ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ୱେବସାଇଟରେ ଅପଲୋଡ କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ୱେବସାଇଟରେ ଅପଲୋଡ କଲେ ନିର୍ବାଚନ କମିଶନ। ବୁଧବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ସହ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲା। ଏହି ତଥ୍ୟ ମଧ୍ୟରେ ନିର୍ବାଚନୀ ବଣ୍ଡ କିଣା ତାରିଖ, ଏହାର ମୂଲ୍ୟ ଓ କ୍ରେତାଙ୍କ ନାମର ରେକର୍ଡ ରହିଛି। ସେହିପରି ରାଜନୈତିକ ଦଳଗୁଡିକ କିଣିଥିବା ଓ ରିଡିମ କରିଥିବା ନିର୍ବାଚନୀ ବଣ୍ଡ ସମ୍ପର୍କରେ ତଥ୍ୟ ରହିଥିଲା। ଷ୍ଟେଟ ବ୍ୟାଙ୍କ ଦେଇଥିବା […] The post ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ୱେବସାଇଟରେ ଅପଲୋଡ କଲେ ନିର୍ବାଚନ କମିଶନ appeared first on KNews Odisha.

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ୱେବସାଇଟରେ ଅପଲୋଡ କଲେ ନିର୍ବାଚନ କମିଶନ। ବୁଧବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ସହ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲା। ଏହି ତଥ୍ୟ ମଧ୍ୟରେ ନିର୍ବାଚନୀ ବଣ୍ଡ କିଣା ତାରିଖ, ଏହାର ମୂଲ୍ୟ ଓ କ୍ରେତାଙ୍କ ନାମର ରେକର୍ଡ ରହିଛି।
ସେହିପରି ରାଜନୈତିକ ଦଳଗୁଡିକ କିଣିଥିବା ଓ ରିଡିମ କରିଥିବା ନିର୍ବାଚନୀ ବଣ୍ଡ ସମ୍ପର୍କରେ ତଥ୍ୟ ରହିଥିଲା। ଷ୍ଟେଟ ବ୍ୟାଙ୍କ ଦେଇଥିବା ତଥ୍ୟ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ କମିଶନଙ୍କ ୱେବସାଇଟରେ ଅପଲୋଡ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ୱେବସାଇଟରେ ଅପଲୋଡ କରିଛନ୍ତି ନିର୍ବାଚନ କମିଶନ। ଫେବ୍ରୁଆରୀ ୧୫ ତାରିଖରେ ସୁପ୍ରିମକୋର୍ଟ ବଣ୍ଡ ଯୋଜନାକୁ ଅସିଦ୍ଧ ଘୋଷଣା କରିଥିଲେ। ଏହାସହିତ ନିର୍ବାଚନୀ ବଣ୍ଡ କ୍ରେତାଙ୍କ ସଂପୂର୍ଣ୍ଣ ବିବରଣୀ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।
ମାର୍ଚ୍ଚ ୧୩ ସୁଦ୍ଧା ଏହି ତଥ୍ୟ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡେଡଲାଇନ ପୂରିବାର ଠିକ୍ ୨ ଦିନ ପୂର୍ବରୁ ଜୁନ ୩୦ ପର୍ଯ୍ୟନ୍ତ ସମୟ ଦେବାକୁ ଆବେଦନ କରିଥିଲା ଏସବିଆଇ। ତେବେ ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କର ଆବେଦନ ଖାରଜ କରିବା ସହ ଦିନକ ମଧ୍ୟରେ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
The post ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ୱେବସାଇଟରେ ଅପଲୋଡ କଲେ ନିର୍ବାଚନ କମିଶନ appeared first on KNews Odisha.