ଖୁବଶୀଘ୍ର ଆରମ୍ଭ ହେବ ସାଟେଲାଇଟ୍ ଭିତ୍ତିକ ଟୋଲ୍ ସିଷ୍ଟମ, ସଞ୍ଚୟ ହେବ ସମୟ ଏବଂ ଟଙ୍କା: ନିତିନ ଗଡ଼କରୀ

ଭୁବନେଶ୍ୱର,୨୭।୩: ଦେଶରେ ଖୁବଶୀଘ୍ର ସାଟେଲାଇଟ୍ ଭିତ୍ତିକ ଟୋଲ୍ ବ୍ୟବସ୍ଥା ପ୍ରଣୟନ ହେବାକୁ ଯାଉଛି। ଯାହାଦ୍ୱାରା ସମୟ ସହିତ ଟଙ୍କା ମଧ୍ୟ ବଞ୍ଚିବ। ବୁଧବାର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ ମନ୍ତ୍ରଣାଳୟ ସାଟେଲାଇଟ୍ ଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା ପ୍ରଣୟନ କରିବ, ଯାହା ଅଧୀନରେ ଦୂରତା ଅନୁଯାୟୀ ଟୋଲ ରାଶି ଆଦାୟ କରାଯିବ ଏବଂ ବ୍ୟବହାରକାରୀଙ୍କ ବ୍ୟାଙ୍କ ଖାତାରୁ ଏହି ଟଙ୍କା ସିଧାସଳଖ କଟାଯିବ। ଗଡ଼କରୀ କହିଛନ୍ତି ଯେ, ଆପଣଙ୍କ […] The post ଖୁବଶୀଘ୍ର ଆରମ୍ଭ ହେବ ସାଟେଲାଇଟ୍ ଭିତ୍ତିକ ଟୋଲ୍ ସିଷ୍ଟମ, ସଞ୍ଚୟ ହେବ ସମୟ ଏବଂ ଟଙ୍କା: ନିତିନ ଗଡ଼କରୀ appeared first on Dharitri Odia News.

ଖୁବଶୀଘ୍ର ଆରମ୍ଭ ହେବ ସାଟେଲାଇଟ୍ ଭିତ୍ତିକ ଟୋଲ୍ ସିଷ୍ଟମ, ସଞ୍ଚୟ ହେବ ସମୟ ଏବଂ ଟଙ୍କା: ନିତିନ ଗଡ଼କରୀ

ଭୁବନେଶ୍ୱର,୨୭।୩: ଦେଶରେ ଖୁବଶୀଘ୍ର ସାଟେଲାଇଟ୍ ଭିତ୍ତିକ ଟୋଲ୍ ବ୍ୟବସ୍ଥା ପ୍ରଣୟନ ହେବାକୁ ଯାଉଛି। ଯାହାଦ୍ୱାରା ସମୟ ସହିତ ଟଙ୍କା ମଧ୍ୟ ବଞ୍ଚିବ। ବୁଧବାର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ ମନ୍ତ୍ରଣାଳୟ ସାଟେଲାଇଟ୍ ଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା ପ୍ରଣୟନ କରିବ, ଯାହା ଅଧୀନରେ ଦୂରତା ଅନୁଯାୟୀ ଟୋଲ ରାଶି ଆଦାୟ କରାଯିବ ଏବଂ ବ୍ୟବହାରକାରୀଙ୍କ ବ୍ୟାଙ୍କ ଖାତାରୁ ଏହି ଟଙ୍କା ସିଧାସଳଖ କଟାଯିବ।

ଗଡ଼କରୀ କହିଛନ୍ତି ଯେ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ ଏବଂ ଆପଣ ଯେତେ ପରିମାଣ ରାସ୍ତାରେ ଯିବେ ସେହି ଆଧାରରେ ଟଙ୍କା ଆଦାୟ କରାଯିବ। ଏହି ବ୍ୟବସ୍ଥା ଟୋଲ ଟ୍ୟାକ୍ସ ହ୍ରାସ କରିବାରେ ଏବଂ ଯାତ୍ରାକୁ ସୁଗମ କରିବାରେ ସାହାଯ୍ୟ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ମାଧ୍ୟମରେ ସମୟ ଏବଂ ଟଙ୍କା ସଞ୍ଚୟ ହୋଇପାରିବ। ତେବେ ଏହି ନୂତନ ବ୍ୟବସ୍ଥା କେବେ ଆରମ୍ଭ ହେବ ମନ୍ତ୍ରୀ ସ୍ପଷ୍ଟ କରି ନାହାଁନ୍ତି।

The post ଖୁବଶୀଘ୍ର ଆରମ୍ଭ ହେବ ସାଟେଲାଇଟ୍ ଭିତ୍ତିକ ଟୋଲ୍ ସିଷ୍ଟମ, ସଞ୍ଚୟ ହେବ ସମୟ ଏବଂ ଟଙ୍କା: ନିତିନ ଗଡ଼କରୀ appeared first on Dharitri Odia News.