ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ

କଟକ,୧୩ା୩(କାର୍ତ୍ତିକ ସାହୁ): କଟକ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ପକ୍ଷରୁ ଏମ୍‌ପି ଅନୁଭବ ମହାନ୍ତିଙ୍କ ଖାନନଗରସ୍ଥିତ ଭଡ଼ା ବାସଭବନରେ ବୁଧବାର ଚଢ଼ାଉ କରାଯାଇଛି। ସୂଚନାନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ଉକ୍ତ ବ୍ୟାଙ୍କରୁ ୨୦୧୨ରେ ୩୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ ନିୟମିତ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିପାରି ନ ଥିଲେ। ଫଳରେ ଉକ୍ତ ଋଣ ପରିମାଣ ସୁଧ ସହ ବୃଦ୍ଧି ପାଇ ୭୫ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। କଟକ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କର ମୁଖ୍ୟ ନିର୍ବାହୀ […] The post ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ appeared first on Dharitri Odia News.

ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ

କଟକ,୧୩ା୩(କାର୍ତ୍ତିକ ସାହୁ): କଟକ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ପକ୍ଷରୁ ଏମ୍‌ପି ଅନୁଭବ ମହାନ୍ତିଙ୍କ ଖାନନଗରସ୍ଥିତ ଭଡ଼ା ବାସଭବନରେ ବୁଧବାର ଚଢ଼ାଉ କରାଯାଇଛି।

ସୂଚନାନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ଉକ୍ତ ବ୍ୟାଙ୍କରୁ ୨୦୧୨ରେ ୩୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ ନିୟମିତ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିପାରି ନ ଥିଲେ। ଫଳରେ ଉକ୍ତ ଋଣ ପରିମାଣ ସୁଧ ସହ ବୃଦ୍ଧି ପାଇ ୭୫ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। କଟକ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପଣ୍ଡାଙ୍କ କହିବାନୁସାରେ, ମାର୍ଚ୍ଚ ମାସ ହେତୁ ଋଣ ଆଦାୟ ନିମନ୍ତେ ଆମେ ତାଙ୍କ ଘରକୁ ଯାଇଥିଲୁ। ଋଣ ପରିଶୋଧ କରିବା ନିମନ୍ତେ ତାଙ୍କ ତରଫରୁ ସହଯୋଗ କରାଯାଇଛି। ଉକ୍ତ ଋଣ ପରିଶୋଧ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

The post ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ appeared first on Dharitri Odia News.