ଅନାଥ ଶିଶୁଙ୍କୁ ମିଳିବ ମାଗଣା ଶିକ୍ଷା: ଜାଣନ୍ତୁ କେବେଠୁ…
ଝାରସୁଗୁଡ଼ା,୩।୩: ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଖୁବ୍ଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟକୁ କହିଛନ୍ତି। ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷା ଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସିଏସ୍ଆର ପାଣ୍ଠି ବିନିଯୋଗରେ ଏହି ମାଗଣା ଶିକ୍ଷାଦାନ କରାଯିବ। ଏନେଇ ଜଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। କମିଟିରେ […] The post ଅନାଥ ଶିଶୁଙ୍କୁ ମିଳିବ ମାଗଣା ଶିକ୍ଷା: ଜାଣନ୍ତୁ କେବେଠୁ… appeared first on Dharitri Odia News.
ଝାରସୁଗୁଡ଼ା,୩।୩: ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଖୁବ୍ଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟକୁ କହିଛନ୍ତି।
ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷା ଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସିଏସ୍ଆର ପାଣ୍ଠି ବିନିଯୋଗରେ ଏହି ମାଗଣା ଶିକ୍ଷାଦାନ କରାଯିବ। ଏନେଇ ଜଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। କମିଟିରେ MCL କର୍ତ୍ତୃପକ୍ଷ, ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ସହ ଜିଲା ଶିକ୍ଷା ଅଧିକାରୀ ରହିବେ। ଏହାକୁ ନେଇ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯିବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।
The post ଅନାଥ ଶିଶୁଙ୍କୁ ମିଳିବ ମାଗଣା ଶିକ୍ଷା: ଜାଣନ୍ତୁ କେବେଠୁ… appeared first on Dharitri Odia News.