ଅନୁଗୁଳ ବିଜେଡିରେ ବଢ଼ିଲା ଅଡୁଆ, ବିଧାୟକଙ୍କ ବାସଭବନରେ ସମର୍ଥକଙ୍କ ମେଳି
ଭୁବନେଶ୍ୱର ୦୯।୦୪ : ଅନୁଗୁଳ ବିଜେଡିରେ ବଢ଼ିଲା ଅଡୁଆ । ତେଜିଲା ଅନୁଗୁଳ ଟିକେଟ କଳି । ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବକୁ ନେଇ ତାତିଲେ ରଜନୀକାନ୍ତ ସିଂଙ୍କ ସମର୍ଥକ। ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ସରକାରୀ ବାସଭବନରେ ସମର୍ଥକଙ୍କ ମେଳି । କାଉନସିଲର, ଜିଲ୍ଲାପରିଷଦ ସଦସ୍ୟ ଉପସ୍ଥିତ ରହିଛନ୍ତି । ତେବେ ତୁରନ୍ତ ଟିକେଟ ଘୋଷଣା କରିବାକୁ ସମର୍ଥକଙ୍କ ଦାବି ରହିଛି । ଅନୁଗୁଳ କହିଲେ, ରଜନୀକାନ୍ତ ସିଂହ । ଯଦି ତାଙ୍କ ଟିକେଟ କଟେ ତେବେ ତାହା ବିଜେଡ଼ି ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଆମେ ସ୍ୱାଧୀନ ଲଢିବାକୁ ପ୍ରସ୍ତୁତି କରିବୁ ବୋଲି ଦୃଢ଼ ସ୍ୱରରେ ସମର୍ଥକଙ୍କ ଶୀର୍ଷ ନେତୃତ୍ୱକୁ ଚେତାବନୀ ଦେଇଛନ୍ତି। ରଜନୀକାନ୍ତ ସିଂହଙ୍କୁ ଟିକେଟ ନମିଳିଲେ କାଉନସିଲର ମାନେ ସାମୁହିକ ଇସ୍ତଫା ଦେବେ ବୋଲି କହିଛନ୍ତି। ସେପଟେ ଅନୁଗୁଳ ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଟିକେଟ ଘୋଷଣାରେ ବିଳମ୍ବ ହେଉଥିବାରୁ ସମର୍ଥକଙ୍କ ମନରେ ଆଶଙ୍କା ଦେଖାଦେଇଛି। ବିଜେପି ଟିକେଟ ଘୋଷଣା କରିସାରିଥିବାରୁ ଆମକର୍ମୀଙ୍କୁ ସେମାନେ ଟାହି ଟାପରା କରୁଛନ୍ତି। ଆଶା ଖୁବ୍ ଶୀଘ୍ର ଟିକେଟ ଘୋଷଣା ହେବ। ସଂଗଠନ ସମ୍ପାଦକ ବୈଠକଙ୍କୁ ଆସି ଆଲୋଚନା କରିବା ପରେ ଦ୍ୱନ୍ଦ ଦୂର ହୋଇଥିବା କହିଛନ୍ତି ରଜନୀକାନ୍ତ ସିଂ ।
ଭୁବନେଶ୍ୱର ୦୯।୦୪ : ଅନୁଗୁଳ ବିଜେଡିରେ ବଢ଼ିଲା ଅଡୁଆ । ତେଜିଲା ଅନୁଗୁଳ ଟିକେଟ କଳି । ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବକୁ ନେଇ ତାତିଲେ ରଜନୀକାନ୍ତ ସିଂଙ୍କ ସମର୍ଥକ। ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ସରକାରୀ ବାସଭବନରେ ସମର୍ଥକଙ୍କ ମେଳି । କାଉନସିଲର, ଜିଲ୍ଲାପରିଷଦ ସଦସ୍ୟ ଉପସ୍ଥିତ ରହିଛନ୍ତି ।
ତେବେ ତୁରନ୍ତ ଟିକେଟ ଘୋଷଣା କରିବାକୁ ସମର୍ଥକଙ୍କ ଦାବି ରହିଛି । ଅନୁଗୁଳ କହିଲେ, ରଜନୀକାନ୍ତ ସିଂହ । ଯଦି ତାଙ୍କ ଟିକେଟ କଟେ ତେବେ ତାହା ବିଜେଡ଼ି ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଆମେ ସ୍ୱାଧୀନ ଲଢିବାକୁ ପ୍ରସ୍ତୁତି କରିବୁ ବୋଲି ଦୃଢ଼ ସ୍ୱରରେ ସମର୍ଥକଙ୍କ ଶୀର୍ଷ ନେତୃତ୍ୱକୁ ଚେତାବନୀ ଦେଇଛନ୍ତି। ରଜନୀକାନ୍ତ ସିଂହଙ୍କୁ ଟିକେଟ ନମିଳିଲେ କାଉନସିଲର ମାନେ ସାମୁହିକ ଇସ୍ତଫା ଦେବେ ବୋଲି କହିଛନ୍ତି।
ସେପଟେ ଅନୁଗୁଳ ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଟିକେଟ ଘୋଷଣାରେ ବିଳମ୍ବ ହେଉଥିବାରୁ ସମର୍ଥକଙ୍କ ମନରେ ଆଶଙ୍କା ଦେଖାଦେଇଛି। ବିଜେପି ଟିକେଟ ଘୋଷଣା କରିସାରିଥିବାରୁ ଆମକର୍ମୀଙ୍କୁ ସେମାନେ ଟାହି ଟାପରା କରୁଛନ୍ତି। ଆଶା ଖୁବ୍ ଶୀଘ୍ର ଟିକେଟ ଘୋଷଣା ହେବ। ସଂଗଠନ ସମ୍ପାଦକ ବୈଠକଙ୍କୁ ଆସି ଆଲୋଚନା କରିବା ପରେ ଦ୍ୱନ୍ଦ ଦୂର ହୋଇଥିବା କହିଛନ୍ତି ରଜନୀକାନ୍ତ ସିଂ ।