ତାରାତାରିଣୀଙ୍କ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ପୁରୁଷୋତ୍ତମପୁର,୨।୧୨(ସିମାଞ୍ଚଳ ମିଶ୍ର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ତାଙ୍କ ସ୍ତ୍ରୀ ସୋମବାର ଗଞ୍ଜାମ ଗ୍ରସ୍ତରେ ଆସି ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେଇଛନ୍ତି। ଏହାସହ ମନ୍ଦିରରେ ହୋଇଥିବା ବିକାଶକୁ ନେଇ ଖୁସି ପ୍ରକାଶ କରିଥିଲେ। ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟମାନକୁ ବୁଲି ଦେଖିବା ସହ ମନ୍ଦିରର ଉନ୍ନୟନ କାର୍ଯ୍ୟ କିଭଳି ଚାଲିଛି ଓ ଭକ୍ତମାନେ କେତେ ସୁରୁଖୁରୁରେ ମା’ଙ୍କୁ […] The post ତାରାତାରିଣୀଙ୍କ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ appeared first on Dharitri Odia News.
ପୁରୁଷୋତ୍ତମପୁର,୨।୧୨(ସିମାଞ୍ଚଳ ମିଶ୍ର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ତାଙ୍କ ସ୍ତ୍ରୀ ସୋମବାର ଗଞ୍ଜାମ ଗ୍ରସ୍ତରେ ଆସି ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେଇଛନ୍ତି। ଏହାସହ ମନ୍ଦିରରେ ହୋଇଥିବା ବିକାଶକୁ ନେଇ ଖୁସି ପ୍ରକାଶ କରିଥିଲେ। ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟମାନକୁ ବୁଲି ଦେଖିବା ସହ ମନ୍ଦିରର ଉନ୍ନୟନ କାର୍ଯ୍ୟ କିଭଳି ଚାଲିଛି ଓ ଭକ୍ତମାନେ କେତେ ସୁରୁଖୁରୁରେ ମା’ଙ୍କୁ ଦର୍ଶନ କରୁଛନ୍ତି ସେ ନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସହ ସଚିବ ପ୍ରମୋଦ କୁମାର ମିଶ୍ର ଆଲୋଚନା କରିବା ସହ ମନ୍ଦିରର ସେବାୟତଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ସଚିବଙ୍କ ଏହି ଗ୍ରସ୍ତ ସମୟରେ ଜିଲାପାଳଙ୍କ ସମେତ ପୁରଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ, ଆଇଆଇସି ରାଜେଶ କୁମାର ନାୟକ, ବିଡିଓ ମନୋଜକୁମାର ନାୟକ, ତହସିଲଦାର ବିନୋଦ କୁମାର ବେହେରାଙ୍କ ସମେତ ବହୁ ବରିଷ୍ଟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ତାରାତାରିଣୀଙ୍କ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ appeared first on Dharitri Odia News.