ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨ା୮: ବାଲେଶ୍ୱର ଜିଲାର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ତାଙ୍କ ଘରେ ଚଢ଼ାଉ ଚାଲିଛି। ତାଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହି ଆଧାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ତେବେ ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନାରୁ ପ୍ରକାଶ। ଯନ୍ତ୍ରୀ ଜଣକ ଆଖି ଖୋସି ହୋଇଯିବା ପରେ ସମ୍ପତ୍ତି ଠୁଳ କରିଛନ୍ତି। ଓଡ଼ିଶା ସାଙ୍ଗକୁ ପଶ୍ଚିମବଙ୍ଗରେ […] The post ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨ା୮: ବାଲେଶ୍ୱର ଜିଲାର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ତାଙ୍କ ଘରେ ଚଢ଼ାଉ ଚାଲିଛି। ତାଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହି ଆଧାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ତେବେ ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନାରୁ ପ୍ରକାଶ।

ଯନ୍ତ୍ରୀ ଜଣକ ଆଖି ଖୋସି ହୋଇଯିବା ପରେ ସମ୍ପତ୍ତି ଠୁଳ କରିଛନ୍ତି। ଓଡ଼ିଶା ସାଙ୍ଗକୁ ପଶ୍ଚିମବଙ୍ଗରେ ବି ତାଙ୍କର ପ୍ଲଟ୍‌ ରହିଛି। କେବଳ ଗୋଟିଏ ଦୁଇଟି ପ୍ଲଟ୍‌ ନୁହେଁ ମାଳମାଳ ଫ୍ଲାଟ ଓ ଘର ରହିଛି। ଆଜି ସକାଳୁ ଚଢ଼ାଉ ହୋଇଥିବା ଏହି ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତା’ ସାଙ୍ଗକୁ ତାଙ୍କ ଘରୁ ସୁନା, ଅଳଙ୍କାର ଓ ନଗଦ ଟଙ୍କା ବି  ବାହାରିଛି। ବର୍ତ୍ତମାନ ଚଢ଼ାଉ ଚାଲିଥିବାରୁ ସମ୍ପତ୍ତିର ମୋଟ ଆକଳନ ହୋଇନାହିଁ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

The post ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.