ଅଧ୍ୟାପକ ନିଯୁକ୍ତି ପାଇଁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୫।୨(ଅସମାପିକା ସାହୁ)- ରାଜ୍ୟରେ ନୂତନ ଭାବେ ୮୫୯ଜଣ ଆସନ୍ତା ୧ତାରିଖରେ ଏସ୍‌ଏସ୍‌ବି ଅଧ୍ୟାପକ ଭାବେ ନିଯୁକ୍ତି ପାଇବେ। ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌ଏସ୍‌ବି) ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ରବିବାର ଠାରୁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ ହେ ଏହି ପ୍ରକ୍ରିୟା ଅଫଲାଇନରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ପୁସ୍ତକ ଭବନଠାରେ ଅନୁଷ୍ଠିତ ହେଉଛି। ଦିନକୁ ଦୁଇଟି ପର୍ଯ୍ୟାୟରେ ଏହି ପ୍ରକ୍ରିୟା କରାଯାଉଛି। ନିଯୁକ୍ତି ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ୨୮ତାରିଖ ମଧ୍ୟରେ […] The post ଅଧ୍ୟାପକ ନିଯୁକ୍ତି ପାଇଁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.

ଅଧ୍ୟାପକ ନିଯୁକ୍ତି ପାଇଁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୫।୨(ଅସମାପିକା ସାହୁ)- ରାଜ୍ୟରେ ନୂତନ ଭାବେ ୮୫୯ଜଣ ଆସନ୍ତା ୧ତାରିଖରେ ଏସ୍‌ଏସ୍‌ବି ଅଧ୍ୟାପକ ଭାବେ ନିଯୁକ୍ତି ପାଇବେ। ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌ଏସ୍‌ବି) ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ରବିବାର ଠାରୁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ ହେ ଏହି ପ୍ରକ୍ରିୟା ଅଫଲାଇନରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ପୁସ୍ତକ ଭବନଠାରେ ଅନୁଷ୍ଠିତ ହେଉଛି। ଦିନକୁ ଦୁଇଟି ପର୍ଯ୍ୟାୟରେ ଏହି ପ୍ରକ୍ରିୟା କରାଯାଉଛି। ନିଯୁକ୍ତି ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ୨୮ତାରିଖ ମଧ୍ୟରେ ନିଜ ପସନ୍ଦର ସ୍ଥାନ ଚୟନ କରିବେ।
ସୂଚନାଯୋଗ୍ୟ, ଆସନ୍ତା ୧ତାରିଖରେ ନିଯୁକ୍ତି ଦିଆଯିବ। ଲୋକସେବା ଭବନର କନଭେନସନ ହଲ ଓ ରବିନ୍ଦ୍ର ମଣ୍ଡପରେ ଏକକାଳୀନ ଭାବେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ମାର୍ଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। ୧ତାରିଖ ସକାଳ ୯ଟାରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଉଲ୍ଲେଖଯୋଗ୍ୟ, ପଦାର୍ଥ ବିଜ୍ଞାନ ବିଭାଗର ମାମଲା କୋର୍ଟରେ ବିଚାରଧିନ ଥିବାରୁ ଏହାକୁ ନିଯୁକ୍ତି ପର୍ବରୁ ବାଦ ଦିଆଯାଇଛି। ଇଂଲିଶ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, ଇତିହାସ, ବାଣିଜ୍ୟ ଓ ଶିକ୍ଷା ବର୍ଗର ପ୍ରାର୍ଥୀ ରବିନ୍ଦ୍ର ମଣ୍ଡପ ଏବଂ ଅବଶିଷ୍ଟ ବର୍ଗର ପ୍ରାର୍ଥୀ ଲୋକସେବା ଭବନରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

The post ଅଧ୍ୟାପକ ନିଯୁକ୍ତି ପାଇଁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.