ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଲଜ୍ଜିତ ହେଲା ପାକିସ୍ତାନ

ଜେନେଭା,୨୯।୯: ଜମ୍ମୁ କଶ୍ମୀରର ଜଣେ ରାଜନୈତିକ କର୍ମୀ ଜାଭେଦ ବାଗ ଜେନେଭା ପ୍ରେସ କ୍ଲବରେ ଏକ କାର୍ଯ୍ୟକ୍ରମରେ ପାକିସ୍ତାନରେ ଧାର୍ମିକ ତଥା ଅନୁସୂଚିତ ଜାତିର ଜନଜାତିଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ନେଇ ଉଦବେଗ ପ୍ରକାଶ କରଛନ୍ତି। ଏହି ଦୁର୍ବବ୍ୟବହାର ପାଇଁ ବେଗ ଐତିହାସିକ ସନ୍ଦର୍ଭ ମଧ୍ୟ ପ୍ରଦାନ କରିଥିଲେ। ବେଗ କହିଛନ୍ତି ଯେ ଏହି ସମ୍ପ୍ରଦାୟଗୁଡିକ ଧାର୍ମିକ ଉଗ୍ରବାଦୀ ବା ଚରମପନ୍ଥୀ ଦଳଙ୍କ ଦ୍ୱାରା ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି ଏବଂ ପାକିସ୍ତାନୀମାନେ ନୀରବ ଅଛନ୍ତି କିମ୍ବା ଏହି […] The post ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଲଜ୍ଜିତ ହେଲା ପାକିସ୍ତାନ appeared first on Dharitri Odia News.

ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଲଜ୍ଜିତ ହେଲା ପାକିସ୍ତାନ

ଜେନେଭା,୨୯।୯: ଜମ୍ମୁ କଶ୍ମୀରର ଜଣେ ରାଜନୈତିକ କର୍ମୀ ଜାଭେଦ ବାଗ ଜେନେଭା ପ୍ରେସ କ୍ଲବରେ ଏକ କାର୍ଯ୍ୟକ୍ରମରେ ପାକିସ୍ତାନରେ ଧାର୍ମିକ ତଥା ଅନୁସୂଚିତ ଜାତିର ଜନଜାତିଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ନେଇ ଉଦବେଗ ପ୍ରକାଶ କରଛନ୍ତି। ଏହି ଦୁର୍ବବ୍ୟବହାର ପାଇଁ ବେଗ ଐତିହାସିକ ସନ୍ଦର୍ଭ ମଧ୍ୟ ପ୍ରଦାନ କରିଥିଲେ।
ବେଗ କହିଛନ୍ତି ଯେ ଏହି ସମ୍ପ୍ରଦାୟଗୁଡିକ ଧାର୍ମିକ ଉଗ୍ରବାଦୀ ବା ଚରମପନ୍ଥୀ ଦଳଙ୍କ ଦ୍ୱାରା ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି ଏବଂ ପାକିସ୍ତାନୀମାନେ ନୀରବ ଅଛନ୍ତି କିମ୍ବା ଏହି ଉଲ୍ଲଂଘନରେ ସମ୍ପୃକ୍ତ ଅଛନ୍ତି।
ଏହି ସମୟରେ ସେ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ବିଶେଷ ଭାବରେ ହିନ୍ଦୁ ଏବଂ ଶିଖମାନେ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ, ଅପହରଣ ଏବଂ ଟାର୍ଗେଟରେ ହତ୍ୟାକାଣ୍ଡର ସମ୍ମୁଖୀନ ହେଉଛନ୍ତି।
ଜାଭେଦ କହିଛନ୍ତି ଯେ ଏହି ସମ୍ପ୍ରଦାୟର ଯୁବକ ଯୁବତୀମାନଙ୍କୁ ପ୍ରାୟତଃ ଜବରଦସ୍ତ ବିବାହ କରି ଦେଉଛନ୍ତି ଏବଂ ଧର୍ମ ପରିବର୍ତ୍ତନ କରନ୍ତି। ସେମାନଙ୍କ ପରିବାର ସ୍ଥାନାନ୍ତର ପାଇଁ ପ୍ରବଳ ଚାପର ସମ୍ମୁଖୀନ ହୁଅନ୍ତି ଏବଂ ପ୍ରାୟତଃ ଭାରତରେ ଆଶ୍ରୟ ନେଇଥାନ୍ତି।
ବାଗ ହିନ୍ଦୁ ମନ୍ଦିରଗୁଡିକର ଅପମାନକୁ ମଧ୍ୟ ଆଲୋକିତ କରି କହିଛନ୍ତି ଯେ ୧୯୪୭ ପରଠାରୁ ହଜାର ହଜାର ଲୋକ ନଷ୍ଟ ହୋଇଯାଇଛନ୍ତି, କିନ୍ତୁ ଏମାନଙ୍କ ପାଇଁ କେହି ଉତ୍ତରଦାୟି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଭାଜନ ସମୟରେ ୧୫ ପ୍ରତିଶତରୁ ଆଜି ଏହା କମି ୨ପ୍ରତିଶତରୁ କମ ରହିଯାଇଛନ୍ତି।

The post ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଲଜ୍ଜିତ ହେଲା ପାକିସ୍ତାନ appeared first on Dharitri Odia News.