ଅଧ୍ୟାପକ, ଗଭର୍ଣ୍ଣର, ମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ: ନିରଳସ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ର
ନୂଆଦିଲ୍ଲୀ ୨୭/୧୨: ପ୍ରସିଦ୍ଧ ଚିନ୍ତକ ଓ ବିଦ୍ୱାନ ବ୍ୟକ୍ତିତ୍ୱ । କଠିନ ଅଧ୍ୟବ୍ୟବସାୟ, ପ୍ରତିଟି କାର୍ଯ୍ୟପ୍ରତି ଶୈକ୍ଷିକ ଦୃଷ୍ଟିକୋଣରୁ ଚିନ୍ତନ । ସାଧାସିଧା ଚାଲିଚଳଣ । ନିରଳସ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ର । ଗୋଟିଏ ନା ମନମୋହନ ସିଂହ । ଅବିଭକ୍ତ ଭାରତର ପଞ୍ଜାବ କ୍ଷେତ୍ରର ଗ୍ରାମରେ ୧୯୩୨ମସିହା ସେପ୍ଟେମ୍ବର ୨୬ରେ ଜନ୍ମ । ୧୯୪୮ରେ ମନମୋହନ ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପାସ୍ । ପଞ୍ଜାବରୁ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଏଁ ପାଠପଢା ଯାତ୍ରା । ୧୯୫୭ରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ସମ୍ମାନର ସହ ଡିଗ୍ରୀ ।୧୯୬୨ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନିଫିଲ୍ଡ କଲେଜରୁ ଡି.ଫିଲ୍ ଡିଗ୍ରୀ । ତାଙ୍କ ଦ୍ୱାରା ରଚିତ ପୁସ୍ତକ “India’s Export Trends and Prospects for Self-Sustained Growth” ଭାରତର ଅନ୍ତର୍ମୁଖୀ ବାଣିଜ୍ୟ ନୀତି ସମ୍ପର୍କରେ ଏକ ମୌଳିକ ପ୍ରାରମ୍ଭିକ ବିଶ୍ଲେଷଣାତ୍ମକ ଗ୍ରନ୍ଥ ।ଅଧ୍ୟାପନା କାଳରେ ସ୍ୱଳ୍ପ ସମୟ ପାଇଁ UNCTAD ସଚିବାଳୟରେ କାର୍ଯ୍ୟ କରିବାର ସୁଯୋଗ । ଜେନିଭାରେ ୧୯୮୭ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସାଉଥ୍ କମିଶନର ମହାସଚିବ ଭାବେ ନିଯୁକ୍ତ । ୧୯୭୧ରେ ଡକ୍ଟର ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ପରେ ଖୁବଶୀଘ୍ର ୧୯୭୨ ମସିହାରେ ଦିଆଯାଇଥିଲା ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରା
ନୂଆଦିଲ୍ଲୀ ୨୭/୧୨: ପ୍ରସିଦ୍ଧ ଚିନ୍ତକ ଓ ବିଦ୍ୱାନ ବ୍ୟକ୍ତିତ୍ୱ । କଠିନ ଅଧ୍ୟବ୍ୟବସାୟ, ପ୍ରତିଟି କାର୍ଯ୍ୟପ୍ରତି ଶୈକ୍ଷିକ ଦୃଷ୍ଟିକୋଣରୁ ଚିନ୍ତନ । ସାଧାସିଧା ଚାଲିଚଳଣ । ନିରଳସ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ର । ଗୋଟିଏ ନା ମନମୋହନ ସିଂହ । ଅବିଭକ୍ତ ଭାରତର ପଞ୍ଜାବ କ୍ଷେତ୍ରର ଗ୍ରାମରେ ୧୯୩୨ମସିହା ସେପ୍ଟେମ୍ବର ୨୬ରେ ଜନ୍ମ । ୧୯୪୮ରେ ମନମୋହନ ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପାସ୍ । ପଞ୍ଜାବରୁ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଏଁ ପାଠପଢା ଯାତ୍ରା ।
୧୯୫୭ରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ସମ୍ମାନର ସହ ଡିଗ୍ରୀ ।୧୯୬୨ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନିଫିଲ୍ଡ କଲେଜରୁ ଡି.ଫିଲ୍ ଡିଗ୍ରୀ । ତାଙ୍କ ଦ୍ୱାରା ରଚିତ ପୁସ୍ତକ “India’s Export Trends and Prospects for Self-Sustained Growth” ଭାରତର ଅନ୍ତର୍ମୁଖୀ ବାଣିଜ୍ୟ ନୀତି ସମ୍ପର୍କରେ ଏକ ମୌଳିକ ପ୍ରାରମ୍ଭିକ ବିଶ୍ଲେଷଣାତ୍ମକ ଗ୍ରନ୍ଥ ।
ଅଧ୍ୟାପନା କାଳରେ ସ୍ୱଳ୍ପ ସମୟ ପାଇଁ UNCTAD ସଚିବାଳୟରେ କାର୍ଯ୍ୟ କରିବାର ସୁଯୋଗ । ଜେନିଭାରେ ୧୯୮୭ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସାଉଥ୍ କମିଶନର ମହାସଚିବ ଭାବେ ନିଯୁକ୍ତ । ୧୯୭୧ରେ ଡକ୍ଟର ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ପରେ ଖୁବଶୀଘ୍ର ୧୯୭୨ ମସିହାରେ ଦିଆଯାଇଥିଲା ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଦାୟିତ୍ୱ । ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଧ୍ୟରେ ଅର୍ଥମନ୍ତ୍ରଣାଳୟରେ ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ପଦ ଥିଲା ଅନ୍ୟତମ ।
ସ୍ୱାଧୀନ ଭାରତର ଆର୍ଥିକ ଇତିହାସରେ ଆଣିଥିଲେ ଯୁଗାନ୍ତକାରୀ ପଦକ୍ଷେପ ।
୧୯୯୧ରୁ ୧୯୯୬ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧିରେ ସେ ଥିଲେ ଭାରତର ଅର୍ଥମନ୍ତ୍ରୀ । ଭାରତର ଅର୍ଥନୀତିକୁ ଆଣିଥିଲେ ଟ୍ରାକ୍କୁ । ଆର୍ଥିକ ସଂସ୍କାର ଦିଗରେ ଯେଉଁ ବ୍ୟାପକ ନୀତିର ଅୟମାରମ୍ଭ କରିଥିଲେ ତାହା ଏବେ ବିଶ୍ୱବ୍ୟାପୀ ସ୍ୱୀକୃତ । ଭାରତର ସେହି ଅବଧି ଡକ୍ଟର ସିଂହଙ୍କ ବ୍ୟକ୍ତିତ୍ୱ ସହ ଓତଃପ୍ରୋତ ଭାବେ ଜଡିତ ଥିବା ସମସ୍ତଙ୍କୁ ଜଣା । ନିଜର ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ଡକ୍ଟର ସିଂହ ହାତେଇଛନ୍ତି ଅଜସ୍ର ପୁରସ୍କାର ଓ ସମ୍ମାନ ।
୧୯୮୭ରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ, ୧୯୯୫ ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମଶତବାର୍ଷିକୀ ପୁରସ୍କାର, ୧୯୯୩, ୧୯୯୪ ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର । ସେହିବର୍ଷ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର, ୧୯୫୬ରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଆଡାମ ସ୍ମିଥ୍ ପୁରସ୍କାର । କେମ୍ବ୍ରିଜ ସେଂଟ୍ ଜୋନ୍ସ କଲେଜରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପ୍ରଦତ୍ତ ରାଇଟ୍ସ ପ୍ରାଇଜ୍ ଅନ୍ୟତମ ।
ଡକ୍ଟର ସିଂହ ମଧ୍ୟ ଦେଶ ବିଦେଶର ଅନ୍ୟ ବହୁ ପ୍ରସିଦ୍ଧ ସଂସ୍ଥା ଓ ସଂଗଠନଠାରୁ ଅନେକ ସମ୍ମାନ ଲାଭ କରିଛନ୍ତି ଓ ସେଥି ମଧ୍ୟରେ ଜାପାନର ନିହୋନ୍ କେଇଜାଇ ସିମ୍ବୁନ୍ ସମ୍ମାନ ଅନ୍ୟତମ । ସେହିଭଳି କେମ୍ବ୍ରିଜ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସମେତ ଭାରତ ତଥା ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟ ଡକ୍ଟର ସିଂହଙ୍କୁ ସମ୍ମାନ ସୂଚକ ଡିଗ୍ରୀମାନ ପ୍ରଦାନ କରିଛନ୍ତି ।
୧୯୯୩ରେ ସାଇପ୍ରସରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟ ବୈଠକ ଭାରତର ନେତୃତ୍ୱ ନେଇଥିଲେ । ୧୯୯୩ ମସିହାରେ ଭିଏନାଠାରେ ଆୟୋଜିତ ବିଶ୍ୱ ମାନବିକ ଅଧିକାର ସମ୍ମିଳନୀରେ ଭାରତୀୟ ଦଳର ନେତୃତ୍ୱ ଗ୍ରହଣ କରିଥିଲେ । ରାଜନୈତିକ ଜୀବନରେ ଡକ୍ଟର ସିଂହ ଭାରତୀୟ ସଂସଦର ରାଜ୍ୟସଭାକୁ ୧୯୯୧ ମସିହାଠାରୁ ନିର୍ବାଚିତ ହେବା ସହ ୧୯୯୮ଠାରୁ ୨୦୦୪ ମସିହା ପର୍ୟ୍ୟନ୍ତ ବିରୋଧୀ ଦଳ ନେତା ଦାୟିତ୍ୱ ନିର୍ବାହ କରିଥିଲେ ।
୨୦୦୪ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ଡକ୍ଟର ମନମୋହନ ସିଂହ ମେ ୨୨ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ଏବଂ ପୁନର୍ବାର ୨୦୦୯ ମସିହା ମେ’ ୨୨ ତାରିଖ ଦିନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ପଦବୀ ମଣ୍ଡନ କରିଥିଲେ ।