ଅନୁଗୁଳ, ତାଳଚେରରେ କଲବଲ କରୁଛି କୋଇଲା ଗୁଣ୍ଡ: ପରିବହନ ସମୟରେ ଟ୍ରକ୍ ଓ ଟ୍ରେନ ୱାଗନରୁ ଉଡୁଛି କୋଇଲା ଗୁଣ୍ଡ
କନକ ବ୍ୟୁରୋ: ଅନୁଗୁଳ ଓ ତାଳଚେରକୁ ଭୟ କୋଇଲା ଗୁଣ୍ଡ। ଖଣିରୁ କୋଇଲା ପରିବହନ ସମୟରେ ଗାଡ଼ି, ଟ୍ରେନ ଗୁଡିକରେ ପାଲ ଭିଡ଼ା ଯାଉନଥିବାରୁ, କୋଇଲା ଗୁଣ୍ଡ ବାୟୁ ଓ ପାଣିରେ ମିଶି ପ୍ରଦୂଷିତ ହେଉଛି। ଏମ୍ସିଏଲ୍ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି, କିଛି ଲାଭ ମିଳୁନାହିଁ। ଫଳରେ ଆଗକୁ ପ୍ରଦୂଷଣ ସ୍ଥିତି ଭୟଙ୍କର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ଆପଣମାନେ ଅନୁଗୋଳ କିମ୍ବା ତାଳଚେର ଅଞ୍ଚଳରେ ବସବାସ କରୁଛନ୍ତି ତେବେ ଘର ଚଟାଣ ହେଉ କି ପାଣି, ସବୁଠି କଳା ରଙ୍ଗର ଆସ୍ତରଣ ଦେଖିବାକୁ ପାଉଥିବେ ନିଶ୍ଚୟ। ବର୍ଷ ତମାମ୍ ବାୟୁମଣ୍ଡଳରେ କୃତ୍ରିମ କୁହୁଡ଼ିର ଚାଦର। ଆଉ ଏହା ପଛରେ ରହିଛି କୋଇଲା ଗୁଣ୍ଡ। ତାଳଚେରରେ ୧୨ ଓ ଛେଣ୍ଡିପଦାରେ ୩ଟି କୋଇଲା ଖଣି ରହିଛି। ଏହି ଖଣିରୁ ପାୱାର ପ୍ଲାଣ୍ଟକୁ ବର୍ଷ ତମାମ୍ ଟ୍ରକ୍, ଟ୍ରେନ୍ ଯୋଗେ କୋଇଲା ପରିବହନ ହେଉଛି। ସେଥିରେ ସଠିକ୍ ଢଙ୍ଗରେ ପାଲ ଭିଡ଼ା ଯାଉନଥିବାରୁ କୋଇଲା ଗୁଣ୍ଡ ଉଡି ପ୍ରଦୂଷଣ ମାତ୍ରା ବଢୁଥିବା ଅଭିଯୋଗ ହୋଇଛି । - ପ୍ରଦୂଷଣ ବୋର୍ଡ ନିୟମ ମାନୁନି ଏମ୍ସିଏଲ୍! - ଟ୍ରେନ ୱାଗନ ଓ ଟ୍ରକ୍ରେ ଭିଡ଼ା ଯାଉନି ପାଲ - କୋଇଲା ଗୁଣ୍ଡରେ ଆଚ୍ଛାଦିତ ସହର - ପ୍ରଶାସନକୁ ଗୁହାରି କଲେ ବି ମିଳୁନି ସୁଫଳ - ଆନ୍ଦୋଳନ କଲେ ଜେଲ ଭୟ ଦେଖାଉଛି କମ୍ପାନୀ! କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ନିୟମ ଅନୁସାରେ କୋଇଲା ପରିବହନ ସମୟରେ ଟ୍ରେନ୍ ୱାଗନ ଓ ଟ୍ରକ୍ ଗୁଡ଼ିକ ସ

କନକ ବ୍ୟୁରୋ: ଅନୁଗୁଳ ଓ ତାଳଚେରକୁ ଭୟ କୋଇଲା ଗୁଣ୍ଡ। ଖଣିରୁ କୋଇଲା ପରିବହନ ସମୟରେ ଗାଡ଼ି, ଟ୍ରେନ ଗୁଡିକରେ ପାଲ ଭିଡ଼ା ଯାଉନଥିବାରୁ, କୋଇଲା ଗୁଣ୍ଡ ବାୟୁ ଓ ପାଣିରେ ମିଶି ପ୍ରଦୂଷିତ ହେଉଛି। ଏମ୍ସିଏଲ୍ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି, କିଛି ଲାଭ ମିଳୁନାହିଁ। ଫଳରେ ଆଗକୁ ପ୍ରଦୂଷଣ ସ୍ଥିତି ଭୟଙ୍କର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଯଦି ଆପଣମାନେ ଅନୁଗୋଳ କିମ୍ବା ତାଳଚେର ଅଞ୍ଚଳରେ ବସବାସ କରୁଛନ୍ତି ତେବେ ଘର ଚଟାଣ ହେଉ କି ପାଣି, ସବୁଠି କଳା ରଙ୍ଗର ଆସ୍ତରଣ ଦେଖିବାକୁ ପାଉଥିବେ ନିଶ୍ଚୟ। ବର୍ଷ ତମାମ୍ ବାୟୁମଣ୍ଡଳରେ କୃତ୍ରିମ କୁହୁଡ଼ିର ଚାଦର। ଆଉ ଏହା ପଛରେ ରହିଛି କୋଇଲା ଗୁଣ୍ଡ। ତାଳଚେରରେ ୧୨ ଓ ଛେଣ୍ଡିପଦାରେ ୩ଟି କୋଇଲା ଖଣି ରହିଛି। ଏହି ଖଣିରୁ ପାୱାର ପ୍ଲାଣ୍ଟକୁ ବର୍ଷ ତମାମ୍ ଟ୍ରକ୍, ଟ୍ରେନ୍ ଯୋଗେ କୋଇଲା ପରିବହନ ହେଉଛି। ସେଥିରେ ସଠିକ୍ ଢଙ୍ଗରେ ପାଲ ଭିଡ଼ା ଯାଉନଥିବାରୁ କୋଇଲା ଗୁଣ୍ଡ ଉଡି ପ୍ରଦୂଷଣ ମାତ୍ରା ବଢୁଥିବା ଅଭିଯୋଗ ହୋଇଛି ।
- ପ୍ରଦୂଷଣ ବୋର୍ଡ ନିୟମ ମାନୁନି ଏମ୍ସିଏଲ୍!
- ଟ୍ରେନ ୱାଗନ ଓ ଟ୍ରକ୍ରେ ଭିଡ଼ା ଯାଉନି ପାଲ
- କୋଇଲା ଗୁଣ୍ଡରେ ଆଚ୍ଛାଦିତ ସହର
- ପ୍ରଶାସନକୁ ଗୁହାରି କଲେ ବି ମିଳୁନି ସୁଫଳ
- ଆନ୍ଦୋଳନ କଲେ ଜେଲ ଭୟ ଦେଖାଉଛି କମ୍ପାନୀ!
କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ନିୟମ ଅନୁସାରେ କୋଇଲା ପରିବହନ ସମୟରେ ଟ୍ରେନ୍ ୱାଗନ ଓ ଟ୍ରକ୍ ଗୁଡ଼ିକ ସଂପୂର୍ଣ୍ଣ ପାଲ ଘୋଡ଼ାଯିବ। କିନ୍ତୁ ଏମ୍ସିଏଲ୍ ଓ ଟ୍ରକ୍ ଗୁଡ଼ିକ ନିୟମ ମାନୁନଥିବାରୁ ଅସନ୍ତୋଷର ନିଆଁ ଜଳୁଛି। ୨୦୧୮ରୁ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନ ବାରମ୍ବାର ରାସ୍ତାକୁ ଓହ୍ଲାଇଛନ୍ତି। ଏମ୍ସିଏଲ୍ ବିରୋଧରେ ମୁହଁ ଖୋଲିଲେ, ମିଥ୍ୟା କେସରେ ଜେଲ୍ ଯିବାକୁ ପଡୁଛି ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ଜିଲ୍ଲାର ପ୍ରଦୂଷଣ ହାର କରାଇବା ପାଇଁ ଧ୍ୟାନ ଦିଆଯିବ ବୋଲି ମତ ରଖିଛନ୍ତି ଅନୁଗୋଳ ଉପଜିଲ୍ଲାପାଳ।
ଜିଲ୍ଲା ପ୍ରଦୂଷଣ ବୋର୍ଡ ନିୟମକୁ ଏମସିଏଲ୍ର ଅବମାନନା ଓ ଜିଲ୍ଲା ପ୍ରଶାସନର ଅଣଦେଖା ଯୋଗୁଁ ରୋଗାକ୍ରାନ୍ତ ହେଉଛନ୍ତି ଅନୁଗୋଳ ଓ ତାଳଚେର ସହରବାସୀ।