ଅନ୍ତଃବସ୍ତ୍ର ପିନ୍ଧିବାକୁ ନେଇ ଏହି ଦେଶରେ ଅଛି ସ୍ବତନ୍ତ୍ର ଆଇନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୈନନ୍ଦିନ ଜୀବନରେ କିଛି ଜିନିଷ ମଣିଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେପରି ପ୍ରତ୍ୟେକ ବ୍ୟକ୍ତି ସକାଳେ ଉଠିବା ସମୟରେ ବ୍ରଶ ନିହାତି ଆବଶ୍ୟକ। ସେହିପରି ଗାଧୋଇବା ସମୟରେ ତଉଲିଆ ଏବଂ ଡ୍ରେସ୍‌ ପିନ୍ଧିବା ପୂର୍ବରୁ ଅନ୍ତଃବସ୍ତ୍ର ବ୍ୟବହାର କରାଯାଏ। କିନ୍ତୁ ରୁଷିଆରେ କିଛି ଅନ୍ତଃବସ୍ତ୍ର ଅଛି, ଯାହା ପିନ୍ଧିବା ନିଷେଧ ବା ମନା। ପୁରୁଷ ଏବଂ ମହିଳାଙ୍କ ପାଇଁ ଅନ୍ତଃବସ୍ତ୍ର ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ। ଅଧିକାଂଶ ଲୋକ ଅନ୍ତଃବସ୍ତ୍ର ବ୍ୟବହାର କରନ୍ତି। କେବଳ ଏତିକି […] The post ଅନ୍ତଃବସ୍ତ୍ର ପିନ୍ଧିବାକୁ ନେଇ ଏହି ଦେଶରେ ଅଛି ସ୍ବତନ୍ତ୍ର ଆଇନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.

ଅନ୍ତଃବସ୍ତ୍ର ପିନ୍ଧିବାକୁ ନେଇ ଏହି ଦେଶରେ ଅଛି ସ୍ବତନ୍ତ୍ର ଆଇନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୈନନ୍ଦିନ ଜୀବନରେ କିଛି ଜିନିଷ ମଣିଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେପରି ପ୍ରତ୍ୟେକ ବ୍ୟକ୍ତି ସକାଳେ ଉଠିବା ସମୟରେ ବ୍ରଶ ନିହାତି ଆବଶ୍ୟକ। ସେହିପରି ଗାଧୋଇବା ସମୟରେ ତଉଲିଆ ଏବଂ ଡ୍ରେସ୍‌ ପିନ୍ଧିବା ପୂର୍ବରୁ ଅନ୍ତଃବସ୍ତ୍ର ବ୍ୟବହାର କରାଯାଏ। କିନ୍ତୁ ରୁଷିଆରେ କିଛି ଅନ୍ତଃବସ୍ତ୍ର ଅଛି, ଯାହା ପିନ୍ଧିବା ନିଷେଧ ବା ମନା।
ପୁରୁଷ ଏବଂ ମହିଳାଙ୍କ ପାଇଁ ଅନ୍ତଃବସ୍ତ୍ର ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ। ଅଧିକାଂଶ ଲୋକ ଅନ୍ତଃବସ୍ତ୍ର ବ୍ୟବହାର କରନ୍ତି। କେବଳ ଏତିକି ନୁହେଁ, ବଜାରରେ ଅନେକ କମ୍ପାନୀ ଅଛି ଯେଉଁମାନେ ଆରାମ ଅନୁସାରେ ବିଭିନ୍ନ ପ୍ରକାର ଏବଂ ଆକାରର ଅନ୍ତଃବସ୍ତ୍ର ତିଆରି କରନ୍ତି। ଲୋକମାନେ ମଧ୍ୟ ନିଜ ସୁବିଧା ଅନୁସାରେ ସେଗୁଡ଼ିକୁ ବ୍ୟବହାର କରନ୍ତି। ରୁଷିଆରେ କିଛି ଅନ୍ତଃବସ୍ତ୍ର ଅଛି ଯାହାକୁ ସରକାର ନିଷିଦ୍ଧ କରିଛନ୍ତି। ଲେସ ଅନ୍ତଃବସ୍ତ୍ର ଏଠାରେ ପିନ୍ଧିବାକୁ ବାରର କରାଯାଇଛି। ରଷିଆ ବ୍ୟତୀତ, ଆଲମାଟି, କାଜାଖସ୍ତାନ ଏବଂ ବେଲାରୁସରେ ମହିଳାମାନଙ୍କୁ ଅନ୍ତଃବସ୍ତ୍ର, ବିଶେଷକରି ଲେସ ଅନ୍ତଃବସ୍ତ୍ର ପିନ୍ଧିବାକୁ ବାରଣ କରାଯାଇଛି। ଏଠାରେ ମହିଳାମାନଙ୍କୁ ଅନ୍ତଃବସ୍ତ୍ର ପିନ୍ଧିବା ପାଇଁ ଆଇନଗତ ଭାବରେ ନିଷେଧ କରାଯାଇଛି। ଯଦିଓ ଏହାକୁ ନେଇ ଏପର୍ଯ୍ୟନ୍ତ ଅନେକ ବିରୋଧ ପ୍ରଦର୍ଶନ ହୋଇଛି, କିନ୍ତୁ ସରକାରଙ୍କ ପକ୍ଷରୁ ନିଷେଧ ଜାରି ରହିଛି।
ସୂଚନା ଅନୁଯାୟୀ, ମହିଳାମାନଙ୍କୁ ଲେସ ଅନ୍ତଃବସ୍ତ୍ର ପିନ୍ଧିବାକୁ ନିଷେଧ କରୁଥିବା ଏହି ଆଇନ ୨୦୧୧ରେ ତିଆରି ହୋଇଥିଲା, ଯାହା ଏବେ ବି ବଳବତ୍ତର ଅଛି। ରୁଷିଆରେ ଏହି ଆଇନ ଅନୁଯାୟୀ, ଲେସ ଅନ୍ତଃବସ୍ତ୍ରର ଉତ୍ପାଦନ, ଆମଦାନୀ ଏବଂ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧ ରହିଛି।
ଏବେ ମନରେ ପ୍ରଶ୍ନ ଆସୁଥିବ ଯେ, ରୁଷିଆ ଭଳି ଦେଶ ଏ ପ୍ରକାରର ପ୍ରତିବନ୍ଧକ ଲଗାଇଛି କାହିଁକି। ଲେସ ଅନ୍ତଃବସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବା ପଛରେ ଲକ୍ଷ୍ୟ ହେଉଛି ଚର୍ମ ସମ୍ବନ୍ଧୀୟ ରୋଗକୁ ରୋକିବା। ଲେସ ଅନ୍ତଃବସ୍ତ୍ର ଉପରେ ନିଷେଧ ସମ୍ପର୍କରେ ସରକାରଙ୍କ ମତ ହେଉଛି ଯେ ଏହା ସୁରକ୍ଷା କାରଣରୁ କରାଯାଇଛି। ସିନ୍ଥେଟିକ କପଡ଼ାରେ ତିଆରି ଲେସ ଅନ୍ତର୍ବସ୍ତ୍ର ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା ଶୋଷଣ କରି ନ ଥାଏ, ତେଣୁ ଏହା ଚର୍ମ ସମସ୍ୟା ସୃଷ୍ଟି କରିପାରେ।

The post ଅନ୍ତଃବସ୍ତ୍ର ପିନ୍ଧିବାକୁ ନେଇ ଏହି ଦେଶରେ ଅଛି ସ୍ବତନ୍ତ୍ର ଆଇନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.