ଅନଲାଇନ୍ ଗେମରେ ହାରିଗଲେ ୭ ଲକ୍ଷ ଟଙ୍କା, ଫ୍ୟାନରେ ଝୁଲିପଡ଼ିଲେ ଯୁବକ
ଭୁବନେଶ୍ୱର,୧୯ା୪(ସତ୍ୟଜିତ୍ ରାଉତ): ରାଜଧାନୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଅନଲାଇନ୍ ଗେମରେ ଲକ୍ଷାଧିକ ଟଙ୍କା ହାରି ଜଣେ ଯୁବକ ନିଜ ଜୀବନ ହାରିଛନ୍ତି। ମୃତ ଯୁବକ ହେଲେ ବିକାଶ ନାୟକ (୨୪)। ସେ ରାଜଧାନୀର ଏକ ପାଥଲୋଜି କ୍ଲିନିକ୍ରେ କାମ କରୁଥିଲେ। ନିଜ ରୁମର ଫ୍ୟାନରେ ରଶି ଦ୍ୱାରା ଝୁଲୁଥିବା ଅବସ୍ଥାରେ ବିକାଶଙ୍କ ମୃତଦେହକୁ ଲକ୍ଷ୍ମୀସାଗର ପୋଲିସ ଟିମ୍ ଜବତ କରିଛି। ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ […] The post ଅନଲାଇନ୍ ଗେମରେ ହାରିଗଲେ ୭ ଲକ୍ଷ ଟଙ୍କା, ଫ୍ୟାନରେ ଝୁଲିପଡ଼ିଲେ ଯୁବକ appeared first on Dharitri Odia News.
ଭୁବନେଶ୍ୱର,୧୯ା୪(ସତ୍ୟଜିତ୍ ରାଉତ): ରାଜଧାନୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଅନଲାଇନ୍ ଗେମରେ ଲକ୍ଷାଧିକ ଟଙ୍କା ହାରି ଜଣେ ଯୁବକ ନିଜ ଜୀବନ ହାରିଛନ୍ତି। ମୃତ ଯୁବକ ହେଲେ ବିକାଶ ନାୟକ (୨୪)। ସେ ରାଜଧାନୀର ଏକ ପାଥଲୋଜି କ୍ଲିନିକ୍ରେ କାମ କରୁଥିଲେ। ନିଜ ରୁମର ଫ୍ୟାନରେ ରଶି ଦ୍ୱାରା ଝୁଲୁଥିବା ଅବସ୍ଥାରେ ବିକାଶଙ୍କ ମୃତଦେହକୁ ଲକ୍ଷ୍ମୀସାଗର ପୋଲିସ ଟିମ୍ ଜବତ କରିଛି। ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୮/୨୦୨୫) ରୁଜୁ କରି ତଦନ୍ତ ଚଳାଇଛି। ତେବେ ବିକାଶ ଏକ ଅନଲାଇନ୍ ଗେମ ଆପ୍ରେ ପ୍ରାୟ ୭ ଲକ୍ଷ ଟଙ୍କା ହାରିବା କାରଣରୁ ମାନସିକ ଚିନ୍ତାରେ ପଡି ଏଭଳି ଚରମ ନିଷ୍ପତ୍ତି ନେଇଥିବା ତଦନ୍ତରୁ ଜଣାପଡିଛି ବୋଲି ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ କହିଛନ୍ତି।
ସୂଚନା ଅନୁଯାୟୀ, ବିକାଶ କିଛିଦିନ ହେଲା ଏକ ଅନଲାଇନ୍ ଗେମରେ ଖେଳିବା ସହ ବ୍ୟସ୍ତ ରହୁଥିଲେ। ଟଙ୍କା ହାରିବା ପରେ ମଧ୍ୟ ଅଧିକ ଟଙ୍କା ଲଗାଉଥିଲେ। ଏପରିକି ଲକ୍ଷାଧିକ ଟଙ୍କା ହାରିବା ପରେ ସେ ମାନସିକ ଚିନ୍ତାରେ ପଡିଥିଲେ ବୋଲି ସମ୍ପର୍କୀୟମାନେ ପୋଲିସକୁ କହିଛନ୍ତି। ଶନିବାର ଅପରାହ୍ନରେ ବିକାଶ ଦୀର୍ଘ ସମୟ ବନ୍ଦ ରୁମରେ ରହିବାକୁ ପରିବାରଲୋକେ ଚିନ୍ତାରେ ପଡିଥିଲେ। ଖବର ମିଳିବା ପରେ ପୋଲିସ ଟିମ୍ ପହଞ୍ଚି ତାଲା ଭାଙ୍ଗି ଭିତରେ ପଶିବା ସହ ରଶି କାଟି ମୃତଦେହ ଜବତ କରିଥିଲା। ପୋଲିସ ଟିମ୍ ବିକାଶଙ୍କ ମୋବାଇଲ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି।
The post ଅନଲାଇନ୍ ଗେମରେ ହାରିଗଲେ ୭ ଲକ୍ଷ ଟଙ୍କା, ଫ୍ୟାନରେ ଝୁଲିପଡ଼ିଲେ ଯୁବକ appeared first on Dharitri Odia News.