ଅନନ୍ତ ଅମ୍ବାନୀଙ୍କ ବଡ ହୃଦୟ! ୩ ଆଫ୍ରିକୀୟ ହାତୀଙ୍କୁ ଦେଲେ ନୂଆ ଜୀବନ
ମୁମ୍ବାଇ,୩୧।୧୦: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପଶୁ ପ୍ରତି ଥିବା ପ୍ରେମ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା। ବର୍ତ୍ତମାନ ସେ ତିନି ହାତୀକୁ ନୂଆ ଜୀବନ ଦେଇଛନ୍ତି। ତିନି ଆଫ୍ରିକୀୟ ବଣୁଆ ହାତୀକୁ ଗୁଜୁରାଟର ଜାମନଗରରେ ଅବସ୍ଥିତ ବନ୍ତାରାକୁ ଅଣାଯାଉଛି। ଏଥିମଧ୍ୟରେ ଦୁଇଟି ମହିଳା ଏବଂ ଗୋଟିଏ ପୁରୁଷ ହାତୀ ଅଛନ୍ତି, ଯାହାର ବୟସ ୨୮ ରୁ ୨୯ ବର୍ଷ ହେବ। ସୂଚନାଯୋଗ୍ୟ, ଟ୍ୟୁନିସିଆର ଏକ ଘରୋଇ ପ୍ରାଣୀ ଉଦ୍ୟାନ ହାତୀମାନଙ୍କର ଖାଦ୍ୟ, […] The post ଅନନ୍ତ ଅମ୍ବାନୀଙ୍କ ବଡ ହୃଦୟ! ୩ ଆଫ୍ରିକୀୟ ହାତୀଙ୍କୁ ଦେଲେ ନୂଆ ଜୀବନ appeared first on Dharitri Odia News.
ମୁମ୍ବାଇ,୩୧।୧୦: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପଶୁ ପ୍ରତି ଥିବା ପ୍ରେମ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା। ବର୍ତ୍ତମାନ ସେ ତିନି ହାତୀକୁ ନୂଆ ଜୀବନ ଦେଇଛନ୍ତି। ତିନି ଆଫ୍ରିକୀୟ ବଣୁଆ ହାତୀକୁ ଗୁଜୁରାଟର ଜାମନଗରରେ ଅବସ୍ଥିତ ବନ୍ତାରାକୁ ଅଣାଯାଉଛି। ଏଥିମଧ୍ୟରେ ଦୁଇଟି ମହିଳା ଏବଂ ଗୋଟିଏ ପୁରୁଷ ହାତୀ ଅଛନ୍ତି, ଯାହାର ବୟସ ୨୮ ରୁ ୨୯ ବର୍ଷ ହେବ।
ସୂଚନାଯୋଗ୍ୟ, ଟ୍ୟୁନିସିଆର ଏକ ଘରୋଇ ପ୍ରାଣୀ ଉଦ୍ୟାନ ହାତୀମାନଙ୍କର ଖାଦ୍ୟ, ଆଶ୍ରୟସ୍ଥଳୀ ଏବଂ ପ୍ରାଣୀ ଚିକିତ୍ସା ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଏହି ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ଅନନ୍ତ ଅମ୍ବାନୀଙ୍କ ବନ୍ତାରା ସହ ଯୋଗାଯୋଗ କରିଥିଲେ ଏବଂ ଅନନ୍ତ ଅମ୍ବାନୀ କାଳ ବିଳମ୍ବ ନକରି ତାଙ୍କୁ ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ। ହାତୀମାନଙ୍କୁ ଏକ ଚାର୍ଟାର୍ଡ କାର୍ଗୋ ବିମାନ ମାଧ୍ୟମରେ ଭାରତ ପରିବହନ କରାଯିବ।
ଦୁଇ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ, ଚାରି ବର୍ଷ ବୟସରେ, ଅଖଟମ, କାନି ଏବଂ ମୀନା (ହାତୀମାନଙ୍କର ନାମ) ବୁର୍କିନା ଫାସୋରୁ ଟ୍ୟୁନିସିଆର ପ୍ରାଣୀ ଉଦ୍ୟାନ ଫ୍ରିଗୁୟା ପାର୍କକୁ ସ୍ଥାନାନ୍ତରିତ ହୋଇଥିଲେ, ଯେଉଁଠାରେ ସେମାନେ ପ୍ରାୟ ୨୩ବର୍ଷ ଧରି ଭ୍ରମଣକାରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ।
ହତେୀ ଗୁଡିକୁ ଭାରତ ଆଣିବା ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ନିୟମ ସହିତ ସମସ୍ତ ନିୟାମକ ଏବଂ ଆଇନଗତ ଅନୁପାଳନ, ଅନ୍ତର୍ଜାତୀୟ ବାଣିଜ୍ୟରେ ବିଲୁପ୍ତପ୍ରାୟ ପ୍ରଜାତିର ବନ୍ୟଜନ୍ତୁ ଏବଂ ଫ୍ଲୋରା (CITES) ର ସମ୍ମିଳନୀର ଆବଶ୍ୟକତା ପୂରଣ ହୋଇଛି।
The post ଅନନ୍ତ ଅମ୍ବାନୀଙ୍କ ବଡ ହୃଦୟ! ୩ ଆଫ୍ରିକୀୟ ହାତୀଙ୍କୁ ଦେଲେ ନୂଆ ଜୀବନ appeared first on Dharitri Odia News.