଂ ୮ ସନ୍ତାନ ଅଛନ୍ତି। ରାଜସ୍ଥାନ ସରକାରରେ […] The post ଅଧିକ ସନ୍ତାନ ଜନ୍ମ କରନ୍ତୁ, ଚିନ୍ତା ନାହିଁ ଘର ଯୋଗାଇବେ ମୋଦି: ଭାଜପା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ… appeared first on Dharitri Odia News.

ଅଧିକ ସନ୍ତାନ ଜନ୍ମ କରନ୍ତୁ, ଚିନ୍ତା ନାହିଁ ଘର ଯୋଗାଇବେ ମୋଦି: ଭାଜପା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ଉଦୟପୁର,୧୦।୧ : ରାଜସ୍ଥାନ ସରକାରଙ୍କ ମନ୍ତ୍ରୀ ବାବୁଲାଲ ଖରାଡି ଲୋକମାନଙ୍କୁ କହିଛନ୍ତି ସେମାନେ ଅନେକ ସନ୍ତାନ ଜନ୍ମ କରିବା ଉଚିତ। ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘର ଯୋଗାଇ ଦିଆଯିବ ଏବଂ ଶସ୍ତା ଦରରେ ଗ୍ୟାସ ମଧ୍ୟ ଉପଲବ୍ଧ ହେବ।

ଉଦୟପୁର ଜିଲାର ଜାଡୋଲ ସିଟରୁ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିବା ବାବୁଲାଲ ଖରାଡିଙ୍କର ଦୁଇ ଜଣ ସ୍ତ୍ରୀ ଏବଂ ୮ ସନ୍ତାନ ଅଛନ୍ତି। ରାଜସ୍ଥାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ବାବୁଲାଲଙ୍କ ଏଭଳି ବିବାଦୀୟ ବିବୃତ୍ତି ନେଇ ଆଲୋଚନା ହେଉଛି କାରଣ ସେ ନିଜେ ଦୁଇଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ତେଜୁ ଦେବୀ ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ନାମ ମଣି ଦେବୀ ।

ସେ ପିଲାଦିନରୁ ଆରଏସଏସରେ ସକ୍ରିୟ ଥିଲେ। ଏହାପୂର୍ବରୁ ସେ ୨୦୦୩ ଏବଂ ୨୦୦୮ ରେ ମଧ୍ୟ ନିର୍ବାଚନରେ ଜିତିଥିଲେ। ତେବେ ୨୦୧୩ ରେ ମୋଦି ଲହର ସତ୍ତ୍ୱେ ସେ ବିଧାନସଭା ନିର୍ବାଚନରେ ହାରି ଯାଇଥିଲେ। ସେବେଠାରୁ ସେ ଲଗାତାର ଦୁଇଥର ନିର୍ବାଚନ ଜିତିଛନ୍ତି। ବାବୁଲାଲଙ୍କ ବଡ ପୁଅ ଦେବେନ୍ଦ୍ର ବି.ଟେକ କରିଛନ୍ତି। ଯେତେବେଳେ କି, ୩ ପୁଅ କଲେଜ ଏବଂ ବିଦ୍ୟାଳୟରେ ପଢୂଛନ୍ତି। ତାଙ୍କର ଚାରି ଝିଅ ମଧ୍ୟ କଲେଜରେ ପଢୁଛନ୍ତି। ତାଙ୍କର ସରଳ ଆଚରଣ ଏବଂ ସରଳତା ମଧ୍ୟ ଅନେକ ସମୟରେ ଖବରରେ ରହିଥାଏ। ସେ ମାଟି ଘରେ ରୁହନ୍ତି।

The post ଅଧିକ ସନ୍ତାନ ଜନ୍ମ କରନ୍ତୁ, ଚିନ୍ତା ନାହିଁ ଘର ଯୋଗାଇବେ ମୋଦି: ଭାଜପା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ… appeared first on Dharitri Odia News.