ଚା’ ତିଆରି ବେଳେ ସିଲିଣ୍ତରରେ ଲାଗିଲା ନିଆଁ; ଜୀଅନ୍ତା ଜଳିଗଲେ ମା’ ଓ ୩ ଶିଶୁ
ମହିଳା ଜଣକ ଘରେ ଚା’ ଓ ଜଳଖିଆ ତିଆରି କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।
ଉତ୍ତରପ୍ରଦେଶ ଦେଓରିଆରେ ଭୟଙ୍କର ସିଲିଣ୍ତର ବିସ୍ଫୋରଣ। ଅଘଟଣରେ ପ୍ରାଣ ହରାଇଲେ ମାଆ ଓ ତିନି ଶିଶୁ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଉତ୍ତରପ୍ରଦେଶ ଦେଓରିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ସିଲିଣ୍ତର ବ୍ଲାଷ୍ଟ ଯୋଗୁଁ ଅଗ୍ନିକାଣ୍ତ ଘଟିଥିବା ପୋଲିସ ସୂଚନା ଦେଇଛି।
ଦେଓରିଆ ଏସ୍ପି ସଂକଳ୍ପ ଶର୍ମା କହିଛନ୍ତି, ମହିଳା ଜଣକ ଘରେ ଚା’ ଓ ଜଳଖିଆ ତିଆରି କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସିଲିଣ୍ତର ଫାଟିବା କାରଣରୁ ମାଆ ଓ ୩ ଶିଶୁଙ୍କ ଜୀବନ ଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ମୃତଦେହ ଗୁଡ଼ିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଘଟଣାସ୍ଥଳରେ ଲୋକେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ପୋଲିସ ଓ ଫରେନ୍ସିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ଘଟଣା ପଛରେ ଆଉ କିଛି କାରଣ ରହିଛ କି ସେନେଇ ତଦମ୍ତ ଚାଲିଛି।